୨୪ ପୋଖରୀରୁ ପୋତିହେଲେଣି ୧୮

କେନ୍ଦ୍ରାପଡ଼ା ଅଫିସ, ୮ା୧୦: ରାଜ୍ୟର ଅଧିକାଂଶ ଜଳଉତ୍ସ ପ୍ରଦୂଷିତ। ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏପରି ରିପୋର୍ଟ ପ୍ରଦାନ କରାଯାଇଛି। ଏଥିରେ କେନ୍ଦ୍ରାପଡା ଜିଲା ଅଛି। ଜିଲାରେ ପ୍ରବାହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଓ ୨୭ ନାଳ ବିଭିନ୍ନ କାରଣରୁ ପ୍ରଦୂଷିତ ହେଉଛି। ସେହିପରି ଗରଦପୁର ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଦ୍ରୁତଗତିରେ ହ୍ରାସ ପାଇଥିବା ନେଇ ରାଜ୍ୟ ଭୂତଳ ଜଳ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ ଏହି କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାର ଚିହ୍ନଟ କରି ୨୦୧୯ରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ କାଗଜପତ୍ରରେ ସୀମିତ ରହିଛି। ଜଳଉତ୍ସ ପ୍ରଦୂଷଣ ରୋକିବାକୁ କାର୍ତ୍ତିକ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଜଳଉତ୍ସ ସଂରକ୍ଷଣ ଦିବସ ଘୋଷଣା କରନ୍ତୁ ବୋଲି ଜିଲା ଜନ ସୁରକ୍ଷା ମଞ୍ଚ ଦାବି କରିଛି। ଏହାକୁ ଜିଲାର ବହୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।
ଏ ସମ୍ପର୍କରେ ମଞ୍ଚର ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ପୂର୍ବରୁ ଥିବା ଜଳପଥ ଓ ଉତ୍ସକୁ ପୋତାଯାଇ ଏବେ ଗୃହ ନିର୍ମାଣ ହେଉଛି। ସେହିପରି ପୂଜା ପାର୍ବଣରେ ମୂର୍ତ୍ତିି ଓ ଅନ୍ୟାନ୍ୟ ପୂଜା ସମାଗ୍ରୀ ଜଳ ଉତ୍ସକୁ ପ୍ରଦୂଷିତ କରୁଛି। ଏହାବ୍ୟତୀତ ଅତ୍ୟାଧୁନିକ ଜୀବନ ଯାପନ ପାଇଁ ଦ୍ରୁତ ଶିଳ୍ପାୟନ ଯୋଗୁ ବର୍ଜ୍ୟବସ୍ତୁ ଜଳଉତ୍ସକୁ ନଷ୍ଟ କରୁଛି। ସହରରେ ଥିବା ୨୪ଟି ବଡ଼ ପୋଖରୀ ମଧ୍ୟରୁ ପ୍ରାୟ ୧୮ଟି ଏବେ ପୋତି ଦିଆଯାଇଛି। ଆଗାମୀ କାତ୍ତିର୍ର୍କ ପୂର୍ଣ୍ଣିମାରେ ବହୁ ପ୍ରଚଳିତ ଡଙ୍ଗା ଭସା କାର୍ଯ୍ୟକ୍ରମ ପାଇଁ ଜଳଉତ୍ସ ଦେଖିବାକୁ ମିଳୁନାହିଁ। ଜଳଉତ୍ସର ସଂରକ୍ଷଣ ପାଇଁ ଆସନ୍ତା କାର୍ତ୍ତିକପୂର୍ଣ୍ଣମୀକୁ ଜଳଉତ୍ସ ଦିବସ ଭାବେ ପାଳନ କଲେ ସଚେତନତା ବୃଦ୍ଧି ପାଇବ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଜିଲାରେ କୌଣସି ଖଣି ଅଥବା ଶିଳ୍ପ ନାହିଁ। ତେବେ ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏପରି କି ଏହି ଜଳ ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପକାଇଛି। ପଡୋଶୀ ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପ ଅନୁଷ୍ଠାନ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଉନାହାନ୍ତି। ଶିଳ୍ପ ବର୍ଜ୍ୟ ସାମଗ୍ରୀକୁ ନଦୀ ଜଳକୁ ଛାଡୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଚାଷ ଉପାନ୍ତ ଅଞ୍ଚଳରେ ବହୁଳ ଭାବେ ଚାଲିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ବର୍ଜ୍ୟ ରାସାୟନିକ ସାମଗ୍ରୀ ନାଳ, କେନାଲ ଓ ନଦୀ ମାଧ୍ୟରେ ଛଡାଯିବା ଫଳରେ ସମୁଦ୍ରାଞ୍ଚଳ ପ୍ରଦୂଷିତ ହେଉଛି। ପୂଜା ପାର୍ବଣ ସମୟରେ ଏକ ସ୍ବତନ୍ତ୍ର ପୋଖରୀରେ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ପକାଯାଉ। ସେହିପରି ମୂର୍ତ୍ତିି ଗଠନରେ ରାସାୟନିକ ଦ୍ରବ୍ୟ ବଦଳରେ ପରିବେଶ ଅନୂକୂଳ ଉପାଦାନ ବ୍ୟବହାର ହେଉ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଜଳ ଉତ୍ସ ସଂରକ୍ଷଣ ଜରୁରୀ। ଏଥିପାଇଁ ଜିଲାର ଜଳ ସଙ୍କଟ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁରୁଣା ଜଳଉତ୍ସର ପୁନରୁଦ୍ଧାର, ଭୂଗର୍ଭକୁ ବର୍ଷା ଓ ଉଦ୍‌ବୃତ୍ତ ଜଳ ପ୍ରେରଣ ସହ ବ୍ୟାପକ ଭାବେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ କେନ୍ଦ୍ରାପଡ଼ା ଜିଲାରେ କେବଳ କାଗଜପତ୍ରରେ ସୀମିତ ହୋଇଛି। ଅଭିଯାନର ଉଦଘାଟନ ପରେ ଏ ନେଇ ସଚେତନତା ସୃଷ୍ଟି ହୋଇପାରିନାହିଁ। ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜଳ ଉତ୍ସଗୁଡିକ ନଷ୍ଟ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗା ପ୍ରସାଦ ମହାରଣାଙ୍କୁ ପଚାରିବାରେ ଜଳଉତ୍ସ ପ୍ରଦୂଷଣ ମୁକ୍ତ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛିି। ଚିଙ୍ଗୁଡି ଘେରି ଉଚ୍ଛେଦ ସହ ବିଭିନ୍ନ ଯୋଜନାରେ ବନୀକରଣ ଓ ପୋଖରୀର ପୁନରୁଦ୍ଧାର କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri