ଲାଞ୍ଚ ନେଇ ଧରାପଡ଼ିଲେ ୨ ଯନ୍ତ୍ରୀ, ବିଲ୍‌ ପାସ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ …

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଯନ୍ତ୍ରୀ। ମୟୂରଭଞ୍ଜ ଜିଲା ଉଦଳାସ୍ଥିତ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେଶନ (ଓଏଲଆଇସି) ଉପ-ବିଭାଗରେ କାର୍ଯ୍ୟରତ ଦୁଇ ଅଧିକାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡ଼ିବସିଛି। ଏକ ବିଲ୍‌ ପାସ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୬୦୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍‌କୁ ଜବତ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ) ହରେକୃଷ୍ଣ ସିଂ ଏବଂ ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜୁନିଅର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍‌ ନମ୍ବର ୧/୨୦୨୬), ପିସି (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । । ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି ।

ସୂଚନାଯୋଗ୍ୟ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍‌ (ପ୍ରାୟ ୫ ଲକ୍ଷ) ଏବଂ ସିକୁୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ୍‌ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ମଧ୍ୟରେ ଏଇଇଙ୍କ ୧.୫% ହିସାବରେ ୩୨ ହଜାର ଏବଂ ଜେଇଙ୍କ ୩% ହ୍ସାବରେ ୨୮ହଜାର ରହିଥିଲା । ମୋଟ୍‌ ୬୦୦୦୦ହଜାର ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହେବ ନାହିଁ ବୋଲି ଠିକାଦାରଙ୍କୁ ରୋକଠୋକ କହିଥିଲେ। ଏହି ହଇରାଣରୁ ବିରକ୍ତ ହୋଇ ଠିକାଦାର ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଉଭୟଙ୍କଠାରୁ ଜବତ କରିଥିଲେ।

 Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସନ୍ଦେହ କରିବାରୁ ପାଣି ଟାଙ୍କିରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ହାଇଦ୍ରାବାଦ,୮।୧: ପ୍ରେମରେ ବିଶ୍ୱାସର ଅଭାବ ଏବଂ ସନ୍ଦେହ ଏକ ସମ୍ପର୍କରେ ଏକ ଭୟଙ୍କର ଅନ୍ତ ଘଟାଇଥିଲା। ପ୍ରେମିକର ସନ୍ଦେହରେ ବ୍ୟଥିତ ହୋଇ ୧୯ ବର୍ଷୀୟା ଜଣେ...

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର...

ପାକିସ୍ତାନକୁ IMFର ଆବଶ୍ୟକତା ପଡ଼ିବ ନାହିଁ? ବଡ଼ ଦାବି କଲେ ଖ୍ବାଜା ଆସିଫ, କିନ୍ତୁ ଏହା ପଛରେ ସତ୍ୟ କ’ଣ ଜାଣନ୍ତୁ

ଇସଲାମାବାଦ,୮।୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି ଯେ ପାକିସ୍ତାନକୁ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ...

ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର, କରିବାକୁ ପଡିଲା ସର୍ଜରୀ, ଜାଣନ୍ତୁ ବର୍ତ୍ତମାନର ଅପଡେଟ

ନୂଆଦିଲ୍ଲୀ,୮।୧: ଭାରତୀୟ ଷ୍ଟାର କ୍ରିକେଟର ତିଲକ ବର୍ମାଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ...

ଶୋଇବା ସମୟରେ ପାଟିରୁ ଲାଳ ବାହାରୁଛି କି? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

କିଛି ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି, ସେହିପରି ଆଉ କିଛି ଲୋକ ମୁହଁ ଖୋଲା ରଖି ଶୋଇଥାନ୍ତି। କେତେକ ସମୟରେ, ଶୋଇବା ସମୟରେ ମୁହଁ...

କଳାହାଣ୍ଡି ଘୁମୁରା ଉତ୍ସବ: ବାଦ୍ୟଯନ୍ତ୍ରରେ କେସିଙ୍ଗା କମ୍ପିଲା ସହର, ବ୍ଲକ ଅଧ୍ୟକ୍ଷ-ବିଡିଓଙ୍କୁ…

କେସିଙ୍ଗା,୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପକ୍ଷରୁ ୨୮ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ...

‘ଭାଇ, ଏସବୁ କଣ?’ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହେଲେ ଅଶ୍ବିନ, କହିଲେ ଏତିକି….

ନୂଆଦିଲ୍ଲୀ,୮।୧: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ମନ୍ତବ୍ୟ ସମଗ୍ର କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ...

ସଡ଼କ ଦୁର୍ଘଟଣାରେ ମୃତ ଭିକାରୀଙ୍କ କଣ୍ଟେନରରୁ ମିଳିଲା ୪.୫ ଲକ୍ଷ ଟଙ୍କା, ରହିଛି ବହୁ ବିଦେଶୀ ମୁଦ୍ରା? କାହାକୁ ମିଳିବ ଏହା…

ଥିରୁଭାନନ୍ତପୁରମ,୮।୧: କେରଳର ଆଲାପୁଝାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଭିକାରୀଙ୍କ ମୃତ୍ୟୁ ଘଟିଛି। ଭିକାରୀଙ୍କ ଜିନିଷପତ୍ର ଯାଞ୍ଚ କରିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri