Posted inଜାତୀୟ

ଆଜିର ଦିନରେ ହିଁ ହୋଇଥିଲା ମୁମ୍ବାଇରେ ସିରିଏଲ ବ୍ଲାଷ୍ଟ, ଡନ ଦାଉଦ ଇବ୍ରାହିମ ଥିଲେ ସାମିଲ, ଫସିଯାଇଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ,୧୨ ।୩: ମାର୍ଚ୍ଚ ୧୨, ୧୯୯୩ ମୁମ୍ବାଇ ପାଇଁ ଥିଲା କଳା ଶୁକ୍ରବାର ବା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରତିଦିନ ଭଳି ସାଧାରଣ ଭାବେ କାମ ଚାଲିଥିଲା, ହେଲେ ଦିନ ପ୍ରାୟ ୧ଟା ୩୦ରେ ଏକ୍ସଚେଞ୍ଜର ୨୮ ମହଳା ବିଲଡିଂର ବେସମେଣ୍ଟରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସମ୍ପୂର୍ଣ୍ଣ ବିଲଡିଂଟି ଦୋହଲି ଯାଇଥିଲା । ଏଥିରେ ୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏହା କେବଳ ଆରମ୍ଭ ମାତ୍ର ଥିଲା । ଏହାର ଅଧଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ ଖୁବଜୋରରେ ଏକ କାରରେ ହୋଇଥିଲା । ଆଉ ଏହା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା । ସମ୍ପୂର୍ଣ୍ଣ ମୁମ୍ବାଇରେ ୧୨ଟି ସ୍ଥାନରେ ୧୩ ବିସ୍ଫୋରଣ ହୋଇଥିଲା ।
ଏହି ସିରିଏଲ ବୋମା ବିସ୍ଫୋରଣରେ ୨୫୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୧୩ ଆହତ ହୋଇଥିଲେ । ଆଜିବି ମୁମ୍ବାଇବାସୀଙ୍କ ମନରେ ସେଦିନର ସେହି ବିସ୍ଫୋରଣର ଚିତ୍ର ତାଜା ହୋଇ ରହିଛି ।
ଏହି ବିସ୍ଫୋରଣ ମୁମ୍ବାଇରେ ହୋଇଥିବା ଦଙ୍ଗାର କିଛି ସମୟ ପରେ ହୋଇଥିବାରୁ ଏହା ଦଙ୍ଗାର ପ୍ରତିଶୋଧ ବୋଲି କୁହାଯାଇଥିଲା । ଏହି ସିରିଏଲ ବିସ୍ଫୋରଣରେ ମୁମ୍ବାଇ ସମ୍ପୂର୍ଣ୍ଣ ଭାବେ ଦୋହଲି ଯାଇଥିଲା । ପୋଲିସ କହିଥିଲା ଏହି ବିସ୍ଫୋରଣ ଭାରତ ବାହାରେ ଥିବା ଆତଙ୍କବାଦୀ ଦାଉଦ ଇବ୍ରାହିମ କରାଇଥିଲେ । ବ୍ଲାଷ୍ଟର ପ୍ଲାନ ଟାଇଗର ମେମନ କରିଥିଲେ, ହେଲେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଧରା ଯାଇନାହିଁ । ଏହି ମାମଲାରେ ତଳ କୋର୍ଟ ୧୨ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଏଥିରେ ୟାକୁବ ମେମନ ବି ଥିଲେ, ଯାହାଙ୍କୁ ୨୦୧୫ରେ ଫାଶି ଦିଆଯାଇଥିଲା । ୟାକୁବ ମେମନ ମୁଖ୍ୟ ଅଭିଯୁକ୍ତ ଟାଇଗରର ଭାଇ ଥିଲେ ।
ଏହି ବିସ୍ଫୋରଣରେ ଯେତେବେଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ନାମ ସାମ୍ନାକୁ ଆସିଥିଲା, ସେତେବେଳେ ଲୋକେ ବିଶ୍ୱାସ କରିପାରି ନ ଥିଲେ । ସଞ୍ଜୟ ଦତ୍ତଙ୍କୁ ୨୦୦୬ରେ ମୁ୍‌ମ୍ବାଇର ଟାଡା କୋର୍ଟ ଏକେ-୫୬ ରଖିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ, ହେଲେ ଅନ୍ୟ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri