ସଚେତନ ହେଲେ କର୍କଟ ରୋଗକୁ ଦୂରେଇ ହେବ

ବ୍ରହ୍ମପୁର ଅଫିସ,୫ା୨-କର୍କଟ ରୋଗର ଅରୋଗ୍ୟ ସମ୍ଭବ। ପ୍ରାୟ ୪୦ରୁ ୫୦ ପ୍ରତିଶତ କର୍କଟରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ବର୍ତ୍ତମାନ ସମ୍ଭବ ହୋଇପାରୁଛି। ସାରା ବିଶ୍ୱରେ ପ୍ରତି ମିନିଟରେ ୧୭ ଜଣ କର୍କଟ ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି। ପ୍ରଥମିକ ଅବସ୍ଥାରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ, ତା’ର ଚିକିତ୍ସା କରାଯାଇ ପାରିବ ା ବିଭିନ୍ନ ପ୍ରକାର କର୍କଟରୋଗର ପରୀକ୍ଷା ତଥା ଚିକିତ୍ସା ପାଇଁ ସରକାରୀ ହସ୍‌ପିଟାଲରେ ମାଗଣା ସେବା ପ୍ରଦାନ କରାଯାଉଛି। ତେଣୁ ଆଗାମୀ ଦିନରେ କର୍କଟରୋଗ ମହାମାରୀ ରୂପ ନେବା ପୂର୍ବରୁ ପ୍ରତ୍ୟେକ କର୍କଟ ରୋଗ ପରୀକ୍ଷା ନେଇ ସଚେତତ କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସନ୍ଧ୍ୟାରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆଇସି ହଲରେ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଆହ୍ବାନ ଦିଆଯାଇଥିଲା ା
ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚଓ) ଡା. ଆର. ଜଗଦୀଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ ପାଢୀ, ଜିଲା ବହୁଜନ ବ୍ୟାଧି ନିୟନ୍ତ୍ରକ ଡା. ଅଶୋକ ମିଶ୍ର, ସାବିତ୍ରୀ ରାଉତ, ଜିଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ୍‌) ଶ୍ୟାମସୁ୍‌ନ୍ଦର ତ୍ରିପାଠୀ, ରୋଗ ନିୟନ୍ତ୍ରଣ ବିଭାଗ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅବନୀ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ା ବିଭିନ୍ନ ପ୍ରକାର କର୍କଟ ରୋଗ ମଧ୍ୟରେ ବର୍ତ୍ତମାନ ଭାରତରେ ସ୍ତନ କର୍କଟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଏଥିପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମସ୍ତ ସରକାରୀ ମେଡିକାଲରେ କର୍କଟ ରୋଗ ଚିହ୍ନଟ ପାଇଁ ମାଗଣା ପରୀକ୍ଷା ଉପଲବ୍ଧ ହେଉଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଜିଲାର ଆହୁରି ୫୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ହେଲଥ ୱେଲନେସ୍‌ ସେଣ୍ଟର ଖୋଲାଯିବାର ଯୋଜନା ରହିଛି ା ଯାହାଦ୍ୱାରା ସମସ୍ତ ଡାକ୍ତରଖାନାରେ କର୍କଟରୋଗ ଚିହ୍ନଟ ପାଇଁ ପ୍ରତ୍ୟେକେ ମାଗଣାରେ ସ୍କାନିଂ କରିପରିବେ ବୋଲି ଡିପିଏମ୍‌ କହିଥିଲେ ା
ଏହାବ୍ୟତୀତ ଗଞ୍ଜାମ ଜିଲାରେ ୨୦୧୮- ୧୯ ଓ ୧୯-୨୦ର ରିପୋର୍ଟ ଅନୁସାରେ ଗତ ଡିସେମ୍ବର ସୁଦ୍ଧା ଜିଲାରେ ମୋଟ ଜନସଂଖ୍ୟାର ୬୯ ପ୍ରତିଶତ ଲୋକଙ୍କର କର୍କଟ ରୋଗ ସ୍କାନିଂ କରାଯାଇଛି ା ସେଥିରୁ ୨୦୬୮ ଲୋକଙ୍କ ନିକଟରେ ସାଧାରଣ କର୍କଟ, ୩୪୬ ଜଣଙ୍କ ନିକଟରେ ସ୍ତନ କର୍କଟ, ୧୭୩ ଜଣଙ୍କ ନିକଟରେ ସର୍ଭିକାଲ କର୍କଟ ଚିହ୍ନଟ କରାଯାଇଛି ା ସେମାନଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଥିଲା। ତେବେ ଏହି ରୋଗରୁ ମୁକ୍ତି ପାଇଁ ତମାଖୁ ସେବନ, ନିଶା ସେବନଠାରୁ ଦୂରରେ ରହିବାକୁ କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଥିଲା। ଏଥିରେ ଏଏନ୍‌ଏମ୍‌ ଛାତ୍ରୀଙ୍କ ସମେତ ସିଡିଏମ୍‌ପିଏଚଓଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?