୧୬୭ ମଣ୍ଡିରୁ ଖୋଲିଛି ୨

ନୟାଗଡ଼ ଅଫିସ,୩୦ା୧୨:ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି ା ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଛି ା ଚାଷୀ ବାଧ୍ୟ ହୋଇ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ଆସୁଛି ା ଜିଲାରେ ଏଯାବତ ୧୬୭ ମଣ୍ଡିରୁ ୨ଟି ଖୋଲିଛି। ଗତ ୭ଦିନରେ ୮୧ କୁଇଣ୍ଟାଲ ୭୦ କେଜି ଧାନ କିଣା ହୋଇଛି । ଡିସେମ୍ବର ଶେଷ ହେବାକୁ ମାତ୍ର ୨ ଦିନ ଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିବାର ସୁଯୋଗ ପାଇ ପାରୁ ନାହିଁ ବୋଲି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ା
ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁୁ ୨୦୨୨-୨୩ରେ ଧାନ ମଣ୍ଡିର ଶୁଭାରମ୍ଭ ଗତ ୨୩ ତାରିଖରେ ନୟାଗଡ ଜିଲା ସଦର ମହକୁମାରେ କରାଯାଇ ୬୪.୭୦ କୁଇଣ୍ଟାଲ ଧାନ କିଣା ହୋଇଥିଲା। ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଖଣ୍ଡପଡ଼ା ରୋଡର ବହୁବିଧ ପଣ୍ୟଦ୍ରବ୍ୟ ବଜାର ପ୍ରାଙ୍ଗଣରେ ଖୋଲିଥିବା ମଣ୍ଡିରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ । ଜିଲାରେ ୧୫୩ ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ୧୪ ସଂଲଗ୍ନ ମଣ୍ଡିିରେ ଧାନ କିଣା ହେବ ବୋଲି କୁହାଯାଇଛି। ଚାଷୀ ମଣ୍ଡିରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ । ମଣ୍ଡିରେ ଏଫଏକ୍ୟୁ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨୦୪୦ ଟଙ୍କା ରହିଛି । ତେବେ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀ ୧୨ଶହରୁ ୧୪ ଶହ ଟଙ୍କାରେ ଧାନ ବିକ୍ରି କରିଚାଲିଛି। ଜିଲାରେ ଅଭାବୀ ଧାନ ବିକ୍ରି ହେଉଥିଲେ ମଧ୍ୟ ସରକାରୀସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ା
ମେସେଜ୍‌ ଆସୁନି
ଧାନ ମଣ୍ଡି ଖୋଲି ନ ଥିବାବେଳେ ଧାନ ବିକ୍ରି କରିବାକୁ ଚାଷୀଙ୍କ ମୋବାଇଲକୁ ମାସେଜ ମଧ୍ୟ ଆସୁନି । କେତେଜଣ ହାତଗଣତି ଚାଷୀଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ଧାନ ବିକ୍ରି କରିବାକୁ ମ୍ୟାସେଜ ଆସିନି । ଧାନ ବିକ୍ରି କରିବାକୁ ଚାଷୀ ବ୍ୟଗ୍ର ଥିବାବେଳେ ପ୍ରଶାସନ ପକ୍ଷରୁ ଜାଣି ଶୁଣି ବିଳମ୍ବ କରାଯାଉଛି । ଏନେଇ ଏଆରସିଏସ୍‌ ହାଡିବନ୍ଧୁ ମହାକୁଡ଼ କୁହନ୍ତି, ଧାନ କିଣା ପାଇଁ ଚାଷୀଙ୍କ ପାଖକୁ ପ୍ରଥମ ପର୍ଯ୍ୟାୟ ମାସେଜ ଆସିଛି । ପର୍ଯ୍ୟାୟ କ୍ରମେ ଚାଷୀଙ୍କ ପାଖକୁ ଆସିବ । ଚଳିତ ବର୍ଷ ଧାନ କିଣା ଠିକ୍‌ରେ ହେବ ବୋଲି ସେ କହିଛନ୍ତି । ଏନେଇ ଦଶପଲ୍ଲାର ସିପିଆଇ(ଏମ) ନେତା ଶରତ ବେହେରା କୁହନ୍ତି, ଚାଷୀ ଅଭାବୀ ଧାନ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଫନ୍ଦି ଫିକର କରାଯାଇଛି । ନଁା କୁ ମାତ୍ର ୨ଟି ଧାନ ମଣ୍ଡି ଉଦ୍‌ଘାଟନ କରି ସବୁ କିଛି ଠିକ୍‌ଠାକ୍‌ ଚାଲିଛି କୁହାଯାଉଛି । ପାହାଡିଆ ଅଞ୍ଚଳ ଯୋଗୁ ୯୦ ପ୍ରତିଶତ ଅଞ୍ଚଳରେ ଧାନ କଟା ଓ ଯୁଦ୍ଧକାଳୀନ ଭିତ୍ତିରେ ଧାନ ଅମଳ କରାଯାଉଛି । ଅନେକ ଚାଷୀ ୧୫ରୁ ୧ମାସ ଧାନକୁ ଗଛିତ ରଖି ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରି ସାରିଲେଣି । ମଣ୍ଡି ଡେରିରେ ଖୋଲିଲେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଧାନ ବିକ୍ରି କରିବ । ମିଲର ଚାଷୀର ଧାନକୁ କମ୍‌ ଦରରେ କିଣି ଜାଲିଆତି କରାଯାଇଥିବା ନକଲି ଚାଷୀଙ୍କ ନଁାରେ ଧାନ ବିକ୍ରି କରିବ । ସାମାଜିକ କର୍ମୀ ବିଶ୍ୱନାଥ ମହାପାତ୍ର କୁହନ୍ତି, ଡିସେମ୍ବର ଶେଷ ହେବାକୁ ବସିଛି ା ମାତ୍ର ୨ଟି ମଣ୍ଡି ଖୋଲାଯାଇଛି । ଏଥିପାଇଁ ସେମାନେ ଅଭାବୀ ବିକ୍ରି କରି କ୍ଷତି ସହୁଛନ୍ତି ା

ପୁଣି ମିଲରଙ୍କୁ ଅନୁକମ୍ପା

ମିଲରଙ୍କୁ ଅନୁକମ୍ପା ଦେଖାଇ ଜିଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ କିଛି ଦିନ ତଳେ ନିଲମ୍ବିତ ହୋଇଥିଲେ ା ଏବେ ପୁଣି ସରକାରୀ ଅର୍ଥରାଶି ଅସୁଲ ବକେୟା ରଖି ମିଲରମାନଙ୍କୁ ଧାନ କିଣିବାକୁ ସୁଯୋଗ ଦିଆଯାଇଛି । କଂଗ୍ରେସର ପ୍ରତିବାଦ ଓ ଆନ୍ଦୋଳନ ଧମକ ସତ୍ତ୍ୱେ ଜିଲା ଯୋଗାଣ ବିଭାଗ ଧାନ କିଣା ୨୩ରୁ ଆରମ୍ଭ କରିଛି । ସରକାରୀ ଅର୍ଥରାଶି ଅସୁଲ ବକେୟା ଥିଲେ ମିଲରମାନେ ପୁଣିଥରେ ଧାନ କିଣିବାକୁ ଚୁକ୍ତିନାମା କରି ପାରବେ ନାହିଁ ବୋଲି ସରକାରୀ ନିୟମ ରହିଛି । ଏନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ପରେ ଖରିଫ ମାର୍କେଟିଂ ସେସନ ୨୦୨୨-୨୩ ପାଇଁ ଏହି ନୀତି ଲାଗୁ ହୋଇଛି । ତେବେ ନୟାଗଡ଼ ଜିଲାରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ମିଲରମାନଙ୍କୁ ଅନୁକମ୍ପା ଦେଖା ଯାଇଛି। ୧୭ ମିଲର ଗତ ଆର୍ଥିକ ବର୍ଷରେ ଧାନରୁ ଚାଉଳ କରିବାକୁ ୩ କୋଟି ୬୯ଲକ୍ଷ ୧୧ ହଜାର ୭୧୪ ଟଙ୍କା ଅଧିକ ନେଇ ଯାଇଛନ୍ତି । ସେହି ଟଙ୍କାକୁ ଅସୁଲ କରିବାକୁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୭୧୧୫ ମେ ୧୨ ତାରିଖରୁ ନିର୍ଦ୍ଦେଶ ରହିଛି । ଏଥିରୁ ମାତ୍ର ୨ କୋଟି ୧୨ ଲକ୍ଷ ୨୬ ହଜାର ୮୦୦ ଟଙ୍କା ପରିଶୋଧ କରିଛନ୍ତି । ଅବଶିଷ୍ଟ ୧କୋଟି ୫୬ ଲକ୍ଷ ୮୪ ହଜାର ୯୧୪ ଟଙ୍କା ଫେରାଇ ନ ଥିବା ଆରଟିଆଇ ତଥ୍ୟ ମିଳିଛି । ଏନେଇ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ କୁହନ୍ତି, ଧାନରୁ ଚାଉଳ କରିବା ନେଇ ମିଲରମାନେ ଟଙ୍କା ଫେରାଇବା କଥା ଜାଣି ନାହାନ୍ତି । ତେବେ ଧାନ କିଣା ସହିତ ଏହାର କିଛି ସମ୍ପର୍କ ନାହିଁ । ମିଲରମାନେ ଧାନ କିଣିବାକୁ ସିକ୍ୟୁରିଟ ଟଙ୍କା ଡିପୋଜିଟ୍‌ କରିଛନ୍ତି । ୧୭ ମିଲରଙ୍କ ମଧ୍ୟରୁ ୧୪ ଜଣ ବର୍ତ୍ତମାନ ଧାନ କିଣିବାକୁ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri