୧୨ବର୍ଷରେ ପୋଡ଼ିଲାଣି ୧୯ ମୃତ ହାତୀ

ବାରିପଦା ଅଫିସ,୧୨ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଗଜରାଜଙ୍କ ଲାଗି ବିପଦ ସାଜିଛି। ଶିକାରୀମାନେ ଅବାଧରେ ପଶି ହାତୀ ଶିକାର କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବା ପରିବର୍ତ୍ତେ ନିଜର ଅପାରଗତାକୁ ଲୁଚାଇବାକୁ ପ୍ରୟାସ ଚଳାଇଛି। ଏପରି କି ମୃତ ହାତୀଗୁଡ଼ିକୁ ପୋଡ଼ି ତଥ୍ୟ ଲୁଚାଉଛି। ଏଭଳି ୧୨ବର୍ଷ ମଧ୍ୟରେ ବନବିଭାଗ ୧୯ଟି ମୃତହାତୀକୁ ପୋଡ଼ି ସାରିଲାଣି। ହାତୀ ମୃତ୍ୟୁ ଘଟଣାରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉନାହିଁ। କେବଳ ବନବିଭାଗର ଉପରିସ୍ଥ ଅଧିକାରୀ ସମ୍ପୃକ୍ତ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି କାମ ସାରିଦେଉଛନ୍ତି। ଫଳରେ କିଛି ଦିନ ବ୍ୟବଧାନରେ ଶିକାରୀମାନେ ପୁଣି ଅଭୟାରଣ୍ୟରେ ପଶି ହାତୀ ଶିକାର କରୁଛନ୍ତି। ୧୫ଦିନ ପୂର୍ବେ ହାତୀ ମୃତ୍ୟୁର ତଥ୍ୟ ଲୁଚାଇବା ପାଇଁ ବନକର୍ମଚାରୀମାନେ ମୃତଶରୀରକୁ ପୋଡି ଦେବା ଓ ପରେ ଅବଶିଷ୍ଟ ଦେହାବଶେଷକୁ ନଦୀରେ ଭସାଇ ଦେବା ନେଇ ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ଏହି ଘଟଣା ପଦାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ରେଞ୍ଜ ଦାୟିତ୍ୱରେ ଥିବା ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟଗାର୍ଡ ବିନୋଦ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ସରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ପ୍ରକାଶ କରିଛନ୍ତି।
ଏସିଆର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ହାତୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଶିକାରୀଙ୍କ ଦ୍ୱାରା ଦନ୍ତା ହାତୀ ଶିକାର ଓ କର୍ମଚାରୀଙ୍କ ଅବହେଳା ଯୋଗୁ ହାତୀ ମୃତ୍ୟୁ ଘଟଣା ରାଜ୍ୟବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଛି। ଦିନରାତି ପାଟ୍ରୋଲିଂ କରୁଥିବା ବିଭାଗୀୟ ଅଧିକାରୀମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଘଟଣା ପ୍ରଘଟ ହେବା ପରେ ପ୍ରାଣୀପ୍ରେମୀମାନେ ଚକିତ ହୋଇପଡିଛନ୍ତି। ଉଲ୍ଲେଖଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଅଧୀନ ଜେନାବିଲ ରେଞ୍ଜ ଗୁରାଣ୍ଡିଆ ସେକ୍ସନ ଅଞ୍ଚଳରେ ୧୫ଦିନ ତଳେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। ଶିକାରୀମାନେ ଦାନ୍ତ କାଟି ନେବା ପରେ ବିଭାଗୀୟ କର୍ମଚାରୀମାନେ ଦୋଷ ଲୁଚାଇବା ପାଇଁ ମୃତଦେହକୁ ପୋଡି ଦେଇଥିଲେ। ଅବଶିଷ୍ଟ ଦେହାବଶେଷକୁ ନିକଟସ୍ଥ ନଦୀରେ ଭସାଇ ଦେବା ବେଳେ ସ୍ଥାନୀୟ ଗ୍ରାମବାସୀ ଦେଖି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ବନବିଭାଗର ୫୦ଜଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ପୋଡାଯାଇଥିବା ସ୍ଥାନକୁ ଚିହ୍ନଟ କରିବା ସହ ନଦୀରୁ କିଛି ହାଡ ମଧ୍ୟ ଜବତ କରିଥିଲେ। ହାଡକୁ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁ ପଠାଯାଇଛି। ତେବେ ଏଭଳି ଘଟଣାକୁ ନେଇ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ୨୦୧୦ ମେ’ରେ ୧୦ଟି ହାତୀକୁ ପୋଡ଼ି ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ଜଣେ ଫରେଷ୍ଟର ଓ ୨ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି ୨୦୧୨ରେ ୮ଟି ହାତୀକୁ ପୋଡ଼ି ଗାତଖୋଳି ପୋତି ଦେବା ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଗାର୍ଡକୁ ନିଲମ୍ବିତ କରାଯାଇଥିଲା। ଉକ୍ତ ଘଟଣାରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ତଦନ୍ତରେ ଆସି ରେଞ୍ଜରଙ୍କୁ ନିଲମ୍ବିତ କରିଥିଲେ। ତେବେ ଦୁଇଟି ଘଟଣାରେ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଥିବା ନମୁନାର ରିପୋର୍ଟ ଓ ଆପରାଧିକ କାର୍ଯ୍ୟ ପାଇଁ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଶୀତଳଭଣ୍ଡାରରେ ପଡିରହିଛି। ଏହି ଘଟଣା ମଧ୍ୟ ତଦନ୍ତରେ ସୀମିତ ରହିଯିବ। ତେବେ ଦିନରାତି ବନ୍ୟଜନ୍ତୁ ସୁରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀମାନେ ଶିକାରୀଙ୍କ ସହ ମିଳିମିଶି କାର୍ଯ୍ୟ କରୁଛନ୍ତି ନା ଶିକାରୀମାନେ ଅଧିକାରୀଙ୍କୁ ନେଇ ଏଭଳି କାଣ୍ଡ ଭିଆଉଛନ୍ତି ତାହା ସନ୍ଦେହଘେରରେ ରହିଛି। ଉଚ୍ଚପଦସ୍ଥ ବିଭାଗୀୟ କର୍ମଚାରୀମାନେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ହାତୀ ମୃତଦେହକୁ ବ୍ୟବଚ୍ଛେଦ ନ କରି ଅପରାଧକୁ ଲୁଚାଇବା ପାଇଁ ପ୍ରୟାସ କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ କର୍ମଚାରୀଙ୍କ ଦ୍ୱାରା ଅଭୟାରଣ୍ୟ ହାତୀଶୂନ୍ୟ ହେବ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ସଂଯୁକ୍ତ ବସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri