Posted inଜାତୀୟ

ଆରମ୍ଭ ହେଲା ୧୮ତମ ଲୋକସଭା ଅଧିବେଶନ, ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୪।୬: ଲୋକସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଷ୍ଟ୍ରପତି ଭବନରେ କମାଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି । ସଂସଦରେ ନବନିର୍ବାଚିତ ୨୮୦ ଜଣ ଏମ୍‌ପିଙ୍କୁ ଆଜି ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ପରେ ରାଜନାଥ ସିଂହ ଏବଂ ନୀତିନ୍‌ ଗଡ଼କାରୀ ଶପଥ ଗ୍ରହଣ କରିଛନ୍ତି ।

ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ଆଜି ହେଉଛି ଗୌରବର ଦିନ। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ନୂତନ ସଂସଦରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି। ଏହି ମହାନ ଦିନରେ ମୁଁ ସମସ୍ତ ନୂତନ ନିର୍ବାଚିତ ଏମ୍‌ପିମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କର ଶୁଭକାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?