ରାଜ୍ୟରେ ବଢିଲା ଓମିକ୍ରନ ସଂଖ୍ୟା, ଆଉ ୨ ଆକ୍ରାନ୍ତ ଚିହ୍ନଟ !

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗକୁ ଆଇଏଲଏସ୍‌ ଜଣାଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଓମିକ୍ରନଙ୍କ ସଂଖ୍ୟା ୪ କୁ ବୃଦ୍ଧି ହୋଇଛି। ୨ ଜଣ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡିଛି।