ଆତଙ୍କ ଖେଳାଇଲା ଦନ୍ତା: ଶିଶୁକନ୍ୟା-ବୃଦ୍ଧଙ୍କ ଜୀବନ ନେଲା

ମୋରଡ଼ା,୩୦।୬ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବା ବେଳେ ଜୀବନ ହାନୀର ଘଟଣା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବୁଧବାର ରାତିରେ ଏକ ଦନ୍ତା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ତଥା ମୋରଡା ବ୍ଲକ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତର ସମାଇଡ଼ିହି ଗ୍ରାମରେ ଆତଙ୍କ ଖେଳାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପରିକି ଦନ୍ତା ଆକ୍ରମଣରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେହିପରି ବ୍ଲକର ଦୁର୍ଗାପୁର ପଞ୍ଚାୟତର ତାଡିକି ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି l

ସୂଚନାନୁଯାୟୀ, ଉକ୍ତ ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିଥିଲାl ଭୟରେ ପରିବାରଲୋକେ ବାହାରକୁ ଦୌଡ଼ି ପଳାଇଥିବାବେଳେ ପିତାମ୍ବରଙ୍କ ଝିଅ ଗୁନୁ ପରମାଣିକ (୫) ହାତୀ ହାବୁଡ଼ରେ ପଡିଯାଇଥିଲେ l ହାତୀଟି ଗୁନୁଙ୍କୁ କଚାଡି ଗୋଡ଼ରେ ଦଳି ଜୀବନରୁ ମାରି ଦେଇଥିଲା। ତେବେ ବନବିଭାଗ ହାତୀ ସମ୍ପର୍କରେ ପୂର୍ବରୁ କୌଣସି ଖବର ଦେଇ ନ ଥିବାରୁ ଉକ୍ତ ଘଟଣା ପାଇଁ ସେଠାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି l ଦୁର୍ଗାପୁର ପଞ୍ଚାୟତର ତାଡିକି ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଦେବ ଦେହୁରୀ l ଦେବ ଦେହୁରୀ ଘରେ ଶୋଇଥିବା ସମୟରେ ହାତୀ ଘର କାନ୍ଥକୁ ଭାଙ୍ଗିଦେବାରୁ କାନ୍ଥ ବୃଦ୍ଧଙ୍କ ଉପରେ ପଡିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା...

ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କ କମିଛି; ୪ ମନ୍ତ୍ରୀଙ୍କ ୪ ଚକିଆ ଯାନ ନାହିଁ

ଭୁବନେଶ୍ୱର,୨୩ା୯(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ...

ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା,୨୦ା୧୨(ଡି.ଏନ୍‌.ଏ.): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଚଳିତବର୍ଷ ଦଶପଲ୍ଲା ବନାଞ୍ଚଳରେ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦଶପଲ୍ଲା ବ୍ଲକର ସାକେଣୀ ଫରେଷ୍ଟ ସେକ୍‌ସନରେ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମିଳିବ ପ୍ରଶିକ୍ଷଣ ସୁବିଧା

କର୍ଲାମୁଣ୍ଡା,୩।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ...

ଦେଶୀମଦ ଜବତ, ଜଣେ ଗିରଫ

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଭଗବାନପୁର ଗ୍ରାମର ଏକ ଗ୍ରୋସରୀ ଦୋକାନରୁ ଗୁରୁବାର ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରି ୯ ଲିଟର ଦେଶୀ...

ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ନାଗରିକ ମଞ୍ଚ ଏବଂ କନ୍ଧମାଳ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା...

କନ୍ଧମାଳ ଜିଲାରେ ଲଗାଣ ବର୍ଷା : କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୪୩ ମିମି

ଦାରିଙ୍ଗବାଡ଼ି,୭।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଶନିବାର ସକାଳ ୮ଟା ସୁଦ୍ଧା ୧୨ଟି ବ୍ଲକ ମଧ୍ୟରୁ କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୪୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ...

ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର...

Advertisement
Archives

Model This Week