୨ ରାଜନୈତିକ ଦଳର ଧାରଣା ପୂର୍ବରୁ ୧୪୪ ଧାରା ଲାଗୁ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ରାଜନୈତିକ ଦଳର କର୍ମୀ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ଧାରଣା ଓ ଅନଶନ କରିବାକୁ ଲିଖିତ ଭାବେ ଜଣାଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ତହସିଲ ପ୍ରଶାସନ ପକ୍ଷରୁ
କାର୍ଯ୍ୟାଳୟର ୨୦୦ ମିଟର ପରିଧି ମଧ୍ୟରେ୧୪୪ ଧାରା ଜାରି କରାଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏନେଇ ଜାରି ନୋଟିସରେ ଉଲ୍ଲେଖ କରାଯାଇଥିଲା। ଫଳରେ ଉଭୟ ରାଜନୈତିକ ଦଳ ପକ୍ଷରୁ ଧାରଣା ଦିଆଯାଇ ନଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଜାମୁଗଁା ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ପୂର୍ବରୁ ଖାତା ନଂ. ୧୪୬୫ ଓ ପ୍ଳଟ ନଂ. ୩୫୩୨ରେ ସ୍ଥାନ ଚିହ୍ନଟ କରାଯାଇଥିଲା। ପୂର୍ବରୁ ଏହି ସ୍ଥାନରେ ପୁରୁଣା ଜାମୁଗଁା ଉପସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏନେଇ ତହସିଲ ପକ୍ଷରୁ ଉକ୍ତ ପ୍ଲଟରେ ଥ୍‌ତ୍ବା ଗଛଗୁଡିକୁ କାଟିବା ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ସ୍ଥାନୀୟ ସରପଞ୍ଚ ଶୁଭ୍ରସ୍ମୃତି ପରିଡା ଏହାକୁ ବିରୋଧ କରିବା ସହ ସ୍ଥାନ ପରିବର୍ତ୍ତନ ପାଇଁ ଜଗତସିଂହପୁର ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡା.ରୁଦ୍ର ନାରାୟଣ ଦାଶଙ୍କୁ ଲିଖିତ ଜଣାଇଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଜାମୁଗଁାର ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ର ଥିବା ସ୍ଥାନଟି ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି। ସେଠାରେ ନୂତନ ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଗଲେ ଆମ୍ବୁଲାନ୍ସ ଯାତାୟତ ସମୟରେ ଅସୁବିଧା ହେବ। ସେହିପରି ଉକ୍ତ ପ୍ଳଟରେ ଥିବା ବଡ ଗଛ ଗୁଡିକୁ କାଟିବା ଦ୍ୱାରା ଗଁା ପରିବେଶ ନଷ୍ଟ ହେବ। ତେଣୁ ଗ୍ରାମରେ ଥିବା ଖାତା ନଂ. ୧୪୬୫ ପ୍ଳଟ ନଂ. ୩୫୯୮ ରେ ଏହି ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବାକୁ ସେ ଦାବି କରିଥିଲେ। ଅଭିଯୋଗକୁ ଭିତି କରି ନୂତନ ସ୍ଥାନରେ ଉପକେନ୍ଦ୍ର ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ତେବେ ନୂତନ ସ୍ଥାନରେ ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ପୂର୍ବତନ ସରପଞ୍ଚ ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ବିରୋଧ କରିଥିଲେ। ପୂର୍ବ ନିର୍ଦ୍ଧାରିତ ସ୍ଥାନରେ କେନ୍ଦ୍ର ନିର୍ମାଣ ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ୧୯ ଜାନୁୟାରୀ ୨୦୨୩ରେ ଲିଖିତ ଭାବେ ଜଣାଇଥିଲେ।
ସେହିପରି ଜାମୁଗଁା ପଞ୍ଚାୟତରେ ସରକାରୀ ଜାଗାକୁ ଜବରଦଖଲ କରି ରଖାଯାଇଥିବା ଅଭିଯୋଗ କରି ଏହି ପଞ୍ଚାୟତ ଅନ୍ତର୍ଗତ ନନ୍ଦିଗ୍ରାମର ବିଜେଡି କର୍ମୀ ଦିଲୀପ ପାଢୀ ମଙ୍ଗଳବାର ଅନଶନରେ କରିବେ ବୋଲି ୨୭ ଜାନୁୟାରୀ ୨୦୨୩ରେ ଲିଖିତ ଭାବେ ଜଣାଇଥିଲେ। ୨ ଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୋଟିଏ ଦିନରେ ଧାରଣା ଓ ଅନଶନ ଡାକରା ଦିଆଯାଇଥିବାରୁ ତହସିଲ କାର୍ଯ୍ୟରେ ବାଧା ଉପୁଜିବା ଆଶଙ୍କା ରଖି ୧୪୪ ଧାରା ଲଗାଯାଇଛି ବୋଲି ତହସିଲଦାର ଜେ. କଳ୍ପନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?