୧୨ବର୍ଷରେ ପୋଡ଼ିଲାଣି ୧୯ ମୃତ ହାତୀ

ବାରିପଦା ଅଫିସ,୧୨ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଗଜରାଜଙ୍କ ଲାଗି ବିପଦ ସାଜିଛି। ଶିକାରୀମାନେ ଅବାଧରେ ପଶି ହାତୀ ଶିକାର କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବା ପରିବର୍ତ୍ତେ ନିଜର ଅପାରଗତାକୁ ଲୁଚାଇବାକୁ ପ୍ରୟାସ ଚଳାଇଛି। ଏପରି କି ମୃତ ହାତୀଗୁଡ଼ିକୁ ପୋଡ଼ି ତଥ୍ୟ ଲୁଚାଉଛି। ଏଭଳି ୧୨ବର୍ଷ ମଧ୍ୟରେ ବନବିଭାଗ ୧୯ଟି ମୃତହାତୀକୁ ପୋଡ଼ି ସାରିଲାଣି। ହାତୀ ମୃତ୍ୟୁ ଘଟଣାରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉନାହିଁ। କେବଳ ବନବିଭାଗର ଉପରିସ୍ଥ ଅଧିକାରୀ ସମ୍ପୃକ୍ତ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି କାମ ସାରିଦେଉଛନ୍ତି। ଫଳରେ କିଛି ଦିନ ବ୍ୟବଧାନରେ ଶିକାରୀମାନେ ପୁଣି ଅଭୟାରଣ୍ୟରେ ପଶି ହାତୀ ଶିକାର କରୁଛନ୍ତି। ୧୫ଦିନ ପୂର୍ବେ ହାତୀ ମୃତ୍ୟୁର ତଥ୍ୟ ଲୁଚାଇବା ପାଇଁ ବନକର୍ମଚାରୀମାନେ ମୃତଶରୀରକୁ ପୋଡି ଦେବା ଓ ପରେ ଅବଶିଷ୍ଟ ଦେହାବଶେଷକୁ ନଦୀରେ ଭସାଇ ଦେବା ନେଇ ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ଏହି ଘଟଣା ପଦାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ରେଞ୍ଜ ଦାୟିତ୍ୱରେ ଥିବା ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟଗାର୍ଡ ବିନୋଦ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ସରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ପ୍ରକାଶ କରିଛନ୍ତି।
ଏସିଆର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ହାତୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଶିକାରୀଙ୍କ ଦ୍ୱାରା ଦନ୍ତା ହାତୀ ଶିକାର ଓ କର୍ମଚାରୀଙ୍କ ଅବହେଳା ଯୋଗୁ ହାତୀ ମୃତ୍ୟୁ ଘଟଣା ରାଜ୍ୟବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଛି। ଦିନରାତି ପାଟ୍ରୋଲିଂ କରୁଥିବା ବିଭାଗୀୟ ଅଧିକାରୀମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଘଟଣା ପ୍ରଘଟ ହେବା ପରେ ପ୍ରାଣୀପ୍ରେମୀମାନେ ଚକିତ ହୋଇପଡିଛନ୍ତି। ଉଲ୍ଲେଖଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଅଧୀନ ଜେନାବିଲ ରେଞ୍ଜ ଗୁରାଣ୍ଡିଆ ସେକ୍ସନ ଅଞ୍ଚଳରେ ୧୫ଦିନ ତଳେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। ଶିକାରୀମାନେ ଦାନ୍ତ କାଟି ନେବା ପରେ ବିଭାଗୀୟ କର୍ମଚାରୀମାନେ ଦୋଷ ଲୁଚାଇବା ପାଇଁ ମୃତଦେହକୁ ପୋଡି ଦେଇଥିଲେ। ଅବଶିଷ୍ଟ ଦେହାବଶେଷକୁ ନିକଟସ୍ଥ ନଦୀରେ ଭସାଇ ଦେବା ବେଳେ ସ୍ଥାନୀୟ ଗ୍ରାମବାସୀ ଦେଖି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ବନବିଭାଗର ୫୦ଜଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ପୋଡାଯାଇଥିବା ସ୍ଥାନକୁ ଚିହ୍ନଟ କରିବା ସହ ନଦୀରୁ କିଛି ହାଡ ମଧ୍ୟ ଜବତ କରିଥିଲେ। ହାଡକୁ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଇଛି। ତେବେ ଏଭଳି ଘଟଣାକୁ ନେଇ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ୨୦୧୦ ମେ’ରେ ୧୦ଟି ହାତୀକୁ ପୋଡ଼ି ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ଜଣେ ଫରେଷ୍ଟର ଓ ୨ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି ୨୦୧୨ରେ ୮ଟି ହାତୀକୁ ପୋଡ଼ି ଗାତଖୋଳି ପୋତି ଦେବା ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଗାର୍ଡକୁ ନିଲମ୍ବିତ କରାଯାଇଥିଲା। ଉକ୍ତ ଘଟଣାରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ତଦନ୍ତରେ ଆସି ରେଞ୍ଜରଙ୍କୁ ନିଲମ୍ବିତ କରିଥିଲେ। ତେବେ ଦୁଇଟି ଘଟଣାରେ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଥିବା ନମୁନାର ରିପୋର୍ଟ ଓ ଆପରାଧିକ କାର୍ଯ୍ୟ ପାଇଁ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଶୀତଳଭଣ୍ଡାରରେ ପଡିରହିଛି। ଏହି ଘଟଣା ମଧ୍ୟ ତଦନ୍ତରେ ସୀମିତ ରହିଯିବ। ତେବେ ଦିନରାତି ବନ୍ୟଜନ୍ତୁ ସୁରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀମାନେ ଶିକାରୀଙ୍କ ସହ ମିଳିମିଶି କାର୍ଯ୍ୟ କରୁଛନ୍ତି ନା ଶିକାରୀମାନେ ଅଧିକାରୀଙ୍କୁ ନେଇ ଏଭଳି କାଣ୍ଡ ଭିଆଉଛନ୍ତି ତାହା ସନ୍ଦେହଘେରରେ ରହିଛି। ଉଚ୍ଚପଦସ୍ଥ ବିଭାଗୀୟ କର୍ମଚାରୀମାନେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ହାତୀ ମୃତଦେହକୁ ବ୍ୟବଚ୍ଛେଦ ନ କରି ଅପରାଧକୁ ଲୁଚାଇବା ପାଇଁ ପ୍ରୟାସ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ କର୍ମଚାରୀଙ୍କ ଦ୍ୱାରା ଅଭୟାରଣ୍ୟ ହାତୀଶୂନ୍ୟ ହେବ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତ ବସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri