୨ ପୋଷା କୁକୁର ଅପହରଣ, ଧାରଣାରେ ମାଲିକ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):ଜମିଜମା ବିବାଦକୁ ନେଇ ୨ ପୋଷା କୁକୁରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏପରି ଅଭିଯୋଗ ନେଇ ବିଭିନ୍ନ ଥାନାର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ଏହାର ମାଲିକ ଲୋୟର ପିଏମ୍‌ଜିରେ ଧାରଣା ଦେଇଛନ୍ତି। ଉକ୍ତ ବ୍ୟକ୍ତିଜଣକ ହେଲେ ୟୁନିଟ୍‌-୬ ଭୀମପୁର ଅଞ୍ଚଳର ପ୍ରଦ୍ୟୁମ୍ନ ଚୌଧୁରୀ। ଅଭିଯୋଗ ଅନୁସାରେ, ନଭେମ୍ବର ୨୭ରେ ପ୍ରଦ୍ୟୁମ୍ନ ଘରେ ନ ଥିବାବେଳେ ତାଙ୍କର ୨ ପୋଷାକୁକୁର ଜେସି ଓ ବ୍ରୁନୋକୁ ଅପହରଣ କରାଯାଇଛି। ପ୍ରଦ୍ୟୁମ୍ନ ଓ କେୟାର ଟେକରଙ୍କ ସହ ଦୁଇ କୁକୁର ରହିଥାନ୍ତି। ତେବେ ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଜମିଜମା ବିବାଦ ଲାଗିରହିଥିବାବେଳେ କ୍ରୋଧ ପରାୟଣ ହୋଇ ସେ ଏପରି କାଣ୍ଡ ଘଟାଇଥିବା ପ୍ରଦ୍ୟୁମ୍ନ କହିଛନ୍ତି। ବ୍ରୁନୋର ବୟସ ୭ବର୍ଷ ହୋଇଥିତ୍ବାବେଳେ ଜେସିକୁ ମାତ୍ର ୩ମାସ। ମାସେରୁ ଅଧିକ ସମୟ ହେଲା ଉଭୟଙ୍କର କୌଣସି ପତ୍ତା ମିଳୁ ନ ଥିବାବେଳେ ଡିସେମ୍ବର ୧୧ରେ ଅପହରଣକାରୀ ଦୁଇ କୁକୁରଙ୍କ ଭିଡିଓ ପଠାଇଥିବା ସେ କହିଛନ୍ତି। ଧାରଣାରତ ପ୍ରଦ୍ୟୁମ୍ନ ନିଜ ପୋଷା କୁକୁରଙ୍କୁ ଠାବ କରିବାରେ ପୋଲିସର ସହଯୋଗ ଲୋଡ଼ିଛନ୍ତି। ‘ଏବେ ମଧ୍ୟ ବିଳମ୍ବ ହୋଇନାହିଁ ଆମକୁ ବଞ୍ଚାନ୍ତୁ’, ‘ଆମର ମଧ୍ୟ ବଞ୍ଚତ୍ବାର ଅଧିକାର ଅଛି’ ଏପରି ଲେଖା ସହ ଜେସି ଓ ବ୍ରୁନୋଙ୍କ ଫଟୋ ଲଗାଇ ନ୍ୟାୟ ମାଗୁଛନ୍ତି ପ୍ରଦ୍ୟୁମ୍ନ। ତେବେ ଘଟଣା ସତ୍ୟାସତ୍ୟ ପରଖି ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ପ୍ରାଣୀପ୍ରେମୀମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri