୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ଚଢ଼ାଉ

ବଡ଼ବିଲ,୧ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ଦୁଇଟି ସ୍ଥାନରେ ଇଡି(ଏନ୍‌ଫୋର୍ସମେଣ୍ଟ ଡିରେକ୍ଟର/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢ଼ାଉ ହୋଇଛି। ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ମହାଦୁର୍ନୀତିକୁ ନେଇ ଇଡି ପକ୍ଷରୁ ଏହାର ମୁଖ୍ୟ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଚଢାଉ ଜାରି ରଖିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ୨୦୧୩ରେ ଭିଜିଲାନ୍ସ ଚଢ଼ାଉ ପରେ ଉଲିବୁରୁ ଖଣିରୁ ବେଆଇନ ଭାବେ ଖଣି ଖନନ କରାଯାଇ ଚୋରାଚାଲାଣ ଘଟଣାକୁ ରାଜ୍ୟ ଭିଜିଲାନ୍ସ ବିଭାଗ ୧୮୦୦ କୋଟି ଟଙ୍କାର  ମହାଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଖଣି ବ୍ୟବସାୟୀ ଏବଂ ଶିଳ୍ପପତି ଦୀପକ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ବର୍ଷ ପରେ ଏହି ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଓ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଇଡି ଚଢାଉ କର ଜାରି ରଖିଛି। ଏଥି ସହ ଇଡି ଦୀପକ ଗୁପ୍ତାଙ୍କ କୋଲକୋତାସ୍ଥିତ ବାସଭବନ, ତାଙ୍କ ସିଏ(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ)ଙ୍କ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ଭାସଭବନରେ ମଧ୍ୟ ଚଢାଉ କରିଥିବା ସୂଚନା ମିଳିଛି। ରାଜ୍ୟ ଭିଜିଲାନ୍ସ ପରେ ଇଡି ଏହି ଚଢ଼ାଉ କରି ପୁଣି ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଚଢାଉ ଜାରି ରହିଥିଲା ବେଳେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି ଇଡି କର୍ତ୍ତୃପକ୍ଷ। ଉଭୟସ୍ଥାନରେ ଇଡିର ଟିମ୍‌ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଯାଞ୍ଚ କରୁଥିବା ଜଣାପଡିଛି। ଦୀର୍ଘବର୍ଷ ପରେ ଦୀପକ ସର୍ତ୍ତମୂଳକ ଜାମିନରେ ମୁକୁଳି ଥିବା ବେଳେ ଏବେ ଇଡିର ଚଢ଼ାଉ ପରେ କେଉଁ ପ୍ରକାର ଓ କେତେ ପରିମାଣର ବେଆଇନ ଅର୍ଥ କାରବାର ହୋଇଛି ସେ ନେଇ ଇଡି ପ୍ରକାଶ କଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?