୨.୨୬ ଲକ୍ଷ ପଦବୀ ଖାଲି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି। ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ବେକାର ଯୁବତୀଯୁବକଙ୍କୁ ଚାକିରି ଦେବାରେ ବିଫଳ ହୋଇଛନ୍ତି। ପଦବୀ ପୂରଣ ବଦଳରେ ଠିକା ଏବଂ ଆଉଟ୍‌ସୋର୍ସ ନିଯୁକ୍ତିରେ କାମ ଚାଲିଛି। ବେକାରଙ୍କୁ ଚାକିରି ମିଳୁ ନ ଥିବାରୁ ଅପରାଧ ଓ ଦୁର୍ନୀତି ବଢୁଛି। ଦାଦନ ଶ୍ରମିକଙ୍କଠାରୁ କମ୍‌ ମଜୁରିରେ ଖଟୁଛନ୍ତି ଶିକ୍ଷିତ ବେକାର। ଆଉଟ୍‌ସୋର୍ସ ସଂସ୍ଥା ସେମାନଙ୍କଠାରୁ ଟଙ୍କା ଆଦାୟ କରୁଛି। ଏସବୁ ପ୍ରସଙ୍ଗ ଉଠାଇ ଶୁକ୍ରବାର ବିଧାନସଭାରେ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ।
‘ଠିକା ନିଯୁକ୍ତିରେ ଚାଲିଛି ଓଡ଼ିଶା ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆରମ୍ଭ କରି ଭାଜପା ସଭ୍ୟ ମୋହନ ମାଝି କହିଲେ, ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ କରିଛନ୍ତି। ୨୦୨୧-୨୨ ସୁଦ୍ଧା ଗୃହ ବିଭାଗରେ ୨୬,୭୯୮, ରାଜସ୍ବ ବିଭାଗରେ ୧୨,୭୬୧, ଗଣଶିକ୍ଷା ବିଭାଗରେ ୬୧,୮୬୭, ସ୍ବାସ୍ଥ୍ୟ ବିଭାଗରେ ୩୬,୦୪୫, ଜଳସମ୍ପଦ ବିଭାଗରେ ୮,୭୩୫, କୃଷି ବିଭାଗରେ ୯,୬୮୦, ଉଚ୍ଚଶିକ୍ଷା ବିଭାଗରେ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭାଗରେ ୫,୮୧୪ ଏଭଳି ମୋଟ୍‌ ୪୩ ବିଭାଗରେ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲିପଡ଼ିଛି। ଏଥିସହ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକରେ ୧୯,୧୦୦ ପଦବୀ ଖାଲି ରହିଛି। ୨୦୨୧ରେ ୨୨.୫% ପଦବୀ ଖାଲିଥିବା ବେଳେ ୨୦୨୨ରେ ଏହା ୨୫%କୁ ବୃଦ୍ଧି ପାଇଛି। ସରକାର ଚଞ୍ଚକତା କରି ଠିକା ନିଯୁକ୍ତି ଦେଉଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ବିଭିନ୍ନ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ବେକାରଙ୍କ ମଧ୍ୟରୁ ୧%ଙ୍କୁ ମଧ୍ୟ ଚାକିରି ମିଳୁନାହିଁ। ସରକାର ବିଭାଗ ଚଳାଇବା ଲାଗି ଠିକା ଓ ଆଉଟ୍‌ସୋର୍ସିଂ ବ୍ୟବସ୍ଥା ଉପରେ ନିର୍ଭର କରିଛନ୍ତି। ବେକାରଙ୍କୁ ପ୍ରତାରଣା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଭାଜପା ସଭ୍ୟ ନାଉରୀ ନାୟକ କହିଥିଲେ, ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶିକ୍ଷିତ ବେକାରଙ୍କଠାରୁ ଠିକାସଂସ୍ଥା ଟଙ୍କା ଆଦାୟ କରୁଛି। ୩ବର୍ଷ ପରେ ଆଉ ଏକ ସଂସ୍ଥା ଆସିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯାଉଛି। ଭାଜପା ସଭ୍ୟ ସନାତନ ବିଜୁଳି, କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ମଧ୍ୟ ଠିକା ଏବଂ ଆଉଟ୍‌ସୋର୍ସ ନିଯୁକ୍ତିକୁ କଡ଼ା ବିରୋଧ କରିଥିଲେ। ଏହିସବୁ ନିଯୁକ୍ତିକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବା ଲାଗି ଦାବି କରିଥିଲେ।
ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ଭୂପିନ୍ଦର ସିଂ, ରମେଶ ବେହେରା ଓ ରମେଶ ଚନ୍ଦ୍ର ସାଏ ସରକାର ବିଭିନ୍ନ ବିଭାଗରେ ଦେଉଥିବା ନିଯୁକ୍ତି ଓ ଆତ୍ମନିଯୁକ୍ତି ବିଷୟରେ ସୂଚନା ଦେଇଥିଲେ। ମୁଲତବୀ ଆଲୋଚନା ଶେଷରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟାଳୟରେ ମୂଳ ପଦବୀ ପୂରଣ ନ କରିବାକୁ ୧୯୯୯ ଜୁଲାଇ ୧୬ରେ ଏକ ସ୍ମାରକପତ୍ର (ସଂଖ୍ୟା- ୩୧୨୭୧) ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୧ ମାର୍ଚ୍ଚ ୧୪ରେ ମୂଳ ପଦବୀର ୫୦% ଉଚ୍ଛେଦ କରିବା ସହ ଅନ୍ୟାନ୍ୟ ବ୍ୟୟ ବନ୍ଦ କରିବାକୁ ପଦକ୍ଷେପ ନେଇଥିଲେ। ତେଣୁ ସରକାର ‘ଖ’ ବର୍ଗର ପଦବୀ ନିମନ୍ତେ ଓଡ଼ିଶା ‘ଖ’ ବର୍ଗ (ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମାବଳୀ-୨୦୧୩ ପ୍ରଣୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଚୁକ୍ତିଭିତ୍ତିକ ନିଯୁକ୍ତି ଉକ୍ତ ନିୟମାବଳୀ ଅନୁଯାୟୀ ହେଉଛି। ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ ଦ୍ୱାରା ୧୦,୨୨୬ ପ୍ରାର୍ଥୀଙ୍କୁ ଚୟନ କରାଯାଇ ବିଭିନ୍ନ ବିଭାଗକୁ ସୁପାରିସ କରାଯାଇଛି। ଠିକା ନିଯୁକ୍ତିରେ ଓଡ଼ିଶା ଚାଲିଥିବା କଥା ସମ୍ପୂର୍ଣ୍ଣ ନିରାଧାର ବୋଲି ମନ୍ତ୍ରୀ କହିଥିଲେ। ପରେ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri