ଖର୍ଚ୍ଚ ହେଲା ୧୭ଲକ୍ଷ, ଟଙ୍କାକର ଫାଇଦା ନାହିଁ

ଖଇରା, ୭ା୧୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମ ନିକଟରେ ଥିବା ପଏଣ୍ଟ-୨ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୧୭ଲକ୍ଷ ଖର୍ଚ୍ଚ ପରେ ମଧ୍ୟ କାମରେ ଲାଗୁନି। ବର୍ତ୍ତମାନ ଆସନ୍ନ ମରୁଡି ପରିସ୍ଥିତିରେ ଜମିକୁ ପାଣି ମାଡ଼ି ପାରୁ ନ ଥିବାରୁ ଶତାଧିକ ଚାଷୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ମରାମତି କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମିର୍ଜାପୁର ଗ୍ରାମର ଚାଷୀ କେଶବ ଚନ୍ଦ୍ର ନାୟକ, ସନାତନ ବାରିକ, ପୂର୍ଣଚନ୍ଦ୍ର ବାରିକ, ଉମାକାନ୍ତ ନାୟକ, ଭାଗିରଥୀ ପତି, ସନାତନ ଖୁଣ୍ଟିଆ ପ୍ରମୁଖ ଚେତାବନୀ ଦେଇଛନ୍ତି। ଉକ୍ତ ପ୍ରକଳ୍ପଟି ୧୦ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଏବେ ଅଚଳ ହୋଇ ପଡ଼ିଥିବାରୁ ଚାଷୀମାନେ ପୁନନିର୍ମାଣ ପାଇଁ ଅଭିଯୋଗ କରିଥିଲେ ା ପୁନଶ୍ଚ ୮ମାସ ତଳେ ୧୭ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ପୁନନିର୍ମାଣ କରାଯାଇଥିଲା। ପାଖାପାଖି ୧୦ଏକର ଚାଷ ଜମିକୁ ପାଣି ମଡ଼ାଇବାକୁ ଲକ୍ଷ୍ୟ ରଖାଯାଇଥିଲା ା ହେଲେ ଖର୍ଚ୍ଚ ହେବା ପରଠାରୁ ଦିନେ ବି ପାଣି ମାଡ଼ି ନ ଥିବା ନେଇ ଚାଷୀମାନେ କହିଛନ୍ତି। କିଛି ଦିନ ତଳେ ଚାଷୀମାନେ ବିଭାଗୀୟ ଅଧକାରୀଙ୍କଠାରେ ଅଭିଯୋଗ କରିବା ପରେ ମରାମତି କରାଯାଇଥିଲା। ହେଲେ ଦିନେ ଚାଲିବା ପରେ ପୁଣି ଅଚଳ ହୋଇ ରହିଛି। ଏବେ ପାଣି ଶୁଖି ଜମି ଫାଟିଲାଣି। ଏ ସମ୍ପର୍କରେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଦେଙ୍କୁ ପଚାରିବାରୁ ଚାଷୀମାନଙ୍କ ଅଭିଯୋଗ ପରେ ମରାମତି ହୋଇଥିଲା ା ଏବେ ପୁନର୍ବାର ଯଦି ଅଚଳ ହୋଇଛି ପୁଣିଥରେ ସଜାଡାଯିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri