ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା

ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍‌ ଅପରେଶନ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ୧୩ରୁ ଅଧିକ ଦିନ ଧରି ଚାଲିଥିବା ଚଢ଼ାଉ ଓ ଯାଞ୍ଚ ନେଇ ମଙ୍ଗଳବାର ସିବିଆଇ ପକ୍ଷରୁ ଚମକାଇ ଦେବାଭଳି ତଥ୍ୟ ଦିଆଯାଇଛି। ଏକାଧିକ ଲକରରୁ ୧୭ କେଜି ସୁନା, ୧.୫୭ କୋଟି ଟଙ୍କା ମିଳିବା ପରେ ସିବିଆଇ ତଦନ୍ତକୁ ଜୋର୍‌ଦାର କରିଛି। ଠାବ ସୁନା ମଧ୍ୟରେ ଅଳଙ୍କାର, ସୁନା ବିସ୍କୁଟ, କଏନ୍‌, ସୁନା ବାର୍‌ ରହିଛି।
ଓଡ଼ିଶାର ଭୁବନେଶ୍ୱର ଓ ଜଗତ୍‌ସିଂପୁର ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବିଭିନ୍ନ ବ୍ୟାଙ୍କରେ ପ୍ରମୋଦ ଓ ତାଙ୍କ ପରିବାର ତଥା ସମ୍ପର୍କୀୟଙ୍କ ନାଁରେ ଥିବା ୮ରୁ ଅଧିକ ଲକର୍‌ ଠାବ ହୋଇଥିଲା। ସେଥି ମଧ୍ୟରୁ ୩ଟି ଲକର ସ୍ତ୍ରୀଙ୍କ ନାମରେ ଥିବାବେଳେ ଅନ୍ୟ ୫ଟିର ପ୍ରକୃତ ମାଲିକ ଜାଣିବାକୁ ସିବିଆଇକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ପରେ ସେଗୁଡ଼ିକର ମାଲିକ ଚିହ୍ନଟ କରିଛି ସିବିଆଇ। ଏଥିସହ ଏଯାବତ୍‌ ୭ଟି ଲକର୍‌ ଖୋଲାଯାଇଛି। ସେଥିରୁ ବିପୁଳ ପରିମାଣର ସୁନା, ନଗଦ ଟଙ୍କା ଓ ଆର୍ଥିକ କାରବାର ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ରିପୋର୍ଟ ଅନୁଯାୟୀ, ଲକର୍‌ରୁ ନଗଦ ୧.୫୭ କୋଟି ଟଙ୍କା, ୯.୫ କୋଟି ଟଙ୍କାର ୧୭ କେଜି ସୁନା ଠାବ ହୋଇଛି। ସେହିପରି ପୋଷ୍ଟାଲ ସେଭିଂସ ଓ ବ୍ୟାଙ୍କ ଫିକ୍ସ ଡିପୋଜିଟ୍‌ ୩.୩୩ କୋଟି, ବ୍ୟାଙ୍କ ଜମା ୧.୫୧ କୋଟି, ମ୍ୟୁଚୁଆଲ୍‌ ଫଣ୍ଡ୍‌ ୪୭.୭୫ ଲକ୍ଷ ଟଙ୍କା ମଧ୍ୟ ଠାବ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ସିବିଆଇ ପ୍ରମୋଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୪କୋଟି ୨୮ଲକ୍ଷ ୮୭ହଜାର ୫୫୩ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଥିଲା। ଏଥିରୁ ୧ କୋଟି ୯୨ ଲକ୍ଷ ୨୧ ହଜାର ୪୦୫ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜଣାପଡିଥିଲା, ଯାହା ତାଙ୍କ ପ୍ରକୃତ ଆୟର ୫୯.୦୯ ପ୍ରତିଶତ ଅଧିକ ବୋଲି ସିବିଆଇ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଥିଲା। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୩ରୁ ପ୍ରିଭେନ୍‌ଶନ୍‌ ଅଫ୍‌ କରପ୍‌ଶନ ଆକ୍ଟର ଦଫା ୧୩ (୧) (ବି)ରେ ଏକ ମାମଲା ରୁଜୁ କରି ସିବିଆଇ ଅଧିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଜାରି ରହିଥିବାରୁ ସିବିଆଇ ମୋଟ ସମ୍ପତ୍ତି କେତେ ତାହା ଆକଳନ କରିନାହିଁ। ତେବେ ଏଯାଏ ଠାବ ହୋଇଥିବା ସମ୍ପତ୍ତିର ପରିମାଣ ୨୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ହିସାବ କହୁଛି। ପ୍ରମୋଦଙ୍କଠାରୁ ଆହୁରି ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପାଇବାକୁ ସିବିଆଇ ଆଶା ରଖିଛି। ପରବର୍ତ୍ତୀ ସମୟରେ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫଦାରି ନେଇ ବିସ୍ତୃତ ବିବରଣୀ ଦିଆଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପ୍ରମୋଦ ହେଉଛନ୍ତି ୧୯୮୭ ମସିହା ବ୍ୟାଚର ରେଳ ଅଧିକାରୀ। ସେ ୧୯୮୯ ମାର୍ଚ୍ଚ ୬ରେ ଚାକିରିରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିଲେ। ୨୦୨୨ ନଭେମ୍ବର ୩୦ରେ ଚିଫ୍‌ ଅପରେଶନ ମ୍ୟାନେଜର ଭାବେ ପଦୋନ୍ନତି ପାଇଥିଲେ। ଏହାପରେ ସେ ଚାକିରିରୁ ଅବସର ନେଇଥିଲେ। ପ୍ରମୋଦଙ୍କ ୨ଝିଅ ଥିବାବେଳେ ବଡ଼ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବାବେଳେ ସାନ ଝିଅ ଏମ୍‌ବିବିଏସ୍‌ ପରେ ଏମ୍‌ଏସ୍‌ ପଢ଼ୁଛନ୍ତି। ୨୦୦୫ ଏପ୍ରିଲ ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ପ୍ରମୋଦ ବ୍ୟାପକ ଦୁର୍ନୀତି କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସିବିଆଇ ନିକଟରେ ଡିସେମ୍ବର ୨୬ରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri