Odisha Elections 2024

୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ଚଢ଼ାଉ

ବଡ଼ବିଲ,୧ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ଦୁଇଟି ସ୍ଥାନରେ ଇଡି(ଏନ୍‌ଫୋର୍ସମେଣ୍ଟ ଡିରେକ୍ଟର/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢ଼ାଉ ହୋଇଛି। ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ମହାଦୁର୍ନୀତିକୁ ନେଇ ଇଡି ପକ୍ଷରୁ ଏହାର ମୁଖ୍ୟ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଚଢାଉ ଜାରି ରଖିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ୨୦୧୩ରେ ଭିଜିଲାନ୍ସ ଚଢ଼ାଉ ପରେ ଉଲିବୁରୁ ଖଣିରୁ ବେଆଇନ ଭାବେ ଖଣି ଖନନ କରାଯାଇ ଚୋରାଚାଲାଣ ଘଟଣାକୁ ରାଜ୍ୟ ଭିଜିଲାନ୍ସ ବିଭାଗ ୧୮୦୦ କୋଟି ଟଙ୍କାର  ମହାଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଖଣି ବ୍ୟବସାୟୀ ଏବଂ ଶିଳ୍ପପତି ଦୀପକ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ବର୍ଷ ପରେ ଏହି ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଓ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଇଡି ଚଢାଉ କର ଜାରି ରଖିଛି। ଏଥି ସହ ଇଡି ଦୀପକ ଗୁପ୍ତାଙ୍କ କୋଲକୋତାସ୍ଥିତ ବାସଭବନ, ତାଙ୍କ ସିଏ(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ)ଙ୍କ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ଭାସଭବନରେ ମଧ୍ୟ ଚଢାଉ କରିଥିବା ସୂଚନା ମିଳିଛି। ରାଜ୍ୟ ଭିଜିଲାନ୍ସ ପରେ ଇଡି ଏହି ଚଢ଼ାଉ କରି ପୁଣି ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଚଢାଉ ଜାରି ରହିଥିଲା ବେଳେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି ଇଡି କର୍ତ୍ତୃପକ୍ଷ। ଉଭୟସ୍ଥାନରେ ଇଡିର ଟିମ୍‌ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଯାଞ୍ଚ କରୁଥିବା ଜଣାପଡିଛି। ଦୀର୍ଘବର୍ଷ ପରେ ଦୀପକ ସର୍ତ୍ତମୂଳକ ଜାମିନରେ ମୁକୁଳି ଥିବା ବେଳେ ଏବେ ଇଡିର ଚଢ଼ାଉ ପରେ କେଉଁ ପ୍ରକାର ଓ କେତେ ପରିମାଣର ବେଆଇନ ଅର୍ଥ କାରବାର ହୋଇଛି ସେ ନେଇ ଇଡି ପ୍ରକାଶ କଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri