ଟ୍ରେନ୍‌ ଧକ୍କାରେ ଯାଇଛି ୧୮୬ ଜଣଙ୍କ ଜୀବନ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଟ୍ରେନ ଧକ୍କା, ଟ୍ରେନ୍‌ରୁ ଖସି ଓ ଆତ୍ମହତ୍ୟାଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଟ୍ରେନ୍‌ ଲାଇନ୍‌ରେ ଲୋକଙ୍କ ଜୀବନ ଯିବା ଘଟଣା ଉପରେ ରୋକ ଲାଗିପାରୁନି। ସାମାନ୍ୟ ଭୁଲ୍‌ ଓ ଅସାବଧାନତା ପାଇଁ ଅକାଳରେ ଜୀବନ ଚାଲିଯାଉଥିବାରୁ ଚିନ୍ତାର ବିଷୟ ପାଲଟିଛି। ଗତ ୫ ବର୍ଷରେ ଭୁବନେଶ୍ୱର ସରକାରୀ ରେଳପଥ ପୋଲିସ (ଜିଆର୍‌ପି) ଥାନାରେ ୨୦୦ରୁ ଅଧିକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଥାନା ଅଞ୍ଚଳରେ ୨୦୧୯ରେ ସର୍ବାଧିକ ମାମଲା ପଞ୍ଜୀକୃତ ହୋଇଥିବାବେଳେ ସର୍ବାଧିକ ୯୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୨୦୨୦ରେ କରୋନା କଟକଣା ପାଇଁ ଅଧିକାଂଶ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ସବୁଠୁ କମ୍‌ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୨୦୧୮ରେ ୯୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୩୮ଟି ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବାବେଳେ ୮ଜଣ ଆତ୍ମହତ୍ୟା କରିଛନ୍ତି ଓ ୧୯ଜଣ ଟ୍ରେନରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ୨୦୧୯ ମସିହାରେ ୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ଜଣ ଟ୍ରେନ ଧକ୍କାରେ, ୧୪ଜଣ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିବାବେଳେ ଜଣେ ଆତ୍ମହତ୍ୟା କରିଛନ୍ତି। ୨୦୨୦ରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆତ୍ମହତ୍ୟା ଓ ୨୫ ଜଣଙ୍କର ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି। ଏହାସହ ୬ଜଣ ଟ୍ରେନରୁ ପଡିଯିବାରୁ ମୃତ୍ୟୁ ଘଟିଛି। କରୋନା ମହାମାରୀର ପ୍ରଭାବ କମିବା ପରେ ପୁନଃ ମୃତ୍ୟୁ ବଢ଼ୁଥିବା ଦେଖିବାକୁ ମିଳିଛି। ୨୦୨୧ରେ ୭୨ଜଣଙ୍କ ମୃତ୍ୟୁ ମାମଲା ଜିଆର୍‌ପି ଥାନାରେ ପଞ୍ଜୀକୃତ ହୋଇଥିବାବେଳେ ଏଥିରୁ ୬ଜଣ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେହିବର୍ଷ ୪୧ଜଣ ବ୍ୟକ୍ତିଙ୍କ ଟ୍ରେନ ଧକ୍କାରେ ଓ ୩ ଜଣଙ୍କର ଟ୍ରେନରୁ ପଡ଼ି ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ୯୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଜଣଙ୍କ ଟ୍ରେନ ଧକ୍କାରେ ଓ ୬ଜଣ ଟ୍ରେନରୁ ପଡିଯିବାରୁ ମୃତ୍ୟୁ ହୋଇଥିବା ତଥ୍ୟ ରହିଛି।
ତେବେ ଏହି ତଥ୍ୟକୁ ଦେଖିଲେ ଆତ୍ମହତ୍ୟା ପାଇଁ ରେଳପଥକୁ ସବୁଠାରୁ ସହଜ ସ୍ଥାନ ଭାବେ ବାଛି ନେଉଛନ୍ତି। ଏହାକୁ ବାଦ ଦେଲେ କେତେଜଣ ଲୋକ ନିଜର ଦୁଃସାହସିକତା ପାଇଁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଖି ବୁଜୁଛନ୍ତି। ଅନ୍ୟପଟେ ଟ୍ରେନରେ ଯାତ୍ରାବେଳେ ମଧ୍ୟ ତରତର ହୋଇ ଚଢିବା, ଦ୍ୱାର ପାଖରେ ଛିଡା ହୋଇଥିବା ସମୟରେ ଅନ୍ୟମନସ୍କ ହୋଇ ଟ୍ରେନ୍‌ରୁ ଖସିପଡୁଛନ୍ତି। ତେବେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ୍‌ ଓ ପୋଖରୀପୁଟ ବ୍ରିଜ୍‌ ନିକଟ ରେଳଧାରଣା ପାର ହେଉଥିବାବେଳେ ଅଧିକାଂଶ ଦୁର୍ଘଟଣା ଘଟିଥିବାବେଳେ ବାଣୀବିହାର ଷ୍ଟେଶନ ସମେତ ବିଭିନ୍ନ ସ୍ଥାନରେ ଲୋକେ ରେଳଧାରଣା ଉପରକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନଜିର ରହିଛି । ଏନେଇ ଜିଆର୍‌ପି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି, ଟ୍ରେନ ଯିବା ସମୟରେ ରେଳଧାରଣା ପାର ହେବାକୁ ବାରଣ କରାଯିବା ସହ ସାଇନ୍‌ବୋର୍ଡ ଲଗାଯାଇଛି। ଏହାସତ୍ତ୍ୱେ ବି ଲୋକେ ଅମାନିଆ ହୋଇ ରେଳଧାରଣା ପାର ହେଉଥିବାରୁ ଟ୍ରେନ ଧକ୍କାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଏଡାଇବା ଲାଗି ପ୍ରମୁଖ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri