Posted inଖେଳ

ଓଡ଼ିଶାରୁ ଭାଗନେବେ ୧୮ ଆଥ୍‌ଲେଟ

ଭୁବନେଶ୍ୱର, ୧୧।୫ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ହେବାକୁଥିବା ୨୭ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୧୮ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ୫ ମହିଳା ପ୍ରତିଯୋଗୀ ସାମିଲ। ଅଂଶଗ୍ରହଣ କରିବାକୁ ଯାଉଥିବା ଓଡ଼ିଶାର ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା କିଷାନ ୮୦୦ ଓ ୧୫୦୦ମି., ଶ୍ରାବଣୀ ନନ୍ଦ ୧୦୦ ଓ ୨୦୦ମି., ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୦୦ ଓ ୧୦୦ମି. ହର୍ଡଲ୍ସ, ସୁଖୀ ବାସ୍କେ ୧୦୦ମି. ଓ ସୁସ୍ମିତା ଟିଗା ୩୦୦୦ମି. ଷ୍ଟିପଲଚେଜ୍‌ରେ ଭାଗନେବେ। ସେହିପରି ପୁରୁଷ ବିଭାଗରେ ଅଶୋକ ଦଣ୍ଡସେନା: ୧୫୦୦ ଓ ୩୦୦୦ମି. ଷ୍ଟିପଲଚେଜ୍‌, ନିଖିଲ ଦାସ ହାଇଜମ୍ପ, ଅନିମେଶ କୁଜୁର ୧୦୦ ଓ ୨୦୦ମି., କିଶୋର କୁମାର ଜେନା: ଜାଭେଲିନ୍‌ ଥ୍ରୋ, ସ୍ବାଧୀନ କୁମାର ମାଝି ହାଇଜମ୍ପ, ଆଶିଷ କୁମାର ପାତ୍ର ଲଙ୍ଗ ଜମ୍ପ, ଦଣ୍ଡପତି ମୃତ୍ୟମ ଜୟରାମ ୧୦୦ ଓ ୨୦୦ମି., ଦୟାନିଧି ମୁଣ୍ଡା ୮୦୦ ଓ ୧୫୦୦ମି., ଦେବାଶିଷ ପଟ୍ଟନାୟକ ୮୦୦ମି., ସରୁନ ପାୟାସିଂ ଲଙ୍ଗ ଜମ୍ପ, ପ୍ରିୟବ୍ରତ ପ୍ରଧାନ ଜାଭେଲିନ୍‌ ଥ୍ରୋ, ଲାଲୁ ପ୍ରସାଦ ଭୋଇ ୧୦୦ମି. ଓ ଅବିନାଶ ସାହୁ ୧୦୦ମି. ରେସ୍‌ରେ ଅଂଶଗ୍ରହଣ କରିବେ। ଅର୍ଥାତ୍‌ ଓଡ଼ିଶାର ୧୮ ଆଥ୍‌ଲେଟ ମୋଟ ୧୫ଟି ଇଭେଣ୍ଟରେ ଭାଗନେବେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏବଂ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସହଯୋଗରେ ୪ ଦିନ ବିଶିଷ୍ଟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ ୨୦ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୧୮ଟି ଇଭେଣ୍ଟରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଆକ୍ସନରେ ଦେଖିବାକୁ ମିଳିବେ। ଏହା ବ୍ୟତୀତ ଡେକାଥଲନରେ ପୁରୁଷ ଓ ହେପ୍ଟାଥଲନରେ ମହିଳା ପ୍ରତିଯୋଗୀ ଭାଗ୍ୟ ନିର୍ଣ୍ଣୟ କରିବେ। ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଯେଉଁ ୧୮ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ହେଲା ୧୦୦ମି, ୨୦୦ମି, ୪୦୦ମି, ୮୦୦ମି, ୧୫୦୦ମି, ୫୦୦୦ମି, ୧୦୦୦୦ମି. ରେସ୍‌, ୧୧୦ ମି. ହର୍ଡଲ୍ସ (ମହିଳାଙ୍କର ୧୦୦ମି.), ୪୦୦ ମି. ହର୍ଡଲ୍ସ, ୩୦୦୦ମି. ଷ୍ଟିପଲଚେଜ୍‌, ହାଇ ଜମ୍ପ, ପୋଲ ଭଲ୍ଟ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ଶଟ୍‌ ପୁଟ୍‌, ଡିସ୍‌କସ୍‌ ଥ୍ରୋ, ହାମର ଥ୍ରୋ ଓ ଜାଭେଲିନ୍‌ ଥ୍ରୋ। ୧୮ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏଏଫ୍‌ଆଇ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଏଣ୍ଟ୍ରି ଷ୍ଟାଣ୍ଡାର୍ଡକୁ ଜାତୀୟ କିମ୍ବା ରାଜ୍ୟ ଚାମ୍ପିୟନଶିପ୍‌ରେ ସ୍ପର୍ଶ କରିଥିବା ଆଥ୍‌ଲେଟମାନେ ହିଁ ଆଗାମୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ୍ବେବସାଇଟ୍‌ରେ ପ୍ରଦତ୍ତ ସୂଚନା ଅନୁସାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୩୪ ପ୍ରତିଯୋଗୀ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ସେହିପରି ହରିୟାଣାରୁ ୭୭, ତାମିଲନାଡ଼ୁରୁ ୬୬, ଦିଲ୍ଲୀରୁ ୫୨, ରାଜସ୍ଥାନରୁ ୫୦, ମଧ୍ୟ ପ୍ରଦେଶରୁ ୪୯, କେରଳରୁ ୪୮ , ପଞ୍ଜାବ ୪୫ ଓ କର୍ନାଟକରୁ ୪୨ ପ୍ରତିଯୋଗୀ ଆକ୍ସନରେ ଦେଖିବାକୁ ମିଳିବେ। ଆସାମ, ଚଣ୍ଡିଗଡ଼, ଗୋଆ, ମାଲଡିଭ୍ସରୁ ସର୍ବନିମ୍ନ ଜଣେ ଲେଖାଏ ଆଥ୍‌ଲେଟଙ୍କୁ ଏଥିରେ ଦେଖିବାକୁ ମିଳିବ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ ୧୯, ବିହାରରୁ ୭, ଛତିଶଗଡ଼ରୁ ୧୧, ଗୁଜରାଟରୁ ୯, ହିମାଚଳ ପ୍ରଦେଶରୁ ୫, ଝାଡ଼ଖଣ୍ଡରୁ ୩, ମହାରାଷ୍ଟ୍ରରୁ ୩୬, ମଣିପୁରରୁ ୨, ସିକ୍କିମରୁ ୨, ତେଲଙ୍ଗାନାରୁ ୫, ଉତ୍ତରାଞ୍ଚଳରୁ ୭ ଓ ପଶ୍ଚିମବଙ୍ଗରୁ ୧୨ ଆଥଲେଟ୍‌ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri