ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର ୧୧୮ଟି ପଂଚାୟତର ୫୮୭ ଗ୍ରାମର ଓ ପୌରପାଳିକାର ୧୦ଟି ୱାର୍ଡ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ଲକ୍ଷ ୭୦ ହଜାର ୫୧୫ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୧୭ ହଜାର ୬୪୮ ଲୋକଙ୍କୁ ସ୍ଥାନାନ୍ତର କରି ୧୦୬ଟି ବିଭିନ୍ନ କେନ୍ଦ୍ରରେ ରଖାଯାଇଥିବା ବେଳେ ସୋମବାର ସେମାନଙ୍କ ମଧ୍ୟରୁ କିଛି ଲୋକ ନିଜ ଘରକୁ ଫେରି ଯାଇଛନ୍ତି। ୯୬ଟି କେନ୍ଦ୍ରରେ ୧୪ହଜାର ୧୦୦ଜଣ ଏବେ ମଧ୍ୟ ସ୍ଥାନାନ୍ତରିତ କେନ୍ଦ୍ରରେ ରହିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଉଦ୍ଧାରକାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି। ତିହିଡି ଅଞ୍ଚଳରେ ଥିବା ବିଭିନ୍ନ ନଦୀ ବନ୍ଧ ଓ ମୁଖ୍ୟ ରାସ୍ତା ହିଁ ଏବେ ଗୋରୁ ଗାଈ ତଥା ଲୋକଙ୍କ ଅସ୍ଥାୟୀ ବାସସ୍ଥାନ ପାଲଟିଛି। ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡି ବ୍ଳକରେ ୨୩ଟି ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତର ହରିହର ସାମଲ, ଷୋଳମପୁର ପଞ୍ଚାୟତର ବ୍ରାହ୍ମଣପଦା ଗ୍ରାମର ସନ୍ଦୀପ ରାଉତ ଏବଂ ଧାମନଗର ବ୍ଲକର ହେମନ୍ତ ଜେନା। ଏହି ବନ୍ୟାରେ ୬୮ହଜାର ୨୮୪ ପଶୁ ପ୍ରଭାବିତ ହୋଇଛନ୍ତି। ୪ଟି ପଶୁର ମୃତ୍ୟୁ ଘଟିଛି। ପ୍ରାଥମିକ ଆକଳନ ଅନୁଯାୟୀ ୩୮ହଜାର ୭୦୭ ହେକ୍ଟର ଜମିର ଫସଲ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ୭ଟି ଯାକ ବ୍ଲକର ବନ୍ୟା ଅଞ୍ଚଳରେ ଭ୍ରାମ୍ୟମାଣ ମେଡିକାଲ ଟିମ ନିୟୋଜନ ହେବା ସହିତ ବିଭିନ୍ନ ବ୍ଳକ ଅଞ୍ଚଳରେ ମଧ୍ୟ ମେଡିକାଲ ଟିମ ରହି ପ୍ରଭାବିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି। ଯୁଦ୍ଧକାଳୀନ ଭିତ୍ତିିରେ ପ୍ରଭାବିତ ଅଞ୍ଚଳର ନଳକୂପକୁ ବିଶୋଧନ କରାଯାଇ ପିଇବା ଉପଯୋଗୀ କରାଯାଉଛିତ। ପ୍ରାୟତଃ ସମସ୍ତ ପ୍ରଭାବିତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯଦି କେଉଁଠି କେହି ପାଣି ଘେରରେ ଥିବା ଖବର ମିଳେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳର ବିଡିଓଙ୍କୁ ଜଣାଇବା ପାଇଁ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri