୧୯ ନଦୀ ଜଳ ପ୍ରଦୂଷଣ ପ୍ରସଙ୍ଗ: ସିପିସିବିକୁ ରିପୋର୍ଟ ଦେଲା ଏସ୍‌ପିସିବି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ରାଜ୍ୟର ୧୯ ନଦୀର ପ୍ରଦୂଷଣ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)କୁ ଅବଗତ କରାଇଛି। ୧୯ ନଦୀ ପାଇଁ ପ୍ରସ୍ତୁତ କରାଯାଇଥିବା ସଂଶୋଧିତ ଆକ୍ସନ ପ୍ଲାନ ସିପିସିବି ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବା ସହ ରିପୋର୍ଟ ଦାଖଲ କରାଯାଇଛି। ଏସ୍‌ପିସିବି ପକ୍ଷରୁ ଅବଗତ କରାଯାଇଛି ଯେ, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟାସ୍କଫୋର୍ସ ନଦୀଗୁଡ଼ିକରେ ହେଉଥିବା ପ୍ରଦୂଷଣକୁ ନିୟମିତ ଯାଞ୍ଚ କରୁଛି। ବେଆଇନ ଖଣି ଖନନ ଦ୍ୱାରା କୌଣସି ପ୍ରଦୂଷଣ ହେଉ ନ ଥିବା ନେଇ ଟାସ୍କଫୋର୍ସ ନିଶ୍ଚିତ କରିବ। ସେହିପରି ଭୁବନେଶ୍ୱରର ଗଙ୍ଗୁଆ ନାଳକୁ ଛଡ଼ାଯାଉଥିବା ବର୍ଜ୍ୟଜଳର ନିୟମିତ ସର୍ଭେ କରାଯାଉଛି। କଟକ, ଭୁବନେଶ୍ୱର, ରାଉରକେଲା ଏବଂ ପୁରୀ ସହରରେ ଗୋଟିଏ ଲେଖାଏ ସ୍ବେରେଜ ଟ୍ରିିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ପ୍ରଦୂଷଣକୁ କମାଇବା ପାଇଁ ମହାନଦୀ ଓ ବୈତରଣୀ ନଦୀକୂଳରେ ବହୁ ପରିମାଣର ବୃକ୍ଷରୋପଣ କରାଯାଉଛି। ସ୍ବଚ୍ଛ ଭାରତ ମିଶନରେ ସହରାଞ୍ଚଳରେ ବର୍ଜ୍ୟଜଳ ପରିଚାଳନା ନେଇ ପଦକ୍ଷେପ ନିଆଯାଉଛି ବୋଲି ଏସ୍‌ପିସିବି ସିିପିସିବିକୁ ଜଣାଇଛି।

ସୂଚନାଯୋଗ୍ୟ ଯେ, ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବାରମ୍ବାର ତାଗିଦ କରିବା ପରେ ନଦୀ ନାଳର ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରିଭର ରିଜୁଭେନେଶନ କମିଟି(ଆର୍‌ଆର୍‌ସି) ଗଠନ କରିଛନ୍ତି। ଏହି କମିଟିରେ ଅଧ୍ୟକ୍ଷକଙ୍କ ସମେତ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଏସ୍‌ପିସିବି ମେମ୍ବେର ସେକ୍ରେଟାରି ରହିଛନ୍ତି। ଆର୍‌ଆର୍‌ସି ଦ୍ୱାରା ନଦୀ ପ୍ରଦୂଷଣ ରୋକିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଜାତୀୟ ଜଳ ମାନ ସର୍ବେକ୍ଷଣ ଯୋଜନାରେ ସିପିସିବି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ସମଗ୍ର ଦେଶରେ ୩୫୧ଟି ନଦୀ ପ୍ରଦୂଷଣ ହୋଇଥିବାବେଳେ ସେଥିରେ ଓଡ଼ିଶାରେ ୧୯ଟି ରହିଛି। ସର୍ଭେ ଅନୁଯାୟୀ ରାଜ୍ୟରେ ଗଙ୍ଗୁଆ, ଗୁରାଡିହି ନାଳା, କାଠଯୋଡ଼ି, ନନ୍ଦିରାଯୋର, ଦୟା, କୁଆଖାଇ, ବାଙ୍ଗୁରୁ ନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ମଙ୍ଗଳା, ନାଗାବଳୀ, ଲୁଣା, ରତ୍ନଚିରା, ଋଷିକୁଲ୍ୟା, ସାବୁଳିଆ ଏବଂ ସେରୁଆ ନଦୀ ପ୍ରଦୂଷିତ ହୋଇଛି। ପ୍ରଦୂଷଣ କାରଣରୁ ଏହି ନଦୀଗୁଡ଼ିକର ଜଳରେ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ବହୁମାତ୍ରାରେ ବଢ଼ିଯାଉଛି। ବିଓଡି ସ୍ତର ପ୍ରତି ଲିଟର ଜଳରେ ୧-୨ ମିଲିଗ୍ରାମ ରହିଲେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ। ଏହାଠାରୁ ଅଧିକ ରହିଲେ ତାହାକୁ ପ୍ରଦୂଷିତ ବୋଲି ଧରାଯାଏ। ତେବେ ଉକ୍ତ ୧୯ଟି ନଦୀର ବିଓଡି ୩ରୁ ୬ ମିଲିଗ୍ରାମ ଉପରେ ରହିଥିବା ସିପିସିବି ରିପୋର୍ଟରେ କୁହାଯାଇଛି। ଏ ସବୁ ନଦୀର ଜଳ ପ୍ରଦୂଷଣକୁ ରୋକିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାଦ୍ୱାରା ନଦୀ ଜଳ ବେଳକୁ ବେଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ପ୍ରାକୃତିକ ଜଳାଶୟଗୁଡ଼ିକର ପ୍ରଦୂଷଣକୁ ଏନ୍‌ଜିଟି ଅପରାଧ ଭାବେ ବିବେଚନା କରିଛନ୍ତି। ନିଜ ଆଡୁ ମାମଲା କରି ଏନ୍‌ଜିଟି କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକ ଜଳ ପ୍ରଦୂଷଣ ରୋକିବା ଦିଗରେ ବିଫଳ ହୋଇଛନ୍ତି। ଏପରି କି ପ୍ରଦୂଷଣକାରୀଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ନଦୀନାଳଗୁଡ଼ିକ ବିଷାକ୍ତ ହେବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ପ୍ରାକୃିତକ ସମ୍ପଦ ନଷ୍ଟ ହେବାରେ ଲାଗିଛି। ଏନ୍‌ଜିଟି ଏ ନେଇ ସିପିସିବି, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଓ ଅନ୍ୟମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ରିପୋର୍ଟ ତଲବ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri