୫ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ନୂଆଗାଁ,୭।୩ (ଡି.ଏନ.ଏ.) – ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟ ସ୍କୁଲ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ବିଭିନ୍ନ ଯୋଜନାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କେତେକ ସ୍ଥାନରେ ବିଭାଗୀୟ କର୍ମଚାରୀ, ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ତା’ର ସୁଫଳ ଛାତ୍ରୀଛାତ୍ରମାନେ ପାଇପାରୁ ନ ଥିବାରୁ ସେମାନେ ସ୍କୁଲ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳୁଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତର ଲୁଣି ପ୍ରାଥମିକ ବିଦ୍ୟାଳୟରେ ।
ଜାକେଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲୁଣି, ବଡ଼ଜିରି, ସାନଜିରିବାସୀଙ୍କ ପିଲାମାନଙ୍କୁ ଶିକ୍ଷାର ମହାସ୍ରୋତରେ ସାମିଲ କରିବା ପାଇଁ ୧୯୬୯ରେ ଲୁଣିଠାରେ ଲୁଣି ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ବହୁ ଆଶା ଓ ବିଶ୍ୱାସ ନେଇ ଅଭିଭାବକମାନେ ନିଜ ପିଲାମାନଙ୍କୁ ଉକ୍ତ ସ୍କୁଲରେ ନାମ ଲେଖାଇଥିଲେ । ହେଲେ ସ୍କୁଲର ନାନା ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ରମାନେ ସେହି ଶିକ୍ଷାନୁଷ୍ଠାନରୁ ମୁହଁ ଫେରାଇ ଆଣୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କଠାରୁ ଆରମ୍ଭ କରି ଶିକ୍ଷାଧିକାରୀଙ୍କ ଅବହେଳା ଦାୟୀ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ ପାଳି କରି ସ୍କୁଲକୁ ଆସନ୍ତି । ବେଳେ ବେଳେ ସ୍କୁଲକୁ ଆସନ୍ତି ନାହିଁ । ଫଳରେ ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ବସି ଘରକୁ ଫେରନ୍ତି ।
ଏ ସଂକ୍ରାନ୍ତରେ ଗ୍ରାମବାସୀ ଏକାଧିକ ଥର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। ଏଥିପାଇଁ ଛାତ୍ରୀଛାତ୍ରଙ୍କ ସ୍କୁଲ ପ୍ରତି ଭରସା ତୁଟିବାକୁ ବସିଛି । ସମ୍ପ୍ରତି ପ୍ରଥମ ଶ୍ରେଣୀରେ ୨ ଜଣ, ତୃତୀୟ ଶ୍ରେଣୀରେ ୨ ଜଣ ଓ ପଞ୍ଚମ ଶ୍ରେଣୀରେ ଜଣେ ପିଲା ପଢୁଥିବା ବେଳେ ଦ୍ୱିତୀୟ ଏବଂ ଚତୁର୍ଥ ଶ୍ରେଣୀରେ କୌଣସି ଛାତ୍ରୀଛାତ୍ର ନାହାନ୍ତି। ମୋଟ ୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏହି ସ୍କୁଲ ଚାଲିଛି। ସେହି ପିଲାଙ୍କ ପାଇଁ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷେ ସ୍କୁଲ ଖୋଲିବା ଦିନଠାରୁ ପ୍ରଧାନଶିକ୍ଷକ ସ୍କୁଲ ବାରଣ୍ଡା ମାଡ଼ି ନ ଥିବା କହିଛନ୍ତି ସହକାରୀ ଶିକ୍ଷକ ସଞ୍ଜୀବ କୁମାର କହଁର । ଏଥିଯୋଗୁ ନିଜେ ନିଜର ଉପସ୍ଥାନ କିମ୍ବା ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇ ପାରୁ ନ ଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନଶିକ୍ଷକ ସ୍କୁଲକୁ ନ ଆସି ଦରମା ପାଉଥିବା ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ, ସ୍କୁଲ ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛିୟ। ଏପରି କି ରୋଷେଇ ସରଞ୍ଜାମ କିଣିବା, ସ୍କୁଲକୁ ରଙ୍ଗ କରିବା ଆଦି ପାଇଁ ସରକାର ଅନୁଦାନ ଦେଉଥିଲେ ମଧ୍ୟ ତାହା କେବଳ କାଗଜକଲମରେ ଚାଲିଛି । ସେହି ଅର୍ଥକୁ ବିଭାଗୀୟ କର୍ମଚାରୀମାନେ ମିଳିମିଶି ଆତ୍ମସାତ୍‌ କରୁଥିବା ଅଭିଯୋଗ ହେଉଛି। ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ପ୍ରତିବର୍ଷ ସ୍କୁଲର ସୌନ୍ଦର୍ଯ୍ୟକରଣ ପାଇଁ ୧୨ହଜାର ୫୦୦ ଟଙ୍କା ଅନୁଦାନ ଦିଆଯାଉଥିଲେ ମଧ୍ୟ କୌଣସି କାମ ହୋଇନାହିଁ । ସେହିଭଳି ମଧ୍ୟାହ୍ନ ଭୋଜନ ପାଇଁ ଡେକ୍‌ଚି, କଡ଼େଇ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ଦିଆଯାଇଥିଲେ ମଧ୍ୟ କୌଣସି ସାମଗ୍ରୀ କିଣାଯାଇ ନାହିଁ । ଏ ସଂକ୍ରାନ୍ତରେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ଅଭିଯୋଗ ବାବଦରେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି। ଅନ୍ୟପକ୍ଷେ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri