ଏସ୍‌ସିବିରେ ଏକକାଳୀନ ୪ ଶିଶୁ ଜନ୍ମହେବା ଘଟଣା: ୨ ଶିଶୁକନ୍ୟା ଆଖି ବୁଜିଲେ

କଟକ ଅଫିସ,୯ା୮: ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ରବିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ନବଜାତ ଶିଶୁ ପରିପକ୍ୱ ନ ଥିବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ।

ଭଞ୍ଜନଗର ଡିହପଡ଼ା ଅଞ୍ଚଳର ଛବିତା ନାୟକ ଗର୍ଭବତୀ ଥିବାରୁ ପ୍ରସବ ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅଲଟ୍ରାସାଉଣ୍ଡ କରାଯିବା ପରେ ଗର୍ଭରେ ୪ ସନ୍ତାନ ଥିବା ଜଣାପଡିଥିଲା। ମହିଳାଙ୍କ ଜଣ୍ଡିସ୍‌ ସହ ଅନେକ ରୋଗ ରହିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ବୁଧବାର ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସେ ଭର୍ତ୍ତି ହୋଇଥିଲେ। ଶନିବାର ଅପରାହ୍ନରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଲେବର ରୁମ୍‌କୁ ନିଆଯାଇଥିଲା। ସେଠାରେ ବିଭାଗୀୟ ମୁଖ୍ୟ ପ୍ରଫେସର ତୁଷାର କରଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ। ପରେ ମହିଳା ୪ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେମାନ ଓଜନ ଭିନ୍ନଭିନ୍ନ ରହିଥିଲା। ଜନ୍ମ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଛବିତା ଭଞ୍ଜନଗର ହସ୍ପିଟାଲରେ ଥିବାବେଳେ ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେଇଥିଲା। ଏ ନେଇ ତାଙ୍କ ଭାଇ ଅରୁଣ ଟୁଇଟ୍‌ କରିଥିଲେ। ଏହାକୁ ଅଭିନେତା ସବ୍ୟସାଚୀ ମିଶ୍ର ଦେଖିବା ପରେ ଅରୁଣଙ୍କ ସହ ଯୋଗାଯୋଗ କରିଥିଲେ। ପରେ ସବ୍ୟସାଚୀ ଏକ ପ୍ରାଇଭେଟ୍‌ ଆମ୍ବୁଲାନ୍ସରେ ଛବିତାଙ୍କୁ ଭଞ୍ଜନଗର ମେଡିକାଲରୁ ଏସ୍‌ସିବି ମେଡିକାଲକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ: ରକ୍ଷଣାବେକ୍ଷଣ ଲାଗି ଦାବି

ପୁରୁଷୋତ୍ତମପୁର,୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ମଧ୍ୟଭାଗରେ ଥିବା ଐତିହାସିକ ଗୋପାଳବନ୍ଧ ପୋଖରୀ ହୁଡ଼ାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ପୋଖରୀଟି ଅଳିଆ ଆବର୍ଜନାରେ...

୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଏହା ମଧ୍ୟରେ ୩ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି...

ନଷ୍ଟ କରାଗଲା ଦେଶୀ ମଦ ଓ ପୋଚ

ଧରାକୋଟ,୧୧ା୯(ଡି.ଏନ.ଏ.): ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା ସଦଳବଳ ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମ ନିକଟସ୍ଥ ନାଳ ପାର୍ଶ୍ୱରେରେ ମଦ ରନ୍ଧା ଯାଉଥିବା ଖବର ପାଇ...

ଖାଲଖମାରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମପୁର ଅଫିସ, ୪।୧୧: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ସହରର ଅନେକ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ...

ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ, ଉନ୍ନୟନ କାମ ଦେଖିଲେ

ନବରଙ୍ଗପୁର,୨୨।୨(ବି.ପ୍ର): ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର ଓ ଏସ୍‌ପି ଏସ୍‌.ସୁଶ୍ରୀ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟ ଗ୍ରସ୍ତ କରି ରୋଗୀ ସେବା ସମ୍ପର୍କରେ ପଚାରି...

ନିଯୁକ୍ତି ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ

ଜେନାପୁର,୨୭ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟସ୍ଥ ଏଭର ସଣ୍ଡାଇ ନାମକ...

ବିପଦ ସାଜିଲା ବ୍ଲୁ ଫ୍ଲାଗ୍‌ ବିଚ୍‌

ପୁରୀ ଅଫିସ,୨୯।୧୦: ବ୍ଲୁ ଫ୍ଲାଗ ବିଚ୍‌ ବାଥିଂ ଜୋନ୍‌ରେ ଗାଧୋଉଥିବାବେଳେ ବୁଡ଼ିଯାଇଥିବା ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବୁଧବାର ହୋଟେଲ ପିଙ୍କ୍‌ ହାଉସ୍‌ ପଛ...

ଟ୍ରେନ ଧକ୍କାରେ ଭାଲୁ ମୃତ

ବଇଣ୍ଡା,୧।୮(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳ ପଥର ହଣ୍ଡପା ଥାନା କୃଷ୍ଣପୁରଠାରେ ଟ୍ରେନ ଧକ୍କାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡ଼ିଛି, ରେଳ ଲାଇନ ପାର ହୋଇ...

Advertisement
Archives

Model This Week