୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର ଖଣି ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ୨ଟି ଲୁହାପଥର ଖଣି ଜେଏସ୍‌ଡବ୍ଲ୍ୟୁକୁ ମିଳିଛି। ଏହି ୨ଟି ଖଣିରେ ପ୍ରାୟ ୯୮୦ ମିଲିୟନ୍‌ ଟନ୍‌ର ଲୁହାପଥର ମହଜୁଦ ରହିଥିବା କୁହାଯାଉଛି। କେବଳ ନୂଆଗାଁ ଲୁହାପଥର ଖଣିର ପରିମାଣ ୭୯୦ ମିଲିୟନ ଟନ୍‌ ରହିଛି।
ଶୁକ୍ରବାର ଜେଏସ୍‌ଡବ୍ଲ୍ୟୁ ନିଲାମୀ ପ୍ରକ୍ରିୟାରେ ଆଦାନୀ, ଆର୍ସେଲର ମିତ୍ତଲ, ବେଦାନ୍ତ, ଟାଟା ଏବଂ ରୁଙ୍ଗ୍‌ଟା ସନ୍ସ ପ୍ରଭୃତିକୁ ପଛରେ ପକାଇ ନୂଆଗାଁ ଖଣି ଲାଭ କରିଥିଲା। ସେହିପରି ଶନିବାର ହୋଇଥିବା ନିଲାମ ପ୍ରକ୍ରିୟାରେ ମଧ୍ୟ ଏହି କମ୍ପାନୀ ଜେଏସ୍‌ପିଏଲ୍‌, ଆର୍ସେଲର ମିତ୍ତଲ ଇଣ୍ଡିଆ, ମର୍ଚ୍ଚାଣ୍ଟ ମାଇନର୍ସ ରୁଙ୍ଗ୍‌ଟା ମାଇନ୍ସ ଏବଂ କେଜେଏସ୍‌ ଆଲୁୱାଲିଆଙ୍କୁ ପଛରେ ପକାଇଥିଲା। ସାମ୍ପ୍ରତିକ ସ୍ଥିତିରେ ଜେଏସ୍‌ଡବ୍ଲ୍ୟୁ ବାର୍ଷିକ ୧୮ ମିଲିୟନ ଟନ୍‌ ଉତ୍ପାଦନର କ୍ଷମତା ରଖିଛି। ନିଲାମ ଦ୍ୱାରା ପ୍ରାପ୍ତ ହୋଇଥିବା ଏହି ୨ଟି ଖଣି ଯୋଗୁ କମ୍ପାନୀ ନିଜ ପାରାଦୀପ ପ୍ଲାଣ୍ଟ ପାଇଁ ବାର୍ଷିକ ୧୩.୨ ମିଲିୟନ ଟନ୍‌ ପରିମାଣର କ୍ୟାପ୍‌ଟିଭ୍‌ ଲୁହାପଥର ପାଇବାକୁ ସକ୍ଷମ ହେବ। ପାରାଦୀପର ଏହି ଶିଳ୍ପରେ ଜେଏସ୍‌ଡବ୍ଲ୍ୟୁ ୫୫,୦୦୦ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି। ଏହି ନିବେଶ ରାଜ୍ୟର ଶିଳ୍ପକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେହିପରି ସ୍ଥାନୀୟ ଏବଂ ରାଜ୍ୟର ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ। ନୂଆଗାଁ ଲୁହାପଥର ଖଣିଟି ବର୍ତ୍ତମାନ କେଜେଏସ୍‌ ଆଲୁୱାଲିଆଙ୍କ ଲିଜ୍‌ରେ ରହିଛି। ଏହାର ଅବଧି ଆସନ୍ତା ମାର୍ଚ୍ଚରେ ସମାପ୍ତ ହେଉଛି।
ରବିବାର ସା ସୁଦ୍ଧା ମିଳିଥିବା ଶେଷ ସୂଚନାନୁଯାୟୀ, ଠାକୁରାଣୀ ଲୁହାପଥର ଖଣିର ନିଲାମ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଲିଜ୍‌ ଅବଧି ସମାପ୍ତ ହେଉଥିବା ୧୯ଟି ଲୁହାପଥର ଖଣିର ନିଲାମ କରାଯିବ। ପ୍ରତିଦିନ ଗୋଟିଏ ଗୋଟିଏ ଖଣି ନିଲାମ ହେବ। ଏହି ପ୍ରକ୍ରିୟା ଆସନ୍ତା ୧୮ ତାରିଖ ଯାଏ ଜାରି ରହିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri