୩ କମ୍ପାନୀର ୨ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୧୨।୬(ବ୍ୟୁରୋ):  ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କର୍ନାଟକ ଉଡୁପି ଜିଲାର ରକ୍ସିତ୍‌ ଓ ସୁଶାନ୍ତ। ଶନିବାର ସେମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ରକ୍ସିତ୍‌ ଓ ସୁଶାନ୍ତଙ୍କୁ ଇଓଡବ୍ଲ୍ୟୁ ନୋଟିସ ଦେଇଥିଲା। ସେମାନେ ଭୁବନେଶ୍ୱରସ୍ଥିତ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଜେରା କରାଯାଇଥିଲା। ଠକେଇର ପ୍ରମାଣ ମିଳିବାରୁ ଇଓଡବ୍ଲ୍ୟୁ ଉଭୟଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ରକ୍ସିତ୍‌ ଓ ସୁଶାନ୍ତ ହେଉଛନ୍ତି ୩ଟି କମ୍ପାନୀର ନିର୍ଦ୍ଦେଶକ। ଉକ୍ତ କମ୍ପାନୀଗୁଡ଼ିକ ହେଲା ମୁଡ୍‌ମେଟ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌, ୟେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌ ଓ ପିଙ୍କ୍‌ଲିଫ୍‌ ଆରିୟାନ କମ୍ୟୁନିକେଶନ୍ସ ପ୍ରାଇଭେଟ ଲିମିଟେଡ୍‌। ଏଥିସହ ଅଭିଯୁକ୍ତଦ୍ୱୟ ବେଙ୍ଗାଲୁରୁରେ ଏକ କଲ୍‌ ସେଣ୍ଟରକୁ ମଧ୍ୟ ଚଳାଉଥିଲେ। ଉକ୍ତ କଲ୍‌ ସେଣ୍ଟର ମାଧ୍ୟମରେ ସେମାନେ ଲୋନ ନେଇଥିବା ଗ୍ରାହକଙ୍କୁ ନିର୍ଯାତନା ଦେବା ସହ ଧମକ ଦେଉଥିଲେ ବୋଲି ଇଓଡବ୍ଲ୍ୟୁ ସୂଚନା ଦେଇଛି। ଏହି ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାମ ଶ୍ରୀରାମ ପଠାଡ଼େ ଏବଂ ତାଙ୍କର ଦୁଇ ସହଯୋଗୀ ଜାଭେଦ୍‌ ମହମ୍ମଦ ସୈଫ ଓ ତରୁଣ ଦୁଡ଼େଜା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଫଳରେ ଗିରଫ ସଂଖ୍ୟା ୫ରେ ପହଞ୍ଚତ୍ଛି।
ଅନ୍ୟପକ୍ଷରେ ପୂର୍ବରୁ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ ଆକାଉଣ୍ଟରେ ଥିବା ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଫ୍ରିଜ୍‌ କରିଛି ଇଓଡବ୍ଲ୍ୟୁ। ଏହି ସଂସ୍ଥା ବିଭିନ୍ନ ମାଧ୍ୟମରେ ଜୋଜୋ ଓ କୋକୋ ଲୋନ୍‌ ଆପ୍‌ ଦ୍ୱାରା ଲୋକଙ୍କୁ ଟଙ୍କା ଦେଇ ବହୁଗୁଣା ଆଦାୟ କରୁଥିଲା। ମୁଖ୍ୟ ଅଭିଯୁକ୍ତ ଶ୍ରୀରାମଙ୍କ ସହଯୋଗୀମାନେ ଉପରୋକ୍ତ କମ୍ପାନୀରେ ଆକାଉଣ୍ଟ ଖୋଲିବାକୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ। ଏଥିସହ ସେମାନଙ୍କ ନାମରେ ସିମ୍‌ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଦାୟିତ୍ୱରେ ଥିଲେ। ଏଥିପାଇଁ ୨ରୁ ୩ ଲକ୍ଷ ଟଙ୍କା ସିମ୍‌ ମାଲିକଙ୍କୁ ଦିଆଯାଉଥିଲା। ଉକ୍ତ ସିମ୍‌ ସବୁକୁ ଅଭିଯୁକ୍ତଦ୍ୱୟ ନିଜ ମୋବାଇଲରେ ଚଲାଇବା ସହ ତାଙ୍କ କମ୍ପାନୀରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲୁଥିଲେ। ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ଏହି ସହଯୋଗୀଙ୍କ ଆକାଉଣ୍ଟ ଦ୍ୱାରା ଟଙ୍କା ନେଉଥିଲା। ତଦନ୍ତବେଳେ ବାଟବଣା କରିବାକୁ ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ ଯାଏ ଏହିପରି ୩ରୁ ୪ଟି ମାଧ୍ୟମ ଦେଇ ଠକେଇ ଟଙ୍କା କାରବାର ହେଉଥିଲା। ତେବେ ରାଜ୍ୟର ବିଭିନ୍ନ ଜିଲାର ଅନେକ ଲୋକ ଏନେଇ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୧ରେ ଏକ ମାମଲା ( ନଂ.୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri