ପ୍ରକାଶ ପାଇଲା + ୨ ରେଜଲ୍ଟ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତ ୨ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ସମୁଦାୟ ୯୪,୫୩୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ମୋଟ ୮୯ ହଜାର ୯୫୧ଜଣ ପାସ୍‌ କରିଛନ୍ତି। ବିଜ୍ଞାନର ରେଗୁଲାର ପାସ୍‌ ହାର ୯୯.୮୮ % ଥିବାବେଳେ ଏକ୍ସ-ରେଗୁଲାରରେ ପାସ୍‌ ହାର ୭୧.୨୭ % ରହିଛି। ବିଜ୍ଞାନରେ ମୋଟ ପାସ୍‌ ହାର ୯୫.୧୫% ରହିଛି। ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫, ୪୬୮ ଛାତ୍ରୀଛାତ୍ର ପାସ୍‌ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬, ୯୪୩ ପାସ୍‌ କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୧୪,୬୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣିଜ୍ୟରେ ପାସ୍‌ ହାର ୯୪.୯୬ % ରହିଛି। ବାଣିଜ୍ୟରେ ରେଗୁଗୁଲାର ପାସ୍‌ ୯୯.୫୯% ରହିଥିବା ବେଳେ ଏକ୍ସ-ରେଗୁଲାର ୫୪.୭୮% ରହିଛି। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୮,୩୫୫ ଛାତ୍ରୀଛାତ୍ର ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫, ୬୯୨ ଏବଂ ତୃତୀୟ ଶ୍ରେଣୀରେ ୯, ୦୬୬ଜଣ ପାସ୍‌ କରିଛନ୍ତି। ରାତି ୮ଟାରେ ପରେ ଓ୍ବେବ୍‌ସାଇଟରେ ପରୀକ୍ଷଫଳ ଉପଲବ୍ଧ ହେବ।