Posted inଜାତୀୟ

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ଏଥିରେ ୯ କୋଟିରୁ ଅଧିକ ଚାଷୀ ପରିବାର ଉପକୃତ ହେବେ। ପିଏମ୍‌-କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ତିନୋଟି ସମାନ କିସ୍ତିରେ ଯୋଗାଇ ଦିଆଯାଉଛି।
କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ମାସେ ହେଲା ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ସେମାନଙ୍କ ସହ ଆଲୋଚନା କରିଥିଲେ। ନୂଆ କୃଷି ଆଇନକୁ ନେଇ ବିରୋଧୀ ଦଳ ଚାଷୀମାନଙ୍କୁ ବିଭ୍ରାନ୍ତ କରୁଥିବା ସେ କହିଛନ୍ତି। ପ୍ରସଙ୍ଗ, ତର୍କ ଓ ତଥ୍ୟ ଆଧାରରେ ଆନ୍ଦୋଳନକାରୀ ଚାଷୀମାନଙ୍କ ସହ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ନୂଆ ଆଇନକୁ ନେଇ ଚାଷୀମାନଙ୍କ ମନରେ କେତେକ ଆଶଙ୍କା ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟ ରଖିଥିବା କେତେଜଣ ଲୋକ ସେଥିରେ ହସ୍ତକ୍ଷେପ କରି ଚାଷୀଙ୍କୁ ଭ୍ରମିତ କରାଉଛନ୍ତି।
ଚାଷୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୀତି ରାଜ୍ୟରେ ସବୁକିଛି ନଷ୍ଟ କରିଦେଇଛି। ସେମାନେ ଚାଷୀଙ୍କୁ ଟଙ୍କା ଦେବାକୁ ଚାହୁଁନାହାନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମମତା ତାଙ୍କ ରାଜ୍ୟରେ ପିଏମ୍‌-କିଷାନ ଯୋଜନା ଲାଗୁ କରିନାହାନ୍ତି। ବିରୋଧୀମାନେ ପଶ୍ଚିମବଙ୍ଗ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ଦିଲ୍ଲୀରେ ସେମାନେ କୃଷକଙ୍କ ନାଁରେ ଅର୍ଥନୀତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ଚାଷୀଙ୍କୁ ଉପକୃତ କରିବାରେ ବିରୋଧୀ ଦଳ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁନାହିଁ। ସେମାନେ ଏହି ପ୍ରସଙ୍ଗରୁ କେବଳ ସ୍ବାର୍ଥ ହାସଲ କରିବାକୁ ଚାହୁଁଛନ୍ତି। ନୂଆ କୃଷି ଆଇନ ସମ୍ପର୍କରେ ମୋଦି କହିଥିଲେ, ଏହାଦ୍ୱାରା ଚାଷୀ ସେମାନଙ୍କ ଉତ୍ପାଦିତ ଫସଲକୁ ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିଙ୍କୁ ଉପଯୁକ୍ତ ମୂଲ୍ୟରେ ବିକିପାରିବେ। ଫସଲ ବିକ୍ରି ଲାଗି ଚାଷୀଙ୍କୁ ଏଭଳି ସ୍ବାଧୀନତା ଦିଆଯାଉଥିବାବେଳେ ଏଥିରେ ଭୁଲ୍‌ ରହିଲା କେଉଁଠି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନୂଆ ଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ମଣ୍ଡି ଉଠିଯିବ ବୋଲି ବିରୋଧୀମାନେ ମିଥ୍ୟା ପ୍ରଚାର ଚଳାଇଥିବା ସେ କହିଥିଲେ।
‘କୃଷକ ସଂଗଠନରେ ଫାଟ ସୃଷ୍ଟି ଉଦ୍ୟମ ହେଉଛି’
କୃଷକ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବା ଓ ସେମାନଙ୍କୁ ବିଭ୍ରାନ୍ତ କରିବା ଲାଗି ଉଦ୍ୟମ ହେଉଛି ବୋଲି କୃଷକ ନେତାମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ପରେ କୃଷକ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ସେମାନେ ଆଇନଗତ ଗ୍ୟାରେଣ୍ଟି ଚାହାନ୍ତି ବୋଲି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ସେମାନଙ୍କ ରାଜନୈତିକ କାର୍ଯ୍ୟସୂଚୀକୁ ଆଗେଇନେବା ଲାଗି ଆନ୍ଦୋଳନକୁ ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚାଷୀ କୌଣସି ରାଜନୈତିକ ଦଳଙ୍କୁ ସେମାନଙ୍କ ମଞ୍ଚ ବ୍ୟବହାର କରିବାକୁ ଅନୁମତି ଦେଇ ନ ଥିବା କୃଷକ ନେତା ଅଭିମନ୍ୟୁ କୋହର କହିଛନ୍ତି। ସରକାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri