ସନ୍ଧିବାତ

”୫୦ବର୍ଷ ବୟସ ପରେ କେତେଜଣ ବ୍ୟକ୍ତି ଆଣ୍ଠୁ ମୋଡ଼ିଲେ ଭଗ୍ନ ପରି ଖଟ୍‌ ଖଟ୍‌ ଶବ୍ଦ ଓ ଯନ୍ତ୍ରଣା ହୋଇଥାଏ। ପାଦ ଉପରପାର୍ଶ୍ୱ ଫୁଲିଯାଏ, ଜାନୁସନ୍ଧି ଶୋଥ ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ମୋଟା ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ରେଡିଓଗ୍ରାଫି ପରୀକ୍ଷା କଲେ ସନ୍ଧି ହାଡ଼ରେ ସିଷ୍ଟ ପରି ବୃଦ୍ଧି ହୋଇଥାଏ। ଇଏସ୍‌ଆର୍‌ଓ ଲିମ୍ପୋସାଇଟ୍‌ ପରୀକ୍ଷା କଲେ ବୃଦ୍ଧି ହୋଇଥିବା ଜଣାପଡ଼େ। କେତେକ ସ୍ଥାନରେ ସନ୍ଧିର ବନ୍ଧନୀ ଓ ମେରୁଦଣ୍ଡ ଅସ୍ଥିର କଣ୍ଟକ ମିଶି ଦୃଢ଼ ହୋଇଯିବା ଫଳରେ ସାଇକ୍ରୋଇଲିଆକ୍‌ ସନ୍ଧି ସ୍ଥିର ହୋଇଯାଏ…“

ଆମ ଶରୀରରେ ୨୧୦ଟି ଅସ୍ଥି ସନ୍ଧି ରହିଅଛି। ଏଗୁଡ଼ିକ ମଧ୍ୟରୁ ମସ୍ତିଷ୍କର ଅସ୍ଥି ସନ୍ଧି ସ୍ଥିର, କଶେରୁକା ସନ୍ଧି ଈଷତ୍‌ ଚାଳିତ ଓ ବେକରେ ଥିବା ପ୍ରଥମ ଦ୍ୱିତୀୟ କଶେରୁକା, କହୁଣି, ଆଣ୍ଠୁ, କାନ୍ଧ, ମେରୁଦଣ୍ଡ, ଅଙ୍ଗୁଳି ଓ ମଣିବନ୍ଧ ଇତ୍ୟାଦି ସଚଳ ସନ୍ଧିର ଅନ୍ତର୍ଭୁକ୍ତ।
ଏହି ସଚଳ ସନ୍ଧି ମଧ୍ୟରୁ ପ୍ରଥମ ଦ୍ୱିତୀୟ କଶେରୁକା ଅସ୍ଥିସନ୍ଧି କିଳକ ସଦୃଶ, କହୁଣି ଏବଂ ଆଣ୍ଠୁର ସନ୍ଧି କବ୍‌ଜା ସଦୃଶ। କାନ୍ଧର ସନ୍ଧି ଗର୍ତ୍ତବର୍ତ୍ତୁଳ ଓ ମେରୁଦଣ୍ଡ, ଅଙ୍ଗୁଳି, ମଣିବନ୍ଧ, ବଳାଗଣ୍ଠିର ସନ୍ଧି ଖସଡ଼ା ।
ଚକ ବୁଲିବା ପାଇଁ ଅଖ ଓ ଏହାର ନଷ୍ଟ ନ ହେବା ଓ ଭଲଭାବେ ଘୂର୍ଣ୍ଣନ ପାଇଁ ମୋବିଲ ଦିଆଯାଇଥାଏ। ସେହିପରି ଏହି ସଚଳ ସନ୍ଧିଗୁଡ଼ିକ ମଧ୍ୟରୁ କେତେକ ମଧ୍ୟରେ ତରୁଣାସ୍ଥି ଥାଏ। ଏହାକୁ ବାନ୍ଧି ରଖିବା ପାଇଁ ମାଂସପେଶୀ, କଣ୍ଡେରା, ସାଇନୋଭିଆଲ ମେମ୍‌ବ୍ରେନ୍‌ ଥାଏ ଏବଂ ଏହା ଭିତରେ ଏକ ତରଳ ପଦାର୍ଥ ଥାଏ ଯାହାକି ସନ୍ଧି ଚାଳନାରେ ସହଜ ହୋଇଥିବାରୁ ଅସ୍ଥି ଚାଳନ ଯୋଗୁ ଏହାର କ୍ଷୟ ହୋଇ ନ ଥାଏ। ତାହାକୁ ‘ସାଇନୋଭିଆଲ ଫ୍ଲୁଇଡ୍‌’ କୁହାଯାଏ।
କାରଣ: ବିରୁଦ୍ଧ ଆହାର ବିହାର, ମନ୍ଦାଗ୍ନି ବ୍ୟକ୍ତି ସ୍ନିଗ୍ଧ ଭୋଜନ ପରେ ବ୍ୟାୟାମ କଲେ ଅପକ୍ୱ ଆମରସ ବାୟୁ ଓ କଫ ଦ୍ୱାରା ଆବୃତ୍ତ ହୋଇ ଧମନୀରେ ପହଞ୍ଚି ତ୍ରିଦୋଷକୁ ଅଧିକ ପ୍ରକୁପିତ କରି ଶରୀର ସ୍ରୋତରେ ପୂର୍ଣ୍ଣ ହୋଇଯାଇଥାଏ । କଟି, ପୃଷ୍ଠ, ତ୍ରିକ, ଜାନୁସନ୍ଧିରେ ଯନ୍ତ୍ରଣା ଉତ୍ପନ୍ନକରେ। ଏତଦ୍‌ବ୍ୟତୀତ ମାନସିକ ପରିଶ୍ରମ, ଅନ୍ତଃସ୍ରାବି ଗ୍ରନ୍ଥି ଓ ପୀୟୂଷ ଗ୍ରନ୍ଥି ସ୍ରାବର ଅନିୟମିତତା, ଥଣ୍ଡା ସନ୍ତସନ୍ତିଆ ଜାଗାରେ ବସବାସ କରିବା ଦ୍ୱାରା ଓ ଷ୍ଟିରଏଡ୍‌ର ଚୟାପୋଚୟ ବ୍ୟତିକ୍ରମ ଯୋଗୁ ଏହି ରୋଗ ହେବା ଦେଖାଯାଇଥାଏ।
ରୋଗ ୨୦ରୁ ୫୦ବର୍ଷ ବୟସ ମଧ୍ୟରେ ଦେଖାଯାଇଥାଏ। ଏଥିରେ ସନ୍ଧିରେ ସ୍ପର୍ଶାସହ୍ୟତା ଯନ୍ତ୍ରଣା, ସ୍ତବ୍ଧତା, ସ୍ନାୟୁତନ୍ତୁରେ ଶୋଥ, ଶ୍ଳୈଷ୍ମିିକ କଳାରେ ଶୋଥ ଅଧିକ ବୃଦ୍ଧି ହୋଇଥାଏ। କେତେକ କ୍ଷେତ୍ରରେ ଏହି ରୋଗ ଊର୍ଦ୍ଧ୍ୱ ଶାଖାର ମଧ୍ୟମ ଅଙ୍ଗୁଳିରୁ ପ୍ରାରମ୍ଭ ହୋଇ ଧୀରେ ଧୀରେ ଦ୍ୱିତୀୟ ସନ୍ଧିକୁ ଆକ୍ରମଣକରେ। ଏହି ଶୋଥ ବହୁଦିନ ପର୍ଯ୍ୟନ୍ତ ରହିଲେ ଶ୍ଳେଷ୍ମ କଳାରେ ସ୍ନାୟୁତନ୍ତୁ ଅଧିକ ଉତ୍ପନ୍ନ ହୋଇ ତରୁଣାସ୍ଥି ଆଭ୍ୟନ୍ତର ପୃ୍‌ଷ୍ଠରେ ତନ୍ତୁ ପ୍ରସରଣ ହୋଇଥାଏ। ତରୁଣାସ୍ଥି ପୃଷ୍ଠ କ୍ଷତ ହେବାପରି ଜଣାପଡ଼େ। କେତେକ ତନ୍ତୁ ତାହା ସହ ସଂଯୁକ୍ତ ହୋଇ ମୋଟା ଓ ଦୃଢ଼ ହୋଇଯାଇଥାଏ ଏବଂ ଆସ୍ତେ ଆସ୍ତେ ତରୁଣାସ୍ଥି ଭଗ୍ନ ହୋଇଥାଏ ଓ ସନ୍ଧିବନ୍ଧନ ଯୁକ୍ତ ସ୍ନାୟୁ ମୋଟା ଓ ସଙ୍କୁଚିତ ହୋଇଯାଏ। ଏପରି କିଛିଦିନ ଗଲାପରେ ଆସ୍ତେ ଆସ୍ତେ ସ୍ନାୟୁ, ତନ୍ତୁ, ପେଶୀ ଓ ତରୁଣାସ୍ଥି ଶୁଷ୍କ ହେବାକୁ ଲାଗେ। ଫଳସ୍ବରୂପ ସନ୍ଧି ଅଚଳ ହୋଇଯାଏ। ଏକ୍ସ-ରେ ପରୀକ୍ଷା ଦ୍ୱାରା ଠିକ୍‌ ନିରୂପଣ କରାଯାଏ। ଏଥିରେ ମାଂସପେଶୀରେ ଯନ୍ତ୍ରଣା, ଅରୁଚି, ତୃଷ୍ଣା, ଆଳସ୍ୟ, ଜ୍ୱର, ଅଗ୍ନିମାନ୍ଦ୍ୟ, ଲାଳସ୍ରାବ, ଅଙ୍ଗରେ ଶୋଥ ଓ କୋଷ୍ଠବଦ୍ଧତା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ।
