ନଦୀବନ୍ଧ ନିର୍ମାଣ ପାଇଁ ୧୮.୭ କୋଟି ମଞ୍ଜୁର

ଯାଜପୁର ଅଫିସ,୨୬ା୧୨:ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟା ଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୨୫ଟି ଘାଇ ସୃଷ୍ଟି ହୋଇ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ତଥାପି ପ୍ରଶାସନ ୨ ବର୍ଷ ପର୍ଯ୍ୟନ୍ତ ନିଦ୍ରାରେ ଶୋଇ ରହିଥିଲା। ଏହି କ୍ରମରେ ଗତ ଅଗଷ୍ଟରେ ଧରିତ୍ରୀରେ ‘ଜୀବନ ପାଇଁ ଯୋଜନାର ଅଭାବ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏବେ ଜଳ ସମ୍ପଦ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଇତିମଧ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଷ୍ଟେଟ୍‌ ପାଇପଲାଇନ ପ୍ରୋଜେକ୍ଟ ଜରିଆରେ ବିଭିନ୍ନ ନଦୀବନ୍ଧ ପୁନରୁଦ୍ଧାର କରିବାକୁ ଅର୍ଥ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ବୈତରଣୀ ନଦୀର ଡାହାଣପାର୍ଶ୍ୱ ରଣପୁରଠାରୁ ମଥୁରାପୁର ବ୍ରିଜ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ୯ କୋଟି ୯୦ ଲକ୍ଷ ୬ ହଜାର ଟଙ୍କା ଓ ବାମପାର୍ଶ୍ୱ ଭଦ୍ରକ ଜିଲାର ଦାସପାରିଠାରୁ ଅସ୍ତକ ପ୍ରକଳ୍ପ ପାଇଁ ୮ କୋଟି ୮୦ ଲକ୍ଷ ୮୫ ହଜାର ଟଙ୍କା ରହିଛି। ଏହାପୂର୍ବରୁ ବୈତରଣୀ ଡାହାଣପାର୍ଶ୍ୱ ହେମନ୍ତପୁର, ବାଲିପାଟଣା, ବଳରାମପୁର ନଦୀବନ୍ଧ ନିର୍ମାଣ କରିବାକୁ ୯ କୋଟି ୯୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି ୩ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲାର କୋରେଇ ଓ ଦଶରଥପୁର ବ୍ଲକ ଏବଂ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି।
ବୈତରଣୀ ଓ ବ୍ରାହ୍ମଣୀରେ ୨୦୨୦ ଅଗଷ୍ଟ ବନ୍ୟା ଯାଜପୁର ଜିଲାରେ ଏକବିଂଶ ଶତାବ୍ଦୀର ସବୁଠୁ ବଡ ବନ୍ୟା ବୋଲି କୁହାଯାଉଛି। ଏଥିରେ ଜିଲାର ସମସ୍ତ ବ୍ଲକ ଓ ଗୋଟିଏ ପୌର ପରିଷଦର ୧୪୩ ପଞ୍ଚାୟତର ୬୧୨ ଗ୍ରାମ ସହ ୧ ୱାର୍ଡର ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହିକ୍ରମରେ ବର୍ଷା ଦିନ ଆସିଲେ ଯାଜପୁର ଜିଲା ନଦୀକୂଳିଆବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ୍‌ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ବିଭିନ୍ନ ସଂଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ଏବଂ ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କି.ମି. ବନ୍ଧ ଓ ଅପରପାର୍ଶ୍ୱରେ ୧୮୦ କି.ମି. ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧଗୁଡ଼ିକରେ ଯେଭଳି ଘାଇ ନ ହେବ ସେଥିପ୍ରତି ସ୍ଥାୟୀ ପ୍ରତିକାର ହୋଇ ପାରିଲାନାହିଁ। ତେଣୁ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅତି ଗୁରୁତ୍ୱର ଭାବେ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରୁଥିଲେ ବି କେହି ଶୁଣି ନାହାନ୍ତି। କେବଳ ନିଜ ସମର୍ଥିତ କେତେଜଣ ପ୍ରଭାବଶାଳୀ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ବିପୁଳ ଅର୍ଥ ବ୍ୟୟବରାଦ କରାଯାଉଛି। ଯାଜପୁର ଜିଲାର ବୈତରଣୀ ବାମପାର୍ଶ୍ୱ ନଦୀଶଯ୍ୟାକୁ ପୋତି କେତେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଏନେଇ ଭଦ୍ରକ ଜିଲା ଭଣ୍ଡାରିପୋଖରୀର ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଏନ୍‌ଜିଟିରେ ମାମଲା ମଧ୍ୟ ରୁଜୁ ହୋଇଛି। ବୈତରଣୀ ନଦୀଶଯ୍ୟାରେ ବିିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବାରୁ ନଦୀପଥ ସଙ୍କୁଚିତ ହୋଇ ପାଣିର ସ୍ରୋତ ଆହୁରି ଜୋର ହେଉଛି। ଫଳରେ ତଳମୁଣ୍ଡରେ ଥିବା ନଦୀବନ୍ଧ ଦୁର୍ବଳ ହେବା ସହ ନଦୀପଥ ପରିବର୍ତ୍ତିନ ଓ ଘାଇ ସୃଷ୍ଟି ହେଉଛି। ଏହି ନଦୀବନ୍ଧଗୁଡ଼ିକର ଏ ଯାବତ୍‌ ସୁଦୃଢ଼ୀକରଣ କରାଯାଇପାରିଲା ନାହିଁ। ବନ୍ୟା ସୁରକ୍ଷିତ ଅଞ୍ଚଳକୁ ବନ୍ୟା ସମୟରେ ଅନୂ୍ୟନ ୨୪ଟି ଫୁକାର କରାଯାଇ କୃଷି ଉପଯୋଗୀ ଜମିକୁ ଉର୍ବର କରାଯାଇପାରନ୍ତା ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ସେହିଭଳି ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମ୍‌ରେ ୨୨ଟି ନାଳ ଦ୍ୱାରା ସଂଯୋଗୀକରଣ ଏବଂ ଖରସ୍ରୋତା, ବୁଢ଼ା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖାଏ ଚେକ୍‌ଡ୍ୟାମ୍‌ କରାଯିବାକୁ ବହୁ ଦିନରୁ ଦାବି ହୋଇଆସୁଛି। କିନ୍ତୁ ବିଭାଗ ପକ୍ଷରୁ କୌଣସି ଦାବିକୁ ଗ୍ରହଣ କରାଯାଉନାହିଁ। ଏହିକ୍ରମରେ ବୈତରଣୀ ନଦୀବନ୍ଧର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ ପ୍ରକଳ୍ପ ଠିକ୍‌ ଭାବେ କାର୍ଯ୍ୟକାରୀ ହେଲେ ବନ୍ୟା ବିପନ୍ନ ଅଞ୍ଚଳବାସୀ ସୁରକ୍ଷିତ ରହିପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri