ରୁଷିଆ-ୟୁକ୍ରେନ ଯୁଦ୍ଧର ୧୯ ଦିନ: ଥମୁନି ମିଶାଇଲ ମାଡ, ବଢୁଛି ବିସ୍ଫୋରଣ ସଂଖ୍ୟା

ମସ୍କୋ/କ୍ୱିଭ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୯ ଦିନ ହୋଇଗଲାଣି । ଏବେବି ରୁଷିଆ ପକ୍ଷରୁ ଲଗାତାର ଆକ୍ରମଣ ଚାଲିଥିବା ବେଳେ ୟୁକ୍ରେନ ବି ଏହାର କଡା ଜବାବ ଦେଇ ଚାଲିଛି । ରୁଷିଆ ସେନା ୟୁକ୍ରେନର ରାଜଧାନୀ କ୍ୱିଭ୍ ସମେତ ଅନ୍ୟ ବଡ ବଡ ସହର ଉପରେ ବୋମାମାଡ କରି ଚାଲିଛି । ମାଇକୋଲେବ, ଖାର୍କିବ ଓ ରିୱନରେ ସୋମାବାର ବିମାନ ଆକ୍ରମଣ କରାଯାଇଛି । ଉତ୍ତର ସହର ଚେର୍ନିହିବରେ ବି ରାତିସାରା ଆକ୍ରମଣ ଜାରି ରହିଛି । ଏଠାରେ ବିମାନ ଆକ୍ରମଣ କରାଯାଉଛି । ଅନ୍ୟପଟେ ଯୁଦ୍ଧ ବିରତି ପାଇଁ ୨ ଦେଶ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସୁଫଳ ମିଳିପାରି ନାହିଁ । ତେବେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତାର ପରିଣାମ ବିଷୟରେ ସଠିକ ସୂଚନା କିଛି ଏପର୍ଯ୍ୟନ୍ତ ମିଳିପାରି ନାହିଁ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଦୋଲ୍‌ୟାକ ଭିଡିଓ ଲିଙ୍କ ଜରିଆରେ ବାର୍ତ୍ତାର କିଛି ଫଟୋ ଟୁଇଟ୍ କରିଛନ୍ତି ।
ସେ କହିଛନ୍ତି ବାର୍ତ୍ତା ସମୟରେ ୟୁକ୍ରେନ୍ ଶାନ୍ତି, ଯୁଦ୍ଧ ବିରାମ, ରୁଷିଆ ସେନାଙ୍କ ତତ୍କାଳ ପ୍ରତ୍ୟାବର୍ତ୍ତନ ଓ ନାଗରିକଙ୍କ ସୁରକ୍ଷା ଗ୍ୟାରେଣ୍ଟି କଥା ଉଠାଇଥିଲା । ନିଜେ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ବାର୍ତ୍ତାର ଫଳାଫଳ ଖୁବଶୀଘ୍ର ସାର୍ବଜନିକ କରାଯିବ । ୟୁକ୍ରେନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି କି ବାହାରେ ବି ଦୁଇ ଦେଶର ସେନାଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷିଆ ସେନା କ୍ୱିଭର ଉପନଗରରେ ଥିବା ଅସ୍ତ୍ରଶସ୍ତ୍ର ଗୋଦାମରେ ବି ବିସ୍ଫୋରଣ କରିଛନ୍ତି । ୟୁକ୍ରେନର ସବୁଠାରୁ ବଡ ବିମାନ ନିର୍ମାଣ ଫ୍ୟାକ୍ଟ୍ରି ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଛି । ଏଥିରେ ଜଣଙ୍କ ଜୀବନ ଯାଇଛି । ଏହାସହ ୭ ଆହତ ହୋଇଛନ୍ତି । ଏଣ୍ଟୋନୋବସ୍ଥିତ ଫ୍ୟାକ୍ଟ୍ରିରେ ବିଶ୍ୱର ସବୁଠାରୁ ଭଲ କାର୍ଗୋ ବିମାନ ନିର୍ମାଣ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri