ସଚେତନ ହେଲେ କର୍କଟ ରୋଗକୁ ଦୂରେଇ ହେବ

ବ୍ରହ୍ମପୁର ଅଫିସ,୫ା୨-କର୍କଟ ରୋଗର ଅରୋଗ୍ୟ ସମ୍ଭବ। ପ୍ରାୟ ୪୦ରୁ ୫୦ ପ୍ରତିଶତ କର୍କଟରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ବର୍ତ୍ତମାନ ସମ୍ଭବ ହୋଇପାରୁଛି। ସାରା ବିଶ୍ୱରେ ପ୍ରତି ମିନିଟରେ ୧୭ ଜଣ କର୍କଟ ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି। ପ୍ରଥମିକ ଅବସ୍ଥାରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ, ତା’ର ଚିକିତ୍ସା କରାଯାଇ ପାରିବ ା ବିଭିନ୍ନ ପ୍ରକାର କର୍କଟରୋଗର ପରୀକ୍ଷା ତଥା ଚିକିତ୍ସା ପାଇଁ ସରକାରୀ ହସ୍‌ପିଟାଲରେ ମାଗଣା ସେବା ପ୍ରଦାନ କରାଯାଉଛି। ତେଣୁ ଆଗାମୀ ଦିନରେ କର୍କଟରୋଗ ମହାମାରୀ ରୂପ ନେବା ପୂର୍ବରୁ ପ୍ରତ୍ୟେକ କର୍କଟ ରୋଗ ପରୀକ୍ଷା ନେଇ ସଚେତତ କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସନ୍ଧ୍ୟାରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆଇସି ହଲରେ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଆହ୍ବାନ ଦିଆଯାଇଥିଲା ା
ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚଓ) ଡା. ଆର. ଜଗଦୀଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ ପାଢୀ, ଜିଲା ବହୁଜନ ବ୍ୟାଧି ନିୟନ୍ତ୍ରକ ଡା. ଅଶୋକ ମିଶ୍ର, ସାବିତ୍ରୀ ରାଉତ, ଜିଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ୍‌) ଶ୍ୟାମସୁ୍‌ନ୍ଦର ତ୍ରିପାଠୀ, ରୋଗ ନିୟନ୍ତ୍ରଣ ବିଭାଗ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅବନୀ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ା ବିଭିନ୍ନ ପ୍ରକାର କର୍କଟ ରୋଗ ମଧ୍ୟରେ ବର୍ତ୍ତମାନ ଭାରତରେ ସ୍ତନ କର୍କଟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଏଥିପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମସ୍ତ ସରକାରୀ ମେଡିକାଲରେ କର୍କଟ ରୋଗ ଚିହ୍ନଟ ପାଇଁ ମାଗଣା ପରୀକ୍ଷା ଉପଲବ୍ଧ ହେଉଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଜିଲାର ଆହୁରି ୫୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ହେଲଥ ୱେଲନେସ୍‌ ସେଣ୍ଟର ଖୋଲାଯିବାର ଯୋଜନା ରହିଛି ା ଯାହାଦ୍ୱାରା ସମସ୍ତ ଡାକ୍ତରଖାନାରେ କର୍କଟରୋଗ ଚିହ୍ନଟ ପାଇଁ ପ୍ରତ୍ୟେକେ ମାଗଣାରେ ସ୍କାନିଂ କରିପରିବେ ବୋଲି ଡିପିଏମ୍‌ କହିଥିଲେ ା
ଏହାବ୍ୟତୀତ ଗଞ୍ଜାମ ଜିଲାରେ ୨୦୧୮- ୧୯ ଓ ୧୯-୨୦ର ରିପୋର୍ଟ ଅନୁସାରେ ଗତ ଡିସେମ୍ବର ସୁଦ୍ଧା ଜିଲାରେ ମୋଟ ଜନସଂଖ୍ୟାର ୬୯ ପ୍ରତିଶତ ଲୋକଙ୍କର କର୍କଟ ରୋଗ ସ୍କାନିଂ କରାଯାଇଛି ା ସେଥିରୁ ୨୦୬୮ ଲୋକଙ୍କ ନିକଟରେ ସାଧାରଣ କର୍କଟ, ୩୪୬ ଜଣଙ୍କ ନିକଟରେ ସ୍ତନ କର୍କଟ, ୧୭୩ ଜଣଙ୍କ ନିକଟରେ ସର୍ଭିକାଲ କର୍କଟ ଚିହ୍ନଟ କରାଯାଇଛି ା ସେମାନଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଥିଲା। ତେବେ ଏହି ରୋଗରୁ ମୁକ୍ତି ପାଇଁ ତମାଖୁ ସେବନ, ନିଶା ସେବନଠାରୁ ଦୂରରେ ରହିବାକୁ କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଥିଲା। ଏଥିରେ ଏଏନ୍‌ଏମ୍‌ ଛାତ୍ରୀଙ୍କ ସମେତ ସିଡିଏମ୍‌ପିଏଚଓଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri