ଥର୍ମାଲ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୯।୭: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ ମଧ୍ୟ ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଇଛି। ବିଶେଷକରି କମ୍ପାନୀର ସର୍ବବୃହତ୍‌ କ୍ୟାପ୍‌ଟିଭ ଥର୍ମାଲ ପାୱାର ପୋର୍ଟଫୋଲିଓ ଓଡ଼ିଶାର ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ ସମେତ ଛତିଶଗଡ଼ର କୋର୍ବାସ୍ଥିତ ବାଲ୍‌କୋଠାରେ ପ୍ରାୟ ୫୫୦୦ ମେଗାୱାଟ୍‌ ତାପଜ ବିଦ୍ୟୁତ୍‌ ଶକ୍ତି ୟୁନିଟ୍‌ ରହିଛି। ଏପରିକି ଉପରୋକ୍ତ ୟୁନିଟ୍‌ର ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀମାନେ ବିଶେଷ ଦାୟିତ୍ୱ ତୁଲାଉଛନ୍ତି। ସେହିଭଳି ଘରୋଇ ଶିଳ୍ପରେ ସ୍ମାର୍ଟ ଉପତ୍ାଦନ ଅଭ୍ୟାସକୁ ଆଗେଇନେବା ଲାଗି କମ୍ପାନୀ ଶିଳ୍ପ ୪.୦ ଓ ୱେବ୍‌ ଟେକ୍‌ନୋଲୋଜିରେ ମଧ୍ୟ ନିଜର ସ୍ଥିତିକୁ ମଜଭୁତ କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ୍‌ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ନବୀକରଣଯୋଗ୍ୟ ଶକ୍ତିକୁ ଆମର ଶକ୍ତି ପୋର୍ଟଫୋଲିଓର ଏକ ଅଂଶ ଭାବେ ପରିଣତ କରୁଛୁ, ଯାହା ଆମକୁ ଭାରତର ପ୍ରଥମ ନିମ୍ନ ଅଙ୍ଗାରକାମ୍ଳ, ସବୁଜ ଆଲୁମିନିୟମ୍‌, ବ୍ରାଣ୍ଡେଡ୍‌ ‘ରେଷ୍ଟୋରା’ ଉତ୍ପାଦନ କରିବାରେ ସକ୍ଷମ କରିଛି। ଏପରିକି ଗ୍ରାହକମାନେ ସେମାନଙ୍କର କଞ୍ଚାମାଲର ସ୍ଥାୟୀ ପ୍ରମାଣ ନିଶ୍ଚିତ କରିବାକୁ ଧ୍ୟାନଦେବା ସହ ସମ୍ବଳର ନ୍ୟାୟପୂର୍ଣ୍ଣ ପରିଚାଳନା ଏବଂ ଆମର ଶକ୍ତି ମିଶ୍ରଣରେ ନବୀକରଣଯୋଗ୍ୟ ସାମଗ୍ରୀର ପର୍ଯ୍ୟାୟ ଏକୀକରଣ ଉପରେ କ୍ରମାଗତ ଧ୍ୟାନଦେଇ ଆମେ ଏକ ନେଟ୍‌ ଜିରୋ ଭବିଷ୍ୟତକୁ ଶିଳ୍ପର ପରିବର୍ତ୍ତନକୁ ସକ୍ରିୟ ଭାବେ ଆଗେଇନେଉଛୁ। ସେହିଭଳି ବେଦାନ୍ତ ଲିମିଟେଡ୍‌ର ସିଇଓ (ପାଓ୍ବାର) ସୁନୀଲ କୁମାର ସତ୍ୟ କହିଛନ୍ତି, ଶକ୍ତି ସୁରକ୍ଷା ଦେଶର ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଓ ଏହାର ସଫଳତା ନିଶ୍ଚିତ କରିବାରେ ଥର୍ମାଲ ଇଞ୍ଜିନିୟରମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ବେଦାନ୍ତ ଆଲୁମିନିୟମରେ ଆମର ପ୍ରତିଭାବାନ୍‌ ଇଞ୍ଜିନିୟର ଦଳଙ୍କ କାର୍ଯ୍ୟକାରିତା ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି। ଆମର କାର୍ଯ୍ୟ ଭବିଷ୍ୟତ ଗଠନ ଓ ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?