ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ ଥାନା ଅଧୀନ ହଦଗଡ଼ ହାତୀ ଅଭୟାରଣ୍ୟ ପରିଧିରେ ଦେଶୀ ମହୁଲି ମଦ ପ୍ରସ୍ତୁତ ଅଡ୍ଡା ଉପରେ ଆନନ୍ଦପୁର ଡ଼ିଏସପି ପ୍ରଶାନ୍ତ ବେହେରା ଠାବ କରି ବିପୁଳ ପରିମାଣରେ ଦେଶୀ ମହୁଲି ଏବଂ ପୋଚ ଜବତ କରିଥିଲେ। ମାତ୍ର ୭ ଦିନ ନପୁରୁଣୁ ଡ଼ିଏସପି ବେହେରା ନିର୍ବାଚନକୁ ଆଖି ଆଗରେ ରହି ଚଢ଼ାଉକୁ ଜୋରଦାର କରିଛନ୍ତି । ଶୁକ୍ରବାର କେବଳ ଗୋଟିଏ ଦିନରେ ନନ୍ଦିପଦା, ସୋସୋ, ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର ଥାନା ଅଞ୍ଚଳ ମାନଙ୍କରେ ଚଢ଼ାଉ କରି ୧୬୧୮ ଲିଟର ଦେଶୀ ମହୁଲି ମଦ ଏବଂ ୩୩ ହଜାର ଲିଟର ପୋଚ ଜବତ କରିବାରେ ସକ୍ଷମ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଛି।

ନନ୍ଦିପଦା, ସୋସୋ, ଆନନ୍ଦପୁର, ଘସିପୁରା ଥାନାମାନଙ୍କରେ ତିନୋଟି ଲେଖାଏଁ ମାମଲା ଏବଂ ରାମଚନ୍ଦ୍ରପୁର ଥାନାରେ ଗୋଟିଏ ମାମଲା ମୋଟ ୧୩ଟି ମାମଲା ରୁଜୁ ହୋଇଛି । ନନ୍ଦିପଦା ଥାନା ଅଧୀନରେ ୩ ଜଣ ଏବଂ ରାମଚନ୍ଦ୍ରପୁର ଥାନା ଅଧୀନରେ ଜଣଙ୍କୁ ମୋଟ ୪ ଜଣ ଗିରଫ ହୋଇଛନ୍ତି । ଡ଼ିଏସପି ବେହେରାଙ୍କ କହିବା ଅନୁସାରେ ହଦଗଡ଼ ହାତୀ ଅଭୟାରଣ୍ୟ ସୋସୋ, ଆନନ୍ଦପୁର ଥାନା ଅଧୀନ ହଦଗଡ଼ ହାତୀ ଅଭୟାରଣ୍ୟ ପରିଧି ଏବଂ ଘସିପୁରା ଥାନା ଅଧୀନ ମାର୍ଶାପାଳ ନିକଟ ଜଙ୍ଗଲ ଭିତରେ ଦେଶୀ ମହୁଲି ମଦ ପ୍ରସ୍ତୁତ ଆଡ୍ଡା ଗଢି ଉଠିବା ଅତି ଆଶ୍ଚର୍ଯ୍ୟର ବିଷୟ ଅଟେ । ମୋଟ ୧୩ଟି ମାମଲା ରୁଜୁ ହୋଇଛି l ନନ୍ଦିପଦା ଥାନା କେସ ନଂ ୧୮୧,୧୮୨,୧୮୩/୨୦୨୪, ସୋସୋ ଥାନା କେସ ନଂ ୧୨୦,୧୨୧,୧୨୨/୨୦୨୪,ଆନନ୍ଦପୁର ଥାନା କେସ ନଂ ୧୭୭,୧୭୮,୧୭୯/୨୦୨୪, ଘସିପୁରା ଥାନା କେସ ନଂ ୨୩୦,୨୩୧,୨୩୨/୨୦୨୪ ଏବଂ ରାମଚନ୍ଦ୍ରପୁର ଥାନା କେସ ନଂ ୨୨୭/୨୦୨୪ ଅଟେ l ତେବେ ଚଢ଼ାଉ ଆହୁରି ଜୋରଦାର ହେବ । ସବୁଠାରୁ ବଡ଼ କଥା ହେଉଛି ସମଗ୍ର ଆନନ୍ଦପୁର ଉପଖଣ୍ଡରେ ପୂର୍ବରୁ କେବେ ଏପରି ଦେଶୀ ମହୁଲି ମଦ ପ୍ରସ୍ତୁତ ଅଡ୍ଡା ଠାବ ହୋଇ ନ ଥିଲା କି ଏତେ ପରିମାଣରେ ପୋଚ ଏବଂ ମହୁଲି ମଦ ଜବତ ହୋଇନଥିଲା । ଅପରପକ୍ଷେ ଅଭୟାରଣ୍ୟ ପରିଧିରେ ଦେଶୀ ମହୁଲି ମଦ ପ୍ରସ୍ତୁତ ଆଡ୍ଡା ଚାଲିଥିବାବେଳେ ବନ ବିଭାଗ କିପରି ଏ ବାବଦରେ ଜାଣିପାରିଲାନି ତାହାକୁ ନେଇ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?