ଘାଟିରେ ଗାଡ଼ି ଓଲଟି ୯ବର୍ଷରେ ୧୮ ମୃତ

ନବରଙ୍ଗପୁର,୨୮ା୯(ସଦାଶିବ ପ୍ରହରାଜ):  ଚନ୍ଦାହାଣ୍ଡି ଘାଟି ନେଲାଣି ଅନେକ ଜୀବନ। ଉଜାଡ଼ି ଦେଲାଣି ବହୁ ସୁଖୀ ପରିବାର। ୯ବର୍ଷ ଭିତରେ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହାଛଡ଼ା ଅନେକ ଛୋଟଛୋଟ ଦୁର୍ଘଟଣା ମଧ୍ୟ ଘଟୁଛି।
ଘାଟି ରାସ୍ତା ପୂର୍ବରୁ ସଂକୀର୍ଣ୍ଣ ଥିଲା। ପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଚଉଡ଼ା ରାସ୍ତା ତିଆରି କରାଗଲା। ରାସ୍ତାର ଦୁର୍ଘଟଣା ସ୍ଥଳ ନିକଟରେ ଲଗାଯାଇଥିବା ସୂଚନା ବୋର୍ଡ ଗୁଡିକ ଲୁହା ହୋଇଥିବାରୁ ଦୁର୍ବୃତ୍ତମାନେ କଡ଼ି ଚୋରି କରି ନେଇଯାଉଛନ୍ତି। ଯାହାକି ଗାଡି ଚାଳକଙ୍କ ପାଇଁ ବିପଦ ଆଣୁଛି। ୨୦୧୫ ଦଶହରା ସମୟରେ ଡାବୁଗାଁ ବ୍ଲକର ଏକ ଆଦିବାସୀ ନାଟ ଗାଡି ଚନ୍ଦାହାଣ୍ଡି ଯାଉଥିବାବେଳେ ଘାଟି ତଳକୁ ଖସି ପଡ଼ିଥିଲା। ଏଥିରେ ୧୧ଜଣଙ୍କ ମତ୍ୟୁ ହୋଇଛି। ୨୦୧୮ ନଭେମ୍ବର ୧୧ରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠଚକ୍ର ସମ୍ମିଳନୀକୁ ବସରେ ଛାତ୍ରୀଛାତ୍ରଙ୍କ ସହ ଲଳିତ ମୋହନ ପଟନାୟକ ଓ ସ୍କୁଲର ୪ ଜଣ କର୍ମଚାରୀ ଯାଉଥିଲେ। ବସ ଘାଟି ତଳକୁ ଖସିପଡ଼ିବାରୁ ଲଳିତ ମୋହନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ୨୦୧୯ରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଲା। ଉକ୍ତ ଚାଉଳ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ବୋଲି ତଦନ୍ତରେ ଜଣା ପଡ଼ିଲା। ତାହା ଚୋରା ଚାଲାଣ ହୋଇ ଚନ୍ଦାହାଣ୍ଡି ଆଡକୁ ଯାଉଥିବାବେଳେ ଘାଟିରେ ଓଲଟି ପଡିଲା। ଏହିଘଟଣାର ଏବେବି ତଦନ୍ତ ଚାଲିଛି। ୨୦୨୦ କୋଭିଡ ସମୟରେ ଏକ ପାଇପ ବୋଝେଇ ଟ୍ରକ ଚନ୍ଦାହାଣ୍ଡି ଯାଉଥିଲା। ଘାଟିରେ ତାହା ଓଲଟି ପଡିବାରୁ ଡ୍ରାଇଭର ଥଥା ମାଲିକଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ  ଉମରକୋଟରୁ ଏକ ବସ୍‌ରେ ସ୍କୁଲ ପିଲାମାନେ  ଯାଉଥିଲେ। ଉକ୍ତ ବସ୍‌ଯି ଘାଟିରେ   ଭାରସାମ୍ୟ ହରାଇ ଘାଟିରେ ଓଲଟି  ପଡ଼ିବାରୁ   ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ  ହୋଇଛି। ମୃତକ ହେଲେ   ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ କୁମାର ଜେନା(୨୪ )। ଏଥିରେ ୩୪ ଛାତ୍ରୀଛାତ୍ର  ଆହତ ହୋଇଛନ୍ତି। ଏହାଛଡ଼ା ଏହିଭଳି ଅନେକ ଛୋଟ ବଡ଼ ଦୁର୍ଘଟଣା ଚନ୍ଦାହାଣ୍ଡି ଘାଟିରେ  ଅନେକ ସମୟରେ ଘଟିଛି। ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?