ଇପିଏଫ୍‌ଓରେ ଯୋଡ଼ିହେଲେ ୧୯.୫୦ ଲକ୍ଷ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ୨୦୨୪ ମେ’ ମାସର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ମେ’ ମାସରେ ୧୯.୫୦ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ତେବେ ୨୦୧୮ ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ମେ’ ମାସରେ ସର୍ବାଧିକ ସଦସ୍ୟ ଯୋଡ଼ିହୋଇଥିବା ଜଣାପଡ଼ିଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩ ମେ’ ତୁଳନାରେ ଚଳିତ ବର୍ଷ ମେ’ରେ ଇପିଏଫ୍‌ଓ ସଦସ୍ୟଙ୍କ ସଂଖ୍ୟାରେ ୧୯.୬୨ ପ୍ରତିଶତ ବୃଦ୍ଧି ପାଇଛି। ମେ ୨୦୨୪ରେ ମୋଟ ୯.୮୫ ଲକ୍ଷ ନୂତନ ସଦସ୍ୟ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ଏପ୍ରିଲ ତୁଳନାରେ ନୂତନ ସଦସ୍ୟଙ୍କ ସଂଖ୍ୟା ୧୦.୯୬ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ବାର୍ଷିକ ଭିତ୍ତିରେ ୧୧.୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ମୋଟ ନୂତନ ସଦସ୍ୟଙ୍କ ମଧ୍ୟରେ ୧୮ରୁ ୨୫ ବର୍ଷ ବୟସର ଯୁବକମାନଙ୍କ ଅଂଶ ୫୮.୩୭ ପ୍ରତିଶତ ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଚାକିରି ପାଇଛନ୍ତି। ମେ’ ରେ ସର୍ବାଧିକ ସଂଖ୍ୟକ ଯୁବକ ଚାକିରି ପାଇଥିବାବେଳେ ସମୁଦାୟ ୧୪.୦୯ ଲକ୍ଷ ଲୋକ ଚାକିରି ଛାଡ଼ି ଅନ୍ୟତ୍ର ଯୋଗ ଦେଇଛନ୍ତି। ମେ’ରେ ମୋଟ ୩.୬୯ ଲକ୍ଷ ମହିଳା ସଦସ୍ୟ ଯୋଗ ଦେଇଥିବାବେଳେ ନୂତନ ସଦସ୍ୟଙ୍କ ମଧ୍ୟରୁ ୨.୪୮ ଲକ୍ଷ ମହିଳା ଅଛନ୍ତି। ଏହି ପରିସ୍ଥିତିରେ, ମେ ୨୦୨୩ ତୁଳନାରେ ୧୭.୨୪ ପ୍ରତିଶତ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ସର୍ବାଧିକ ୫୮.୨୪ ପ୍ରତିଶତ ସଦସ୍ୟ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, କର୍ନାଟକ ଏବଂ ହରିୟାଣାରୁ ଅଛନ୍ତି। ଏହି ରାଜ୍ୟଗୁଡିକରୁ ସର୍ବାଧିକ ୧୧.୩୬ ଲକ୍ଷ ନୂତନ ସଦସ୍ୟ ଯୋଗ ଦେଇଛନ୍ତି। ଏଥିରେ ସର୍ବାଧିକ ୧୮.୮୭ ପ୍ରତିଶତ ମହାରାଷ୍ଟ୍ରର ସଦସ୍ୟ ରହିଛନ୍ତି। ଅଧିକାଂଶ ଇପିଏଫ୍‌ଓ ସଦସ୍ୟ ଇଞ୍ଜିନିୟରିଂ କ୍ଷେତ୍ର ସାଙ୍ଗକୁ ନିର୍ମାଣ, ମାନବ ସମ୍ବଳ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ କମ୍ପାନୀ ସହ ଜଡ଼ିତ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri