ଗ୍ରାମୀଣ ବ୍ୟାଙ୍କିଙ୍ଗ୍‌ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୭: (ଅଭୟ ଦାଶ): ଦେଶର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ବଳକା ଲୋକ ଅର୍ଦ୍ଧସହରାଞ୍ଚଳ ଓ ସହରାଞ୍ଚଳ ଆଦିରେ ବସବାସ କରୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଯୁବ ଉଦ୍ୟୋଗୀ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜିି)ଙ୍କୁ ସରକାର ସମସ୍ତ ସରକାରୀ ଯୋଜନା ଓ ପ୍ରୋତ୍ସାହନ ଯୋଗାଇବା ସହ ଅର୍ଥନୀତି ଓ ନିଯୁକ୍ତିରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି। ବିଗତ ଦିନର ପରିସ୍ଥିତି ଓ ବର୍ତ୍ତମାନ ସ୍ଥିତିକୁ ଠିକ୍‌ ଭାବେ ଆକଳନ କଲେ ଗ୍ରାମାଞ୍ଚଳର ଉନ୍ନତି ତାହା ପରିପ୍ରକାଶ କରୁଛି। ଏଭଳି କିଛି ଦୃଶ୍ୟପଟ ସହ ଗ୍ରାମୀଣ କ୍ଷେତ୍ରରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବା ସହିତ କାରବାର ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ ଚନ୍ଦ୍ର କହିଛନ୍ତି। ସେହିଭଳି ଓଡ଼ିଶାରେ କାନାରା ବ୍ୟାଙ୍କର ଉପସ୍ଥିତି ବହୁତ ଭଲ ରହିଥିବାବେଳେ ଆଗାମୀ ଦିନରେ ଆଉ କିଛି ନୂଆ ସେବା ସୁବିଧା ଓ ଶାଖା ରାଜ୍ୟବାସୀଙ୍କ ପାଇଁ ଆରମ୍ଭ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ଓଡ଼ିଶାରେ କାନାରା ବ୍ୟାଙ୍କର ୨୭୭ ଟି ଶାଖା ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ଆଉ ୧୦ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ସେହିପରି ରାଜ୍ୟରେ ବ୍ୟାଙ୍କର ମୋଟ କାରବାର ୩୪,୦୦୦ କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ସରକାରଙ୍କ ସହ ମିଳିତ ଭାବେ ବ୍ୟାଙ୍କ କାର୍ଯ୍ୟ କରୁଛି। ଅପରପକ୍ଷରେ ମିଶନ ଶକ୍ତି ଜରିଆରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜିି)ଙ୍କୁ ଗତ ବର୍ଷ ୪୦୦ କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ଏପରିକି ଚଳିତ ବର୍ଷ ଋଣ ପରିମାଣ ଦ୍ବିଗୁଣିତ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏଥି ସହିତ ରାଜ୍ୟରେ ବେତନ ପ୍ୟାକେଜି ସ୍କିମ୍‌ ଆରମ୍ଭ ହୋଇଥିବା ଚନ୍ଦ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ ସହିତ ଉଭୟ ଋଣ ଓ ଜମା ଉପରେ ୧୦% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଋଣର ୫୫% ରାଶିକୁ ଖୁଚୁରା, କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରଦାନ କରଯାାଇଥିବା ବେଳେ ୪୫% ରାଶି କର୍ପୋରେଟ ସଂସ୍ଥାମାନଙ୍କୁ ଦିଆଯାଇଛି ବୋଲି ଅଶୋକ ଚନ୍ଦ୍ର ବିସ୍ତୃତ ଭାବେ ମତବ୍ୟକ୍ତ କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?