୬ ଘଣ୍ଟା ପରେ ଚିଲିକା ମଝିରୁ ଉଦ୍ଧାର ହେଲେ ୧୭ ପର୍ଯ୍ୟଟକ

ବାଲୁଗାଁ,୧ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅଧୀନ ସୋରଣ ପେଣ୍ଠରୁ ରବିବାର ଚିଲିକା ପରିଭ୍ରମଣରେ ଯାଇଥିବା ୧୭ଜଣ ପର୍ଯ୍ୟଟକ, ୨ଜଣ ନାଉରିଆ ଫେରିବାବେଳେ ମଝି ଚିଲିକାରେ ଫସିଯାଇଛନ୍ତି। ଖବରପାଇ ବାଲୁଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ପ୍ରାୟ ୬ଘଣ୍ଟା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। କୁହୁଡ଼ି ନିକଟ ସୋରଣସ୍ଥିତ ଚିଲିକା ପେଣ୍ଠରୁ କେତେଜଣ ଶିଶୁଙ୍କ ସହ ୧୭ଜଣ ପର୍ଯ୍ୟଟକ ରବିବାର ସକାଳୁ ଏକ ଡଙ୍ଗା ଯୋଗେ ଚିଲିକା ଭ୍ରମଣରେ ବାହାରିଥିଲେ। କାଳୀଜାଈ ଦର୍ଶନ ଏବଂ ନଳବଣ ପରିଭ୍ରମଣ କରି ଯାତ୍ରୀମାନେ ଫେରୁଥିବା ବେଳେ ହଠାତ୍‌ ଡଙ୍ଗାର ମେଶିନ୍‌ ଅଚଳ ହୋଇପଡ଼ିଥିଲା। ସନ୍ଧ୍ୟା ସମୟ ୫ଟା ୩୦ ଏବଂ ଘନ କୁହୁଡ଼ି ହେତୁ ଦିଗ ବାରିବା ସେମାନଙ୍କ ପାଇଁ କଷ୍ଟ ହୋଇପଡ଼ିଥିଲା। ଶେଷରେ ଅନ୍ୟୋପାୟ ହୋଇ ଯାତ୍ରୀମାନେ ସେମାନଙ୍କ ପରିବାରବର୍ଗଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ପରିବାର ଲୋକଙ୍କଠାରୁ ସୂଚନା ପାଇ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ ଫସିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ନିମନ୍ତେ ବାଲୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ନିତ୍ୟାନନ୍ଦ ଜେନା ସଦଳବଳ ବାଲୁଗଁା ଜେଟିଠାରୁ ଏକ ଡ଼ଙ୍ଗା ଯୋଗେ ଯାତ୍ରୀଙ୍କୁ ଉଦ୍ଧାର ନିମନ୍ତେ ବାହାରିଥିଲେ। ତେବେ ଅନ୍ଧାର ଯୋଗୁ ଚିଲିକା ମଧ୍ୟରେ ଫସିରହିଥିବା ଯାତ୍ରୀଙ୍କୁ ସନ୍ଧାନ କରିବା କଷ୍ଟ ହୋଇଥିଲା। ଯାତ୍ରୀମାନେ ଚିକତ୍ାର କରିବା ସହ ନିଆଁ ଏବଂ ଲାଇଟ୍‌ ଦେଖାଇ ଅଗ୍ନିଶମ ବିଭାଗକୁ ସଂକେତ ଦେବାରେ ପ୍ରାୟ ରାତି ୧୧ଟା ୩୦ରେ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri