ସ୍ପେନ୍‌ର ୧୬,୦୦୦ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ସ୍ପେନ, ୨୦।୭: ସ୍ପେନ୍‌ ଇତିହାସର ସବୁଠାରୁ ବଡ଼ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୬,୦୦୦ ହେକ୍ଟର ଜଙ୍ଗଲ ଅଞ୍ଚଳ ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ନିଆଁ ଏବେ ମଧ୍ୟ ପ୍ରