ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ,୧୩ା୪ (ସ୍ବ.ପ୍ର.): ସ୍କୁଲ୍‌ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ା ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ଦେଖିଲେ ପ୍ରାଥମିକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ। ଗୋଟିଏ କୋଠରୀରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗ୍ରାମରେ ଥିବା ଖଡିଅଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି ା
ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରୀଛାତ୍ର ଅଛନ୍ତି ା ଏଥିପାଇଁ ୨ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି ା ହେଲେ ପିଲାମାନେ ବସି ପାଠପଢ଼ିବା ପାଇଁ ଶ୍ରେଣୀଗୃହ ନାହିଁ। ପୂର୍ବରୁ ଶିକ୍ଷାନୁଷ୍ଠାନର ପାଖରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢା ହେଉଥିଲା। ବର୍ତ୍ତମାନ ସେ ବାତ୍ୟା ଆଶ୍ରୟସ୍ଥଳୀ କୋଠାଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଗୋଟିଏ ଶ୍ରେଣୀ ଗୃହରେ ବିଭିନ୍ନ ଶ୍ରେଣୀର ୪୭ ପିଲାଙ୍କୁ ୨ ଜଣ ଶିକ୍ଷୟିତ୍ରୀ କେମିତି ପାଠ ପଢ଼ାଉଥିବେ ତାହା ସହଜରେ ଅନୁମାନ କରି ହେଉଛି। କେବଳ ଏତିକିରେ ସ୍କୁଲ ସମସ୍ୟା ସରିନାହିଁ। ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ବସି ଖାଇବାକୁ ମଧ୍ୟ ଜାଗା ନାହିଁ। ଖୋଲା ଆକାଶ ତଳେ ବସି ସେମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ସ୍କୁଲ କମିଟି ସମ୍ପାଦକ ପ୍ରଶାନ୍ତ ଦାସ କୁହନ୍ତି, ସ୍କୁଲର ଶ୍ରେଣୀ ଗୃହ ନ ଥିବାରୁ ଠିକ୍‌ ଭାବେ ପାଠ ପଢ଼ା ହୋଇପାରୁ ନାହିଁ। ଜଣେ ଶିକ୍ଷକ ଗୋଟାଏ ଶ୍ରେଣୀ ପାଠ ପଢ଼ାଇ ସାରିବା ପରେ ଆଉ ଗୋଟାଏ ଶ୍ରେଣୀ ପାଠ ପଢ଼ାଉଛନ୍ତି ା ବର୍ଷେ ତଳୁ ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ବିଇଓ ଓ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପାଠପଢ଼ାରେ ହେଉଥିବା ଅସୁବିଧା ଦୂର କରିବାକୁ ଦାବି କରାଯାଇଛି। ହେଲେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଖଡିଅଣ୍ଟା ଗ୍ରାମର ବୁଦ୍ଧିଜିବୀ ପ୍ରଭାକର ସେଠୀ, ସୁଶାନ୍ତ ସାମଲ, ଅଶୋକ ମହାନ୍ତି ପ୍ରମୁଖ କହିଛନ୍ତି ସ୍କୁଲ ଘର ନାହଁି ା ସରକାର ନୂଆ ଘର ତିଆରି କରୁ ନାହାନ୍ତି। ଗୋଟିଏ ଶ୍ରେଣୀ ଗୃହରେ ବସି ଛାତ୍ରୀଛାତ୍ର ପାଠ ପଢ଼ୁଥିବାରୁ ଭଲ ଭାବେ ଶିକ୍ଷାଦାନ ହୋଇ ପାରୁନାହିଁ। ଶିକ୍ଷାନୁଷ୍ଠାନରେ ପାଖରେ ଥିବା ବାତ୍ୟ ଆଶ୍ରୟସ୍ଥଳୀ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ତେଣୁ ସେଠାରେ ପାଠପଢ଼ା ହେଉନାହିଁ ା ଫଳରେ ଗୋଟିଏ କୋଠରିରେ ୫ ଶ୍ରେଣୀର ପିଲାମାନଙ୍କୁ ବସାଯାଇ ଶିକ୍ଷାଦାନ କରାଯାଉଛି। କେବଳ ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟ ଚାରିପାଖେ ପାଚେରି ନିର୍ମାଣ ହେଉନାହିଁ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ତେଣୁ ତୁରନ୍ତ ଜିଲା ଶିକ୍ଷା ଅଧିକାରୀ ଏହି ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିରେ ସୁଧାର ଆଣନ୍ତୁ ବୋଲି ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?