ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୭ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୩ ହଜାର ୦୨୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୪ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୩, ବାଲେଶ୍ୱରରୁ ୧, ବରଗଡରୁ ୧, ଭଦ୍ରକରୁ ୩, କଟକରୁ ୧୮, ଦେବଗଡ଼ରୁ ୫, ଗଜପତିରୁ ୨, ଗଞ୍ଜାମରୁ ୧, ଜଗତ୍‌ସିଂହପୁରରୁ ୩, ଯାଜପୁରରୁ ୨, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୧, ମୟୂରଭଞ୍ଜରୁ ୫, ନୟାଗଡରୁ ୨, ପୁରୀରୁ ୨, ରାୟଗଡାରୁ ୩ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୮ ଓ ସୁନ୍ଦରଗଡ଼ରୁ ୭ ଜଣ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୩ ଅଛନ୍ତି।