ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର ମଇଁଷି ପଲ ନେଇ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଗହୀରକୁ ଯାଇଥିଲେ। ବିଲରେ ମଇଁଷି ଚରୁଥିବା ବେଳେ ୩ ମଇଁଷି ଅଧା କଟା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ୍ ହୋଇ ପଡିଥିଲେ। ଏଥିରୁ ଗୋଟିଏ ମଇଁଷି ବଞ୍ଚିଯିବା ବେଳେ ଅନ୍ୟ ୨ଟି ମଇଁଷି ପ୍ରାଣ ହରାଇଥିଲେ। ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ତାର ଅଧା କାଟି ଛାଡି ଦେବା ପରେ ଏଭଳି ଅଘଟଣ ଘଟିଛି।

