୨ ରାଜନୈତିକ ଦଳର ଧାରଣା ପୂର୍ବରୁ ୧୪୪ ଧାରା ଲାଗୁ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ରାଜନୈତିକ ଦଳର କର୍ମୀ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ଧାରଣା ଓ ଅନଶନ କରିବାକୁ ଲିଖିତ ଭାବେ ଜଣାଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ତହସିଲ ପ୍ରଶାସନ ପକ୍ଷରୁ
କାର୍ଯ୍ୟାଳୟର ୨୦୦ ମିଟର ପରିଧି ମଧ୍ୟରେ୧୪୪ ଧାରା ଜାରି କରାଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏନେଇ ଜାରି ନୋଟିସରେ ଉଲ୍ଲେଖ କରାଯାଇଥିଲା। ଫଳରେ ଉଭୟ ରାଜନୈତିକ ଦଳ ପକ୍ଷରୁ ଧାରଣା ଦିଆଯାଇ ନଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଜାମୁଗଁା ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ପୂର୍ବରୁ ଖାତା ନଂ. ୧୪୬୫ ଓ ପ୍ଳଟ ନଂ. ୩୫୩୨ରେ ସ୍ଥାନ ଚିହ୍ନଟ କରାଯାଇଥିଲା। ପୂର୍ବରୁ ଏହି ସ୍ଥାନରେ ପୁରୁଣା ଜାମୁଗଁା ଉପସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏନେଇ ତହସିଲ ପକ୍ଷରୁ ଉକ୍ତ ପ୍ଲଟରେ ଥ୍‌ତ୍ବା ଗଛଗୁଡିକୁ କାଟିବା ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ସ୍ଥାନୀୟ ସରପଞ୍ଚ ଶୁଭ୍ରସ୍ମୃତି ପରିଡା ଏହାକୁ ବିରୋଧ କରିବା ସହ ସ୍ଥାନ ପରିବର୍ତ୍ତନ ପାଇଁ ଜଗତସିଂହପୁର ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡା.ରୁଦ୍ର ନାରାୟଣ ଦାଶଙ୍କୁ ଲିଖିତ ଜଣାଇଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଜାମୁଗଁାର ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ର ଥିବା ସ୍ଥାନଟି ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି। ସେଠାରେ ନୂତନ ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଗଲେ ଆମ୍ବୁଲାନ୍ସ ଯାତାୟତ ସମୟରେ ଅସୁବିଧା ହେବ। ସେହିପରି ଉକ୍ତ ପ୍ଳଟରେ ଥିବା ବଡ ଗଛ ଗୁଡିକୁ କାଟିବା ଦ୍ୱାରା ଗଁା ପରିବେଶ ନଷ୍ଟ ହେବ। ତେଣୁ ଗ୍ରାମରେ ଥିବା ଖାତା ନଂ. ୧୪୬୫ ପ୍ଳଟ ନଂ. ୩୫୯୮ ରେ ଏହି ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବାକୁ ସେ ଦାବି କରିଥିଲେ। ଅଭିଯୋଗକୁ ଭିତି କରି ନୂତନ ସ୍ଥାନରେ ଉପକେନ୍ଦ୍ର ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ତେବେ ନୂତନ ସ୍ଥାନରେ ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ପୂର୍ବତନ ସରପଞ୍ଚ ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ବିରୋଧ କରିଥିଲେ। ପୂର୍ବ ନିର୍ଦ୍ଧାରିତ ସ୍ଥାନରେ କେନ୍ଦ୍ର ନିର୍ମାଣ ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ୧୯ ଜାନୁୟାରୀ ୨୦୨୩ରେ ଲିଖିତ ଭାବେ ଜଣାଇଥିଲେ।
ସେହିପରି ଜାମୁଗଁା ପଞ୍ଚାୟତରେ ସରକାରୀ ଜାଗାକୁ ଜବରଦଖଲ କରି ରଖାଯାଇଥିବା ଅଭିଯୋଗ କରି ଏହି ପଞ୍ଚାୟତ ଅନ୍ତର୍ଗତ ନନ୍ଦିଗ୍ରାମର ବିଜେଡି କର୍ମୀ ଦିଲୀପ ପାଢୀ ମଙ୍ଗଳବାର ଅନଶନରେ କରିବେ ବୋଲି ୨୭ ଜାନୁୟାରୀ ୨୦୨୩ରେ ଲିଖିତ ଭାବେ ଜଣାଇଥିଲେ। ୨ ଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୋଟିଏ ଦିନରେ ଧାରଣା ଓ ଅନଶନ ଡାକରା ଦିଆଯାଇଥିବାରୁ ତହସିଲ କାର୍ଯ୍ୟରେ ବାଧା ଉପୁଜିବା ଆଶଙ୍କା ରଖି ୧୪୪ ଧାରା ଲଗାଯାଇଛି ବୋଲି ତହସିଲଦାର ଜେ. କଳ୍ପନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri