ପକ୍କାଘର ପାଇବାରୁ ବଞ୍ଚିତ ୨ ଅସହାୟ ଭଉଣୀ

ରଘୁନାଥପୁର,୨୯।୭(ରାଜେନ୍ଦ୍ର ନାରାୟଣ ସିଂହ): ସରକାରଙ୍କ କଟକଣା ସତ୍ତ୍ୱେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ହାତେଇ ନେବାକୁ ସକ୍ଷମ ହେଉଥିବାବେଳେ ପ୍ରକୃତ ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରେ ପକ୍କାଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ ପାରୁ ନ ଥିବାବେଳେ ଜନପ୍ରତିନିଧିଙ୍କ ସ୍ବର ସେମାନଙ୍କ ପାଇଁ କ୍ଷୀଣ ହୋଇଯାଉଛି। ଏପରି ସ୍ପର୍ଶକତାର ଘଟଣା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ ସାଦେଇପୁର ପଞ୍ଚାୟତ ସ୍ବର୍ଗବ୍ରହ୍ମପୁର ଗ୍ରାମରେ। ଏଠାକାର ଏକ ଦଳିତ ପରିବାର ୨ ଅସହାୟ ଭଉଣୀଙ୍କ ପାଇଁ ପକ୍କାଘର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଜଣେ ହେଲେ ବନିତା ବେହେରା ଓ ଅନ୍ୟ ଜଣେ ହେଲେ ପ୍ରମିଳା ବେହେରା। ସ୍ବାମୀଙ୍କ ମୃତ୍ୟୁ ପରେ ବନିତା ନିଜ ବାପଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ ଭଉଣୀ ପ୍ରମିଳା ଭିନ୍ନକ୍ଷମ ପରିବାରରେ ରହୁଛନ୍ତି। ବାପା ପହଲି ବେହେରା ରୋଗଗ୍ରସ୍ତ ଅବସ୍ଥାରେ ଶଯ୍ୟାଶାୟୀ। ଏକମାତ୍ର ଭାଇ ଜଗନ୍ନାଥଙ୍କ ଉପରେ ୨ ଭଉଣୀ ନିର୍ଭରଶୀଳ। ଜଗନ୍ନାଥ ମୂଲ ମଜୁରି ଲାଗି କଷ୍ଟମଷ୍ଟେ ପରିବାର ଚଳାଉଥିବାବେଳେ ବେଳେବେଳେ ଉପାସ ରହିବାକୁ ପଡ଼ୁଛି। ବାପା ପହଲି ମହାବାତ୍ୟା ପରେ ପାଇଥିବା ଏକ ପକ୍କାଘରେ ପରିବାରର ୯ ପ୍ରାଣୀ କୁଟୁମ୍ବ ରହିବା ପାଇଁ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଧବା ବନିତାଙ୍କ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ଏହି ବ୍ଲକରୁ ଭତ୍ତା ପାଉଛନ୍ତି। ତେବେ ରାଶନ କାର୍ଡ ନ ଥିବାରୁ ଚଳିବାରେ ଅସୁବିଧା ହେଉଛି।
ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବାରୁ ନିଚାଳିଆରେ ଅତି କଷ୍ଟରେ ଜୀବନ କାଟୁଛନ୍ତି ବୋଲି ଦୁଃଖର ସହ କହିଛନ୍ତି। ସେହିପରି ଭିନ୍ନକ୍ଷମ ପ୍ରମିଳା ଗୋଟିଏ ଘରେ ବାପା, ଭାଇ ଭାଉଜ ଓ ପୁତୁରା ଝିଆରୀଙ୍କ ମଧ୍ୟରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି॥ ୨ ଭଉଣୀଙ୍କୁ ୨ଟି ପକ୍କା ଗୃହ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପାଖରୁ ଆରମ୍ଭ କରି ଜିଲାପାଳ, ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ହେଲେ ଲିଷ୍ଟରେ ନାମ ନ ଥିବାରୁ ସମସ୍ତେ ଏମାନଙ୍କ କଥାକୁ ଅଗ୍ରାହ୍ୟ କରିଦେଇଥିବାର ସାମାଜିକ କର୍ମୀ ଦୀପକ ରଞ୍ଜନ ପଣ୍ଡା କ୍ଷୋଭର ସହ କହିିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି। ନଚେତ ଦୁଇ ଭଉଣୀଙ୍କ ସହ ସେ ନିଜେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସାମାଜିକ କର୍ମୀ ପଣ୍ଡା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ତପନ କୁମାର ସେନାପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri