୫ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ନୂଆଗାଁ,୭।୩ (ଡି.ଏନ.ଏ.) – ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟ ସ୍କୁଲ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ବିଭିନ୍ନ ଯୋଜନାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କେତେକ ସ୍ଥାନରେ ବିଭାଗୀୟ କର୍ମଚାରୀ, ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ତା’ର ସୁଫଳ ଛାତ୍ରୀଛାତ୍ରମାନେ ପାଇପାରୁ ନ ଥିବାରୁ ସେମାନେ ସ୍କୁଲ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳୁଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତର ଲୁଣି ପ୍ରାଥମିକ ବିଦ୍ୟାଳୟରେ ।
ଜାକେଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲୁଣି, ବଡ଼ଜିରି, ସାନଜିରିବାସୀଙ୍କ ପିଲାମାନଙ୍କୁ ଶିକ୍ଷାର ମହାସ୍ରୋତରେ ସାମିଲ କରିବା ପାଇଁ ୧୯୬୯ରେ ଲୁଣିଠାରେ ଲୁଣି ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ବହୁ ଆଶା ଓ ବିଶ୍ୱାସ ନେଇ ଅଭିଭାବକମାନେ ନିଜ ପିଲାମାନଙ୍କୁ ଉକ୍ତ ସ୍କୁଲରେ ନାମ ଲେଖାଇଥିଲେ । ହେଲେ ସ୍କୁଲର ନାନା ଅବ୍ୟବସ୍ଥା ଯୋଗୁ ଛାତ୍ରୀଛାତ୍ରମାନେ ସେହି ଶିକ୍ଷାନୁଷ୍ଠାନରୁ ମୁହଁ ଫେରାଇ ଆଣୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କଠାରୁ ଆରମ୍ଭ କରି ଶିକ୍ଷାଧିକାରୀଙ୍କ ଅବହେଳା ଦାୟୀ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ ପାଳି କରି ସ୍କୁଲକୁ ଆସନ୍ତି । ବେଳେ ବେଳେ ସ୍କୁଲକୁ ଆସନ୍ତି ନାହିଁ । ଫଳରେ ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ବସି ଘରକୁ ଫେରନ୍ତି ।
ଏ ସଂକ୍ରାନ୍ତରେ ଗ୍ରାମବାସୀ ଏକାଧିକ ଥର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। ଏଥିପାଇଁ ଛାତ୍ରୀଛାତ୍ରଙ୍କ ସ୍କୁଲ ପ୍ରତି ଭରସା ତୁଟିବାକୁ ବସିଛି । ସମ୍ପ୍ରତି ପ୍ରଥମ ଶ୍ରେଣୀରେ ୨ ଜଣ, ତୃତୀୟ ଶ୍ରେଣୀରେ ୨ ଜଣ ଓ ପଞ୍ଚମ ଶ୍ରେଣୀରେ ଜଣେ ପିଲା ପଢୁଥିବା ବେଳେ ଦ୍ୱିତୀୟ ଏବଂ ଚତୁର୍ଥ ଶ୍ରେଣୀରେ କୌଣସି ଛାତ୍ରୀଛାତ୍ର ନାହାନ୍ତି। ମୋଟ ୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏହି ସ୍କୁଲ ଚାଲିଛି। ସେହି ପିଲାଙ୍କ ପାଇଁ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷେ ସ୍କୁଲ ଖୋଲିବା ଦିନଠାରୁ ପ୍ରଧାନଶିକ୍ଷକ ସ୍କୁଲ ବାରଣ୍ଡା ମାଡ଼ି ନ ଥିବା କହିଛନ୍ତି ସହକାରୀ ଶିକ୍ଷକ ସଞ୍ଜୀବ କୁମାର କହଁର । ଏଥିଯୋଗୁ ନିଜେ ନିଜର ଉପସ୍ଥାନ କିମ୍ବା ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇ ପାରୁ ନ ଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନଶିକ୍ଷକ ସ୍କୁଲକୁ ନ ଆସି ଦରମା ପାଉଥିବା ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ, ସ୍କୁଲ ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛିୟ। ଏପରି କି ରୋଷେଇ ସରଞ୍ଜାମ କିଣିବା, ସ୍କୁଲକୁ ରଙ୍ଗ କରିବା ଆଦି ପାଇଁ ସରକାର ଅନୁଦାନ ଦେଉଥିଲେ ମଧ୍ୟ ତାହା କେବଳ କାଗଜକଲମରେ ଚାଲିଛି । ସେହି ଅର୍ଥକୁ ବିଭାଗୀୟ କର୍ମଚାରୀମାନେ ମିଳିମିଶି ଆତ୍ମସାତ୍‌ କରୁଥିବା ଅଭିଯୋଗ ହେଉଛି। ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ପ୍ରତିବର୍ଷ ସ୍କୁଲର ସୌନ୍ଦର୍ଯ୍ୟକରଣ ପାଇଁ ୧୨ହଜାର ୫୦୦ ଟଙ୍କା ଅନୁଦାନ ଦିଆଯାଉଥିଲେ ମଧ୍ୟ କୌଣସି କାମ ହୋଇନାହିଁ । ସେହିଭଳି ମଧ୍ୟାହ୍ନ ଭୋଜନ ପାଇଁ ଡେକ୍‌ଚି, କଡ଼େଇ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ଦିଆଯାଇଥିଲେ ମଧ୍ୟ କୌଣସି ସାମଗ୍ରୀ କିଣାଯାଇ ନାହିଁ । ଏ ସଂକ୍ରାନ୍ତରେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ଅଭିଯୋଗ ବାବଦରେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି। ଅନ୍ୟପକ୍ଷେ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?