ବର୍ଷ ବୟସ ପରେ କେତେଜଣ ବ୍ୟକ୍ତି ଆଣ୍ଠୁ ମୋଡ଼ିଲେ ଭଗ୍ନ ପରି ଖଟ୍‌ ଖଟ୍‌ ଶବ୍ଦ ଓ ଯନ୍ତ୍ରଣା ହୋଇଥାଏ। ପାଦ ଉପରପାର୍ଶ୍ୱ ଫୁଲିଯାଏ, ଜାନୁସନ୍ଧି ଶୋଥ ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ମୋଟା ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ରେଡିଓଗ୍ରାଫି ପରୀକ୍ଷା କଲେ ସନ୍ଧିହାଡ଼ରେ ସିଷ୍ଟ ପରି ବୃଦ୍ଧି ହୋଇଥାଏ। ଇଏସ୍‌ଆରଓ ଲିମ୍ପୋସାଇଟ୍‌ ପରୀକ୍ଷା କଲେ ବୃଦ୍ଧି ହୋଇଥିବା ଜଣାପଡ଼େ। କେତେକ ସ୍ଥାନରେ ସନ୍ଧିର ବନ୍ଧନୀ ଓ ମେରୁଦଣ୍ଡ ଅସ୍ଥିର କଣ୍ଟକ ମିଶି ଦୃଢ଼ ହୋଇଯିବା ଫଳରେ ସାଇକ୍ରୋଇଲିଆକ୍‌ ସନ୍ଧି ସ୍ଥିର ହୋଇଯାଏ। ଫଳରେ ଅଣ୍ଟା ବୁଲାଇହୁଏ ନାହିଁ ଓ ଗୋଡ଼ ଶିର ଯନ୍ତ୍ରଣା ହୋଇଥାଏ। ସନ୍ଧିବାତର ଠିକ୍‌ ନିଦାନ କରି ଚିକିତ୍ସା କଲେ ଅଳ୍ପଦିନ ମଧ୍ୟରେ ଆରୋଗ୍ୟ ହୋଇଥାଏ। ମାତ୍ର ଏହାକୁ ଅବହେଳା କଲେ କଷ୍ଟସାଧ୍ୟରେ ପରିଣତ ହୋଇଥାଏ। ଏଥିରେ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ସ୍ବର୍ଣ୍ଣ, ଲୌହ, ତାମ୍ର, ଅଭ୍ର, ନାଗ, ବଙ୍ଗ, ରସସିନ୍ଦୁର, ରାସ୍ନା, ଗୁଗ୍ଗୁଳ, ଶୋଧିତ ବତ୍ସନାଭ, ହରିତାଳ, ଅଶ୍ୱଗନ୍ଧା ଇତ୍ୟାଦିର ମୌଳିକ ଔଷଧ ଦିଆଯିବା ସହ ତୈଳ ଅଭ୍ୟଙ୍ଗ ଓ ସେକ ଦେବାକୁ ପରାମର୍ଶ ଦିଆଯାଇଥାଏ। ତତ୍‌ ସଙ୍ଗେ ସଙ୍ଗେ ପଥ୍ୟାପଥ୍ୟ ନିୟମ ପାଳନ କରିବାକୁ ପଡ଼େ। ତେଣୁ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଡା. ଆଶିଷ ବାନାର୍ଜୀ

-ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri