ଟ୍ରେନ୍‌ ଧକ୍କାରେ ଯାଇଛି ୧୮୬ ଜଣଙ୍କ ଜୀବନ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଟ୍ରେନ ଧକ୍କା, ଟ୍ରେନ୍‌ରୁ ଖସି ଓ ଆତ୍ମହତ୍ୟାଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଟ୍ରେନ୍‌ ଲାଇନ୍‌ରେ ଲୋକଙ୍କ ଜୀବନ ଯିବା ଘଟଣା ଉପରେ ରୋକ ଲାଗିପାରୁନି। ସାମାନ୍ୟ ଭୁଲ୍‌ ଓ ଅସାବଧାନତା ପାଇଁ ଅକାଳରେ ଜୀବନ ଚାଲିଯାଉଥିବାରୁ ଚିନ୍ତାର ବିଷୟ ପାଲଟିଛି। ଗତ ୫ ବର୍ଷରେ ଭୁବନେଶ୍ୱର ସରକାରୀ ରେଳପଥ ପୋଲିସ (ଜିଆର୍‌ପି) ଥାନାରେ ୨୦୦ରୁ ଅଧିକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଥାନା ଅଞ୍ଚଳରେ ୨୦୧୯ରେ ସର୍ବାଧିକ ମାମଲା ପଞ୍ଜୀକୃତ ହୋଇଥିବାବେଳେ ସର୍ବାଧିକ ୯୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୨୦୨୦ରେ କରୋନା କଟକଣା ପାଇଁ ଅଧିକାଂଶ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ସବୁଠୁ କମ୍‌ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୨୦୧୮ରେ ୯୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୩୮ଟି ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବାବେଳେ ୮ଜଣ ଆତ୍ମହତ୍ୟା କରିଛନ୍ତି ଓ ୧୯ଜଣ ଟ୍ରେନରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ୨୦୧୯ ମସିହାରେ ୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ଜଣ ଟ୍ରେନ ଧକ୍କାରେ, ୧୪ଜଣ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିବାବେଳେ ଜଣେ ଆତ୍ମହତ୍ୟା କରିଛନ୍ତି। ୨୦୨୦ରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆତ୍ମହତ୍ୟା ଓ ୨୫ ଜଣଙ୍କର ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି। ଏହାସହ ୬ଜଣ ଟ୍ରେନରୁ ପଡିଯିବାରୁ ମୃତ୍ୟୁ ଘଟିଛି। କରୋନା ମହାମାରୀର ପ୍ରଭାବ କମିବା ପରେ ପୁନଃ ମୃତ୍ୟୁ ବଢ଼ୁଥିବା ଦେଖିବାକୁ ମିଳିଛି। ୨୦୨୧ରେ ୭୨ଜଣଙ୍କ ମୃତ୍ୟୁ ମାମଲା ଜିଆର୍‌ପି ଥାନାରେ ପଞ୍ଜୀକୃତ ହୋଇଥିବାବେଳେ ଏଥିରୁ ୬ଜଣ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେହିବର୍ଷ ୪୧ଜଣ ବ୍ୟକ୍ତିଙ୍କ ଟ୍ରେନ ଧକ୍କାରେ ଓ ୩ ଜଣଙ୍କର ଟ୍ରେନରୁ ପଡ଼ି ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ୯୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଜଣଙ୍କ ଟ୍ରେନ ଧକ୍କାରେ ଓ ୬ଜଣ ଟ୍ରେନରୁ ପଡିଯିବାରୁ ମୃତ୍ୟୁ ହୋଇଥିବା ତଥ୍ୟ ରହିଛି।
ତେବେ ଏହି ତଥ୍ୟକୁ ଦେଖିଲେ ଆତ୍ମହତ୍ୟା ପାଇଁ ରେଳପଥକୁ ସବୁଠାରୁ ସହଜ ସ୍ଥାନ ଭାବେ ବାଛି ନେଉଛନ୍ତି। ଏହାକୁ ବାଦ ଦେଲେ କେତେଜଣ ଲୋକ ନିଜର ଦୁଃସାହସିକତା ପାଇଁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଖି ବୁଜୁଛନ୍ତି। ଅନ୍ୟପଟେ ଟ୍ରେନରେ ଯାତ୍ରାବେଳେ ମଧ୍ୟ ତରତର ହୋଇ ଚଢିବା, ଦ୍ୱାର ପାଖରେ ଛିଡା ହୋଇଥିବା ସମୟରେ ଅନ୍ୟମନସ୍କ ହୋଇ ଟ୍ରେନ୍‌ରୁ ଖସିପଡୁଛନ୍ତି। ତେବେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ୍‌ ଓ ପୋଖରୀପୁଟ ବ୍ରିଜ୍‌ ନିକଟ ରେଳଧାରଣା ପାର ହେଉଥିବାବେଳେ ଅଧିକାଂଶ ଦୁର୍ଘଟଣା ଘଟିଥିବାବେଳେ ବାଣୀବିହାର ଷ୍ଟେଶନ ସମେତ ବିଭିନ୍ନ ସ୍ଥାନରେ ଲୋକେ ରେଳଧାରଣା ଉପରକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନଜିର ରହିଛି । ଏନେଇ ଜିଆର୍‌ପି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି, ଟ୍ରେନ ଯିବା ସମୟରେ ରେଳଧାରଣା ପାର ହେବାକୁ ବାରଣ କରାଯିବା ସହ ସାଇନ୍‌ବୋର୍ଡ ଲଗାଯାଇଛି। ଏହାସତ୍ତ୍ୱେ ବି ଲୋକେ ଅମାନିଆ ହୋଇ ରେଳଧାରଣା ପାର ହେଉଥିବାରୁ ଟ୍ରେନ ଧକ୍କାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଏଡାଇବା ଲାଗି ପ୍ରମୁଖ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri