ନଦୀବନ୍ଧ ନିର୍ମାଣ ପାଇଁ ୧୮.୭ କୋଟି ମଞ୍ଜୁର

ଯାଜପୁର ଅଫିସ,୨୬ା୧୨:ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟା ଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୨୫ଟି ଘାଇ ସୃଷ୍ଟି ହୋଇ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ତଥାପି ପ୍ରଶାସନ ୨ ବର୍ଷ ପର୍ଯ୍ୟନ୍ତ ନିଦ୍ରାରେ ଶୋଇ ରହିଥିଲା। ଏହି କ୍ରମରେ ଗତ ଅଗଷ୍ଟରେ ଧରିତ୍ରୀରେ ‘ଜୀବନ ପାଇଁ ଯୋଜନାର ଅଭାବ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏବେ ଜଳ ସମ୍ପଦ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଇତିମଧ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଷ୍ଟେଟ୍‌ ପାଇପଲାଇନ ପ୍ରୋଜେକ୍ଟ ଜରିଆରେ ବିଭିନ୍ନ ନଦୀବନ୍ଧ ପୁନରୁଦ୍ଧାର କରିବାକୁ ଅର୍ଥ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ବୈତରଣୀ ନଦୀର ଡାହାଣପାର୍ଶ୍ୱ ରଣପୁରଠାରୁ ମଥୁରାପୁର ବ୍ରିଜ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ୯ କୋଟି ୯୦ ଲକ୍ଷ ୬ ହଜାର ଟଙ୍କା ଓ ବାମପାର୍ଶ୍ୱ ଭଦ୍ରକ ଜିଲାର ଦାସପାରିଠାରୁ ଅସ୍ତକ ପ୍ରକଳ୍ପ ପାଇଁ ୮ କୋଟି ୮୦ ଲକ୍ଷ ୮୫ ହଜାର ଟଙ୍କା ରହିଛି। ଏହାପୂର୍ବରୁ ବୈତରଣୀ ଡାହାଣପାର୍ଶ୍ୱ ହେମନ୍ତପୁର, ବାଲିପାଟଣା, ବଳରାମପୁର ନଦୀବନ୍ଧ ନିର୍ମାଣ କରିବାକୁ ୯ କୋଟି ୯୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି ୩ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲାର କୋରେଇ ଓ ଦଶରଥପୁର ବ୍ଲକ ଏବଂ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି।
ବୈତରଣୀ ଓ ବ୍ରାହ୍ମଣୀରେ ୨୦୨୦ ଅଗଷ୍ଟ ବନ୍ୟା ଯାଜପୁର ଜିଲାରେ ଏକବିଂଶ ଶତାବ୍ଦୀର ସବୁଠୁ ବଡ ବନ୍ୟା ବୋଲି କୁହାଯାଉଛି। ଏଥିରେ ଜିଲାର ସମସ୍ତ ବ୍ଲକ ଓ ଗୋଟିଏ ପୌର ପରିଷଦର ୧୪୩ ପଞ୍ଚାୟତର ୬୧୨ ଗ୍ରାମ ସହ ୧ ୱାର୍ଡର ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହିକ୍ରମରେ ବର୍ଷା ଦିନ ଆସିଲେ ଯାଜପୁର ଜିଲା ନଦୀକୂଳିଆବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ୍‌ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ବିଭିନ୍ନ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ଏବଂ ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କି.ମି. ବନ୍ଧ ଓ ଅପରପାର୍ଶ୍ୱରେ ୧୮୦ କି.ମି. ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧଗୁଡ଼ିକରେ ଯେଭଳି ଘାଇ ନ ହେବ ସେଥିପ୍ରତି ସ୍ଥାୟୀ ପ୍ରତିକାର ହୋଇ ପାରିଲାନାହିଁ। ତେଣୁ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅତି ଗୁରୁତ୍ୱର ଭାବେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରୁଥିଲେ ବି କେହି ଶୁଣି ନାହାନ୍ତି। କେବଳ ନିଜ ସମର୍ଥିତ କେତେଜଣ ପ୍ରଭାବଶାଳୀ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ବିପୁଳ ଅର୍ଥ ବ୍ୟୟବରାଦ କରାଯାଉଛି। ଯାଜପୁର ଜିଲାର ବୈତରଣୀ ବାମପାର୍ଶ୍ୱ ନଦୀଶଯ୍ୟାକୁ ପୋତି କେତେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଏନେଇ ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଏନ୍‌ଜିଟିରେ ମାମଲା ମଧ୍ୟ ରୁଜୁ ହୋଇଛି। ବୈତରଣୀ ନଦୀଶଯ୍ୟାରେ ବିିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବାରୁ ନଦୀପଥ ସଙ୍କୁଚିତ ହୋଇ ପାଣିର ସ୍ରୋତ ଆହୁରି ଜୋର ହେଉଛି। ଫଳରେ ତଳମୁଣ୍ଡରେ ଥିବା ନଦୀବନ୍ଧ ଦୁର୍ବଳ ହେବା ସହ ନଦୀପଥ ପରିବର୍ତ୍ତିନ ଓ ଘାଇ ସୃଷ୍ଟି ହେଉଛି। ଏହି ନଦୀବନ୍ଧଗୁଡ଼ିକର ଏ ଯାବତ୍‌ ସୁଦୃଢ଼ୀକରଣ କରାଯାଇପାରିଲା ନାହିଁ। ବନ୍ୟା ସୁରକ୍ଷିତ ଅଞ୍ଚଳକୁ ବନ୍ୟା ସମୟରେ ଅନୂ୍ୟନ ୨୪ଟି ଫୁକାର କରାଯାଇ କୃଷି ଉପଯୋଗୀ ଜମିକୁ ଉର୍ବର କରାଯାଇପାରନ୍ତା ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ସେହିଭଳି ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମ୍‌ରେ ୨୨ଟି ନାଳ ଦ୍ୱାରା ସଂଯୋଗୀକରଣ ଏବଂ ଖରସ୍ରୋତା, ବୁଢ଼ା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଏ ଚେକ୍‌ଡ୍ୟାମ୍‌ କରାଯିବାକୁ ବହୁ ଦିନରୁ ଦାବି ହୋଇଆସୁଛି। କିନ୍ତୁ ବିଭାଗ ପକ୍ଷରୁ କୌଣସି ଦାବିକୁ ଗ୍ରହଣ କରାଯାଉନାହିଁ। ଏହିକ୍ରମରେ ବୈତରଣୀ ନଦୀବନ୍ଧର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ ପ୍ରକଳ୍ପ ଠିକ୍‌ ଭାବେ କାର୍ଯ୍ୟକାରୀ ହେଲେ ବନ୍ୟା ବିପନ୍ନ ଅଞ୍ଚଳବାସୀ ସୁରକ୍ଷିତ ରହିପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?