ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ବରଗଡ଼ କାର୍ଯ୍ୟାଳୟର ପତ୍ର ସଂଖ୍ୟା- ୧୩୮, ତା-୧।୬।୨୦୨୬ରିଖରେ ଏହା ଉଲ୍ଲେଖ ରହିଛି। ଏହି ମଞ୍ଜୁର ଟଙ୍କାର ସୁବିନିଯୋଗ ତଥା ଯୋଜନା ପ୍ରସ୍ତୁତ ପାଇଁ ବିହିତ ପଦକ୍ଷେପ ନେବାକୁ ବରଗଡ ଜିଲାପାଳ ଆଦିତ୍ୟ ଗୋୟଲ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ଶୈବପୀଠର ବିକାଶ ଦିଗରେ ଏଭଳି ପଦକ୍ଷେପ ନେଇଥିବା ଯୋଗୁ ଅଞ୍ଚଳରେ ଖୁସିର ଲହରୀ ପରିଲକ୍ଷିତ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଉକ୍ତ ଶୈବପୀଠର ବିକାଶ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଲେଖି ଅନୁରୋଧ କରିଥିଲେ।
Dharitri – Odisha’s No.1 Odia Daily

