କେନ୍ଦୁଝରରେ ୧୭ ବ୍ଲାକ୍‌ ସ୍ପଟ୍‌

କେନ୍ଦୁଝର,୩୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଶତକଡ଼ା ୯୫ ଭାଗ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥମାନଙ୍କରେ ହେଉଛି। ଅଧିକ ଦୁର୍ଘଟଣାର କାରଣ ଦୁଇ ଚକିଆ ଯାନ ସାଜିଛି। ବିିଶେଷ କରି ମଦ ପିଇ, ବେପରୁଆ ଗାଡ଼ି ଚାଳନା, ଓଭରଟେକ, ବେଆଇନ ପାର୍କିଂ ଯୋଗୁ ଅଧିକ ଦୁର୍ଘଟଣା ହେଉଛି। ଜାତୀୟ ରାଜପଥ ୨୦ ଓ ୫୨୦ ( ପାଣିକୋଇଲିରୁ ରିମୁଳି ଓ ରିମୁଳିଠାରୁ ରାଜାମୁଣ୍ଡା) ର ତ୍ରୁଟିପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁ ଦୁର୍ଘଟଣା ଘଟୁଛି। ଏଭଳି କେନ୍ଦୁଝର ଜିଲାରେ ବିଭିନ୍ନ ସ୍ଥାନରେ ୧୭ଟି ବ୍ଲାକ୍‌ ସ୍ପଟ୍‌ (ଦୁର୍ଘଟଣା ପ୍ରବଣ ସ୍ଥାନ) ରହିଥିବା ଚିହ୍ନଟ ହୋଇଛି। ସେଥରୁ ଦୁଇଟିକୁ ବନ୍ଦ କରାଯାଇଛି।
ସ୍ପଟ୍‌ ଗୁଡ଼ିକ ହେଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ, ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଛକ, ଜାମୁଦଲକ ଆଙ୍ଗୁଳିଆ ଛକ, ଘଟଗାଁ ଥାନା ବାଲି ଯୋଡ଼ି ଛକ, ଢେଙ୍କିକୋଟ ଓଭରବ୍ରିଜ, ପିପିଳିଆ, ହରିଚନ୍ଦନପୁର ଥାନା ଆଳୁଘାଟି, ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନା ଅଧୀନସ୍ଥ କୁଆଁଝରଣ ଘାଟି, କାଞ୍ଜିପାଣି ଥାନାର କୁସୁମ ଘାଟି, କାଞ୍ଜିପାଣି ଘାଟି, ସଦର ଥାନା ଅନ୍ତର୍ଗତ ବଡ଼ପଶି, ଗୋପାଳପୁର ପଦ୍ମପୁର ଛକ, ରାଇସୁଆଁ ଓଭରବ୍ରିଜ, ପଳାଶପଙ୍ଗା ଛକ, ଘଷିପୁରା ଥାନା ଅନ୍ତର୍ଗତ ଦରଖୋଳା ବୋଲି ଜଣାପଡ଼ିଛି। ସରକାରୀ ରିପୋର୍ଟ ଅନୁଯାୟୀ, ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୬୬୯ଟି ସଡ଼କ ଦୁର୍ଘଟଣା ଘଟି ୩୪୯ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ୪୬୦ଜଣ ଦିବ୍ୟାଙ୍ଗ ହୋଇଥିଲେ। ୨୦୨୧ରେ ୬୨୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩୧୬ ଜଣ ପ୍ରାଣ ହରାଇଥିଲେ। ୪୯୫ଜଣ ଦିବ୍ୟାଙ୍ଗ ହୋଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି, ଦୁର୍ଘଟଣା ରୋକିବା ପାଇଁ ଧରପଗଡ଼ କରି କାଯର୍ର୍‌ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆବଶ୍ୟକ ପଡ଼ିଲେ ଲାଇସେନ୍ସ, ପରମିଟ ରଦ୍ଦ କରିବା ଭଳି ପଦକ୍ଷେପ ଗ୍ରହଣ କରୁଛୁ। ଲୋକେ ସଚେତନ ହୋଇ ନିଜର ସୁରକ୍ଷା ପାଇଁ ଟ୍ରାଫିକ ନିୟମ ପାଳନ କରିବା ସହ ବିଭାଗକୁ ସହଯୋଗ କରିବାକୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?