ଏସ୍‌ସିବିରେ ଏକକାଳୀନ ୪ ଶିଶୁ ଜନ୍ମହେବା ଘଟଣା: ୨ ଶିଶୁକନ୍ୟା ଆଖି ବୁଜିଲେ

କଟକ ଅଫିସ,୯ା୮: ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ରବିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ନବଜାତ ଶିଶୁ ପରିପକ୍ୱ ନ ଥିବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ।

ଭଞ୍ଜନଗର ଡିହପଡ଼ା ଅଞ୍ଚଳର ଛବିତା ନାୟକ ଗର୍ଭବତୀ ଥିବାରୁ ପ୍ରସବ ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅଲଟ୍ରାସାଉଣ୍ଡ କରାଯିବା ପରେ ଗର୍ଭରେ ୪ ସନ୍ତାନ ଥିବା ଜଣାପଡିଥିଲା। ମହିଳାଙ୍କ ଜଣ୍ଡିସ୍‌ ସହ ଅନେକ ରୋଗ ରହିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ବୁଧବାର ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସେ ଭର୍ତ୍ତି ହୋଇଥିଲେ। ଶନିବାର ଅପରାହ୍ନରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଲେବର ରୁମ୍‌କୁ ନିଆଯାଇଥିଲା। ସେଠାରେ ବିଭାଗୀୟ ମୁଖ୍ୟ ପ୍ରଫେସର ତୁଷାର କରଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ। ପରେ ମହିଳା ୪ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେମାନ ଓଜନ ଭିନ୍ନଭିନ୍ନ ରହିଥିଲା। ଜନ୍ମ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଛବିତା ଭଞ୍ଜନଗର ହସ୍ପିଟାଲରେ ଥିବାବେଳେ ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେଇଥିଲା। ଏ ନେଇ ତାଙ୍କ ଭାଇ ଅରୁଣ ଟୁଇଟ୍‌ କରିଥିଲେ। ଏହାକୁ ଅଭିନେତା ସବ୍ୟସାଚୀ ମିଶ୍ର ଦେଖିବା ପରେ ଅରୁଣଙ୍କ ସହ ଯୋଗାଯୋଗ କରିଥିଲେ। ପରେ ସବ୍ୟସାଚୀ ଏକ ପ୍ରାଇଭେଟ୍‌ ଆମ୍ବୁଲାନ୍ସରେ ଛବିତାଙ୍କୁ ଭଞ୍ଜନଗର ମେଡିକାଲରୁ ଏସ୍‌ସିବି ମେଡିକାଲକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ ଭାଜପା ଦେଲା ବଡ଼ ଦାୟିତ୍ୱ, ଅଧ୍ୟକ୍ଷ ଭାବେ…

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri