କେନ୍ଦୁଝରରେ ୧୭ ବ୍ଲାକ୍‌ ସ୍ପଟ୍‌

କେନ୍ଦୁଝର,୩୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଶତକଡ଼ା ୯୫ ଭାଗ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥମାନଙ୍କରେ ହେଉଛି। ଅଧିକ ଦୁର୍ଘଟଣାର କାରଣ ଦୁଇ ଚକିଆ ଯାନ ସାଜିଛି। ବିିଶେଷ କରି ମଦ ପିଇ, ବେପରୁଆ ଗାଡ଼ି ଚାଳନା, ଓଭରଟେକ, ବେଆଇନ ପାର୍କିଂ ଯୋଗୁ ଅଧିକ ଦୁର୍ଘଟଣା ହେଉଛି। ଜାତୀୟ ରାଜପଥ ୨୦ ଓ ୫୨୦ ( ପାଣିକୋଇଲିରୁ ରିମୁଳି ଓ ରିମୁଳିଠାରୁ ରାଜାମୁଣ୍ଡା) ର ତ୍ରୁଟିପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁ ଦୁର୍ଘଟଣା ଘଟୁଛି। ଏଭଳି କେନ୍ଦୁଝର ଜିଲାରେ ବିଭିନ୍ନ ସ୍ଥାନରେ ୧୭ଟି ବ୍ଲାକ୍‌ ସ୍ପଟ୍‌ (ଦୁର୍ଘଟଣା ପ୍ରବଣ ସ୍ଥାନ) ରହିଥିବା ଚିହ୍ନଟ ହୋଇଛି। ସେଥରୁ ଦୁଇଟିକୁ ବନ୍ଦ କରାଯାଇଛି।
ସ୍ପଟ୍‌ ଗୁଡ଼ିକ ହେଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ, ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଛକ, ଜାମୁଦଲକ ଆଙ୍ଗୁଳିଆ ଛକ, ଘଟଗାଁ ଥାନା ବାଲି ଯୋଡ଼ି ଛକ, ଢେଙ୍କିକୋଟ ଓଭରବ୍ରିଜ, ପିପିଳିଆ, ହରିଚନ୍ଦନପୁର ଥାନା ଆଳୁଘାଟି, ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନା ଅଧୀନସ୍ଥ କୁଆଁଝରଣ ଘାଟି, କାଞ୍ଜିପାଣି ଥାନାର କୁସୁମ ଘାଟି, କାଞ୍ଜିପାଣି ଘାଟି, ସଦର ଥାନା ଅନ୍ତର୍ଗତ ବଡ଼ପଶି, ଗୋପାଳପୁର ପଦ୍ମପୁର ଛକ, ରାଇସୁଆଁ ଓଭରବ୍ରିଜ, ପଳାଶପଙ୍ଗା ଛକ, ଘଷିପୁରା ଥାନା ଅନ୍ତର୍ଗତ ଦରଖୋଳା ବୋଲି ଜଣାପଡ଼ିଛି। ସରକାରୀ ରିପୋର୍ଟ ଅନୁଯାୟୀ, ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୬୬୯ଟି ସଡ଼କ ଦୁର୍ଘଟଣା ଘଟି ୩୪୯ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ୪୬୦ଜଣ ଦିବ୍ୟାଙ୍ଗ ହୋଇଥିଲେ। ୨୦୨୧ରେ ୬୨୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩୧୬ ଜଣ ପ୍ରାଣ ହରାଇଥିଲେ। ୪୯୫ଜଣ ଦିବ୍ୟାଙ୍ଗ ହୋଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି, ଦୁର୍ଘଟଣା ରୋକିବା ପାଇଁ ଧରପଗଡ଼ କରି କାଯର୍ର୍‌ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆବଶ୍ୟକ ପଡ଼ିଲେ ଲାଇସେନ୍ସ, ପରମିଟ ରଦ୍ଦ କରିବା ଭଳି ପଦକ୍ଷେପ ଗ୍ରହଣ କରୁଛୁ। ଲୋକେ ସଚେତନ ହୋଇ ନିଜର ସୁରକ୍ଷା ପାଇଁ ଟ୍ରାଫିକ ନିୟମ ପାଳନ କରିବା ସହ ବିଭାଗକୁ ସହଯୋଗ କରିବାକୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri