Posted inଜାତୀୟ

ଦେଶରେ ୨ଟି ଆଇନ ଚାଲିବନି

ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନ ପ୍ରଚଳନ କରିବା ହେଉଛି ୟୁନିଫର୍ମ ସିଭିଲ୍‌ କୋଡ୍‌ ବା ଏକକ ଦଓ୍ବୋନୀ ସଂହିତା (ୟୁସିସି)। ନିକଟରେ ୨୧ତମ ଆଇନ କମିଶନ ୟୁସିସି ଉପରେ ବିଭିନ୍ନ ପକ୍ଷ, ଧର୍ମୀୟ ସଂସ୍ଥା ଓ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବା ପରଠୁ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର୍‌ ଧରିଛି। ବିରୋଧୀ ଦଳଗୁଡ଼ିକ ଏହା ଉପରେ ପ୍ରଶ୍ନ ଉଠାଉଥିବାବେଳେ ସେମାନେ ମୁସଲମାନ ସମ୍ପ୍ରଦାୟକୁ ବିଭ୍ରାନ୍ତ କରି ଉସୁକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକକ ଦଓ୍ବୋନୀ ସଂହିତା (ୟୁସିସି) ସପକ୍ଷରେ ଦୃଢ଼ ମତ ରଖିଛନ୍ତି। ଡିସେମ୍ବରରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭୋପାଳରେ ‘ମେରା ବୁଥ୍‌ ସବ୍‌ସେ ମଜବୁତ୍‌’ କ୍ୟାମ୍ପେନ୍‌ ବେଳେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଗୋଟିଏ ପରିବାରରେ ଯେପରି ଭିନ୍ନ ଭିନ୍ନ ନିୟମ ଚାଲେନାହିଁ, ସେହିପରି ଦେଶରେ ମଧ୍ୟ ୨ଟି ଆଇନ ଚାଲିପାରିବ ନାହିଁ। ମୁସଲମାନଙ୍କୁ ବୁଝିବାକୁ ପଡ଼ିବ ଯେ, ସେମାନଙ୍କୁ କେଉଁ ରାଜନୈତିକ ଦଳ ଉସୁକାଉଛି ଓ ନିଜ ସ୍ବାର୍ଥ ପାଇଁ ଧ୍ୱଂସ କରୁଛି। ସମ୍ବିଧାନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟ ଏକ ସମାନ ନାଗରିକ ସଂହିତା ପ୍ରଣୟନ ଲାଗି ପରାମର୍ଶ ଦେଇଛନ୍ତି। ନିଷିଦ୍ଧ ଘୋଷିତ ‘ତିନି ତଲାକ୍‌’ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଙ୍ଗ କି? ଇଜିପ୍ଟ, ଇଣ୍ଡୋନେସିଆ, କାତାର, ଜୋର୍ଡାନ୍‌, ସିରିଆ, ବାଂଲାଦେଶ ଓ ପାକିସ୍ତାନ ଭଳି ମୁସଲମାନ ବହୁଳ ଦେଶଗୁଡ଼ିକରେ ‘ତିନି ତଲାକ୍‌’ ଦିଆଯାଉ ନାହିଁ। ଇଜିପ୍ଟର ମୋଟ ଜନସଂଖ୍ୟାର ୯୦% ହେଉଛନ୍ତି ସୁନ୍ନି ମୁସଲମାନ। ସେଠାରେ ୮୦-୯୦ ବର୍ଷ ପୂର୍ବେ ଟ୍ରିପଲ୍‌ ତଲାକ୍‌ ଉଚ୍ଛେଦ ହୋଇସାରିଛି। ଭାରତରେ ଯେଉଁମାନେ ଏହା ସପକ୍ଷରେ ଓକିଲାତି କରୁଛନ୍ତି, ସେମାନେ ଭୋଟବ୍ୟାଙ୍କ ପାଇଁ ଭୋକିଲା ଅଛନ୍ତି। ସେମାନେ ମୁସଲମାନ ଝିଅମାନଙ୍କ ସହ ଅତି ଅନ୍ୟାୟ କରୁଛନ୍ତି। ମୁଁ ଯେଉଁଠାକୁ ଗଲେ ବି ମୁସଲମାନ ଭଉଣୀ ଓ ଝିଅମାନେ ଭାଜପାକୁ ସମର୍ଥନ କରୁଛନ୍ତି। ଭାଜପାକୁ ଟାର୍ଗେଟ କରୁଥିବା ଲୋକେ ଯଦି ପ୍ରକୃତରେ ମୁସଲମାନଙ୍କ ଶୁଭଚିନ୍ତକ ହୋଇଥାନ୍ତେ, ତେବେ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏତେ ପଛାଇ ନ ଥାନ୍ତେ ବୋଲି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି।
ୟୁସିସି ମନ୍ତବ୍ୟ ପରେ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦଳ ଡିଏମ୍‌କେ କହିଛିି, ୟୁସିସି ପ୍ରଥମେ ହିନ୍ଦୁଙ୍କଠାରେ ଲାଗୁ ହେବା ଉଚିତ। ଏହା ପରେ ହିନ୍ଦୁମାନେ ମନ୍ଦିରଗୁଡ଼ିକରେ ପ୍ରାର୍ଥନା କରିବାକୁ ଏସ୍‌ସି/ଏସ୍‌ଟିଙ୍କ ସମେତ ସବୁ ଜାତିର ଲୋକଙ୍କୁ ଅନୁମତି ପ୍ରଦାନ କରନ୍ତୁ। ଆମେ ୟୁସିସି ଚାହୁଁନାହୁଁ। କାରଣ ସମ୍ବିଧାନ ସବୁ ଧର୍ମକୁ ସୁରକ୍ଷା ଦେଇଛି ବୋଲି ଡିଏମ୍‌କେ ନେତା ଟିକେଏସ୍‌ ଏଲାଙ୍ଗୋଭାନ୍‌ କହିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରଥମେ ଦେଶରେ ଲାଗିରହିଥିବା ଦାରିଦ୍ର୍ୟ, ଦରଦାମ୍‌ ବୃଦ୍ଧି ଓ ବେରୋଜଗାରି ଉପରେ ଉତ୍ତର ଦିଅନ୍ତୁ। ସେ ମଣିପୁର ପ୍ରସଙ୍ଗରେ କିଛି କୁହନ୍ତି ନାହିଁ। ସାରା ରାଜ୍ୟ ଜଳୁଛି। ଏହି ସବୁ ପ୍ରସଙ୍ଗ ଉପରୁ ମୋଦି ଲୋକଙ୍କ ଧ୍ୟାନ ହଟାଉଛନ୍ତି। ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି କହିଛନ୍ତି, ମୋଦି ସରକାର ୟୁସିସି ନାମରେ ଦେଶର ବହୁଳବାଦକୁ ଛଡ଼ାଇନେବାକୁ ବସିଛନ୍ତି। ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ବିଜୟ କୁମାର ଚୌଧରୀ କହିଛନ୍ତି, ମୋଦି ସାମ୍ପ୍ରଦାୟିକ ଧ୍ରୂବୀକରଣ ପାଇଁ ୟୁସିସି ଉପରେ ହାତ ମାରୁଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ୟୁସିସି ହେଉଛି ଭାରତୀୟ ସମ୍ବିଧାନର ଡିରେକ୍ଟିଭ୍‌ ପ୍ରିନ୍ସିପଲ୍ସର ଏକ ଅଂଶ। ବିରୋଧୀ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଏହାକୁ ବଢ଼ାଇଚଢ଼ାଇ ପ୍ରସଙ୍ଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?