୨ମାସ ବିତିଲା, ଘୋଷଣା ହୋଇନି ଅନୁଦାନ

ଖୋର୍ଦ୍ଧା ଅଫିସ,୫।୨: ରାଜ୍ୟର ଐତିହାସିକ ସ୍ଥଳ, ମନ୍ଦିର, ଶକ୍ତିପୀଠ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ଐତିହ୍ୟ ସ୍ଥାନ ଓ ମନ୍ଦିର ପରିଦର୍ଶନ କରୁଛନ୍ତି। ଏହି କ୍ରମରେ ପାଣ୍ଡିଆନ ଗତ ନଭେମ୍ବର ୨୬ରେ ଖୋର୍ଦ୍ଧା ଗସ୍ତରେ ଆସି ବାଣପୁରସ୍ଥିତ ମା’ ଭଗବତୀ ଓ ଟାଙ୍ଗୀ ଭୂଷଣ୍ଡପୁରସ୍ଥିତ ଉଗ୍ରତାରା ପୀଠ ପରିଦର୍ଶନ କରିଥିଲେ। ଉଭୟ ମନ୍ଦିରର ଭିତ୍ତିଭୂମି ବିକାଶ, ଅତ୍ୟାଧୁନିକ ସେବା ଯୋଗାଇଦେବା ଲାଗି ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ଲାଗି ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୂର୍ତ୍ତ ସଚିବ ମଧ୍ୟ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ପ୍ରସ୍ତାବିତ ଉନ୍ନତୀକରଣ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ପ୍ଲାନ୍‌ ଏଷ୍ଟିମେଟ୍‌ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ୨ ମାସ ବିତିଲାଣି। ଏଯାଏ ଉଭୟ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ଲାଗି କୌଣସି ଘୋଷଣା କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ଏହି ମନ୍ଦିରର ଉନ୍ନତୀକରଣ ଲାଗି ଅନୁଦାନ ଅର୍ଥ ଘୋଷଣା କରିବେ, ତାହାକୁ ଜିଲାବାସୀ ଅପେକ୍ଷା କରିଛନ୍ତି।
ଭଗବତୀ ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ଜିଲାପାଳ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ ୫-ଟି ସଚିବ। ପ୍ରମୁଖ ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ମନ୍ଦିର ଜମିର ସୀମା ନିର୍ଦ୍ଧାରଣ, ଜବରଦଖଲକାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସ୍‌ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଂ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟରାସ୍ତା ୧୦ ମିଟର ପ୍ରଶସ୍ତୀକରଣ, ଯାତ୍ରୀନିବାସ, କଲ୍ୟାଣମଣ୍ଡପ, ମୁଖ୍ୟ ମନ୍ଦିରର ପୁନରୁଦ୍ଧାର, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ ସହ ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର କରାଯିବ। ଏଥିସହିତ ମା’ ଉଗ୍ରତାରାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ, ମନ୍ଦିର ଟ୍ରଷ୍ଟ ସଦସ୍ୟ, ପୂଜକଙ୍କ ସହ ଆଲୋଚନା କରିଥିଲେ। ଜାତୀୟ ରାଜପଥଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣମଣ୍ଡପ, ସେବାୟତଙ୍କ ପାଇଁ ଗୃହ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିଲେ। ମନ୍ଦିରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବା ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ୫-ଟି ସଚିବ।
ପ୍ରକାଶ ଯେ, ଭଗବତୀ ମନ୍ଦିର ହେଉଛି ପ୍ରାଚୀନ ଐତିହାସିକ ମନ୍ଦିର। ଏଥିସହିତ ଉଗ୍ରତାରା ପୀଠ ହେଉଛି ପ୍ରସିଦ୍ଧ ଶକ୍ତିପୀଠ। ଏହାର ପୁନରୁଦ୍ଧାର ଲାଗି ସ୍ଥାନୀୟ ଗ୍ରାମବାସୀ, ଜନପ୍ରତିନିଧି ସରକାରଙ୍କୁ ନିବେଦନ କରିଥିଲେ। ତଦନୁସାରେ ୫-ଟି ସଚିବ ବାଣପୁର ଓ ଭୂଷଣ୍ଡପୁର ଗସ୍ତରେ ଆସି ମା’ଙ୍କ ମନ୍ଦିର ପରିସର ବୁଲି ଦେଖିବା ସହ ସେବାୟତ, ଟ୍ରଷ୍ଟବୋର୍ଡ ଏବଂ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ବାଣପୁର- ବାଲୁଗଁା ଟ୍ରାଫିକ ସମସ୍ୟା ଦୂର ଲାଗି ରାସ୍ତା ପ୍ରଶସ୍ତୀକରଣ ପାଇଁ ବିଭାଗ ଯନ୍ତ୍ରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଯାବତ୍‌ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଏଷ୍ଟିମେଟ ପ୍ଳାନ ପହଞ୍ଚିନଥିବା ଜଣାପଡିଛି। ଏନେଇ ଜିଲାପାଳ ଚକ୍ରବର୍ତ୍ତୀଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri