କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁକାଳୀନ ସହାୟତା ଲୁଟ୍‌, ୨ ବନ ଅଧିକାରୀ ନିଲମ୍ବିତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): କେନ୍ଦୁପତ୍ର ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କୁଡୁମୁଲୁଗୁମ୍ମା ମହିଳା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ। ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ବାଲିମେଳା କେନ୍ଦୁପତ୍ର ବନାଞ୍ଚଳ ଅଧୀନ କୁଡୁମୁଲୁଗୁମ୍ମାରେ ୮ଜଣ କେନ୍ଦୁପତ୍ର ତୋଳାଳି ରାମହରି ଦୋରା, ବୁଦ୍ରୀ ଦୋଳା, ଲଛମନ ବଡ଼ନାୟକ, ମୋହନ ସିଂ, ପରି ହନ୍ତାଳ, ବୃନ୍ଦା ପାଙ୍ଗି, ରାମ ଖମାର, ସମାରୀ ପାଙ୍ଗି ମୃତ୍ୟୁବରଣ କରିଛନ୍ତି। ତେବେ ତାଙ୍କ ପରିବାରକୁ କେନ୍ଦୁପତ୍ର ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ୨ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିଲା। ତେବେ ଗୁମ୍ମା ବିଟ୍‌ରେ ଥିବା ମହିଳା ବନରକ୍ଷୀ ପଦ୍ମନୀ ପଟ୍ଟନାୟକ ଏହି ପରିବାରବର୍ଗଙ୍କ ନିକଟକୁ ଯାଇ ଉକ୍ତ ଟଙ୍କା ପ୍ରଦାନ ସମୟରେ ଜବରଦସ୍ତ ପ୍ରତ୍ୟେକ ପରିବାରଠାରୁ ୪୦ ହଜାର ଟଙ୍କା ଲେଖାଏ ୩ ଲକ୍ଷ ୨୦ ହଜାର ଟଙ୍କା ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି କହି ଲାଞ୍ଚ ଆକାରରେ ନେଇଥିଲେ। ଏନେଇ ସମାଜସେବୀ ଶରତ ବୁରୁଦା ଘଟଣା ସଂକ୍ରାନ୍ତରେ କେନ୍ଦୁପତ୍ର ବିଭାଗର ଖଣ୍ଡୀୟ ବନାଧିକାରୀ ପ୍ରଫୁଲ୍ଲ ମଣ୍ଡଳଙ୍କୁ ଜଣାଇ ଏହାର ତଦନ୍ତ କରିବା ପାଇଁ ଦାବି କରିଥିଲେ। ଏନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା।
ମହିଳା ବନରକ୍ଷୀ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏପରିକି ବନରକ୍ଷୀ ଲାଞ୍ଚ ନେଇଥିବା ୩ ଲକ୍ଷ ୨୦ ହଜାର ଟଙ୍କା କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ଫେରାଇବାକୁ ସମାଜସେବୀ ଶରତ ଦାବି କରିଛନ୍ତି। ତେବେ କେନ୍ଦୁପତ୍ର ଖଣ୍ଡୀୟ ବନାଧିକାରୀ ଶ୍ରୀ ମଣ୍ଡଳ ଅନ୍ୟ ଜିଲାରୁ ସ୍ବତନ୍ତ୍ର ଭାବେ ତଦନ୍ତକାରୀ ଅଧିକାରୀମାନଙ୍କୁ ନିୟୋଜିତ କରି ଘଟଣାର ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ପଦାରେ ପକାଇଥିବାରୁ ସମାଜସେବୀ ଶରତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ତଦନ୍ତ ବେଳେ ଏହି ଘଟଣାରେ ଅନ୍ୟ ଜଣେ ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ସମ୍ପୃକ୍ତ ଥିବାରୁ ବନରକ୍ଷୀଙ୍କ ସହ ଫରେଷ୍ଟର ନାୟକଙ୍କୁ ମଧ୍ୟ କାର୍ଯ୍ୟରୁ ଜୟପୁର କେନ୍ଦୁପତ୍ର ଡିଏଫ୍‌ଓଙ୍କ ଚିଠି ସଂଖ୍ୟା ୭୮ ଓ ୭୯ ତା.୧୦.୦୩.୨୦୨୩ରେ ନିଲମ୍ବିତ କରାଯାଇଛି। ତେବେ କେବଳ ବାଲିମେଳା କେନ୍ଦୁପତ୍ର ବନାଞ୍ଚଳର ଏପରି ଘଟଣା ଲୋକଲୋଚନକୁ ଆସିଥିବା ବେଳେ ଜିଲାର ସମସ୍ତ ଅଞ୍ଚଳରେ ଶ୍ରମିକଙ୍କ କଲ୍ୟାଣ ପାଣ୍ଠି ଏବଂ ମୃତ୍ୟୁକାଳୀନ ଅନୁକମ୍ପା ସହାୟତା ହରିଲୁଟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ବୋଲି ସମାଜସେବୀ ଶରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri