Posted inଖେଳ

କଳିଙ୍ଗରେ ୨ ଜାତୀୟ ହକି ଟୁର୍ନାମେଣ୍ଟ

ଭୁବନେଶ୍ୱର,୮।୩: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଗକୁ ଦୁଇଟି ଜାତୀୟ ହକି ଚାମ୍ପିୟନଶିପ୍‌ ଆୟୋଜନ ହେବ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା ହକି ଏକାଡେମୀର ମିଳିତ ଆନୁକୂଲ୍ୟରେ ପ୍ରଥମ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ଓ ପ୍ରଥମ ହକି ଇଣ୍ଡିଆ ସବ୍‌ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ଆୟୋଜନ ହେବ। କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୧୭ ତାରିଖରୁ ଏହି ଦୁଇଟି ଟୁର୍ନାମେଣ୍ଟ ଆରମ୍ଭ ହେବ ।
ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ୧୭ରୁ ୨୬ ମାର୍ଚ୍ଚ ମଧ୍ୟରେ ଆୟୋଜନ ହେବ। ସେହିପରି ସବ୍‌ ଜୁନିୟର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନଶିପ୍‌ ମାର୍ଚ୍ଚ ୧୭ରୁ ୨୫ ତାରିଖ ମଧ୍ୟରେ ଖେଳାଯିବ। ଜୁନିୟର ମହିଳା ଚାମ୍ପିୟନଶିପ୍‌ରେ ୬ ଦିନଧରି ପୁଲ୍‌ ମ୍ୟାଚ୍‌ ଖେଳାଯିବ। ୨୩ ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ଗୁଡିକ ଖେଳାଯିବ। ଏହାପରେ ଦୁଇଟି ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ୨୫ ଓ ୨୬ ତାରିଖରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ମୋଟ ଉପରେ ୧୫ଟି ଦଳ ଅଂଶଗ୍ରହଣ କରିବେ। ସେହିପରି ସବ୍‌ଜୁନିୟର ମହିଳା ଏକାଡେମୀ ଚାମ୍ପିୟନଶିନ୍‌ରେ ୬ ଦିନ ଧରି ପୁଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୪ ତାରିଖରେ ସେମିଫାଇନାଲ ଖେଳାଯିବ। ୨୫ ତାରିଖରେ ଫାଇନାଲ ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବେ।
ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସମେତ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି। ଏହି ଆଇକନିକ୍‌ ଷ୍ଟାଡିୟମରେ ଖେଳାଳିମାନେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ । କଳିଙ୍ଗ ଷ୍ଟାଡିୟମରେ ଏହି ଦୁଇ ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଆମେ ବେଶ୍‌ ଉତ୍ସାହିତ ଅଛୁ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ କହିଛନ୍ତି। ଏକାଡେମୀର ଖେଳାଳିମାନଙ୍କୁ ସେମାନଙ୍କ କୌଶଳ ଦେଖାଇବାର ସୁଯୋଗ ମିଳିବ ଓ ସେମାନେ ଦକ୍ଷ ହକି ଖେଳାଳି ହୋଇ ବାହାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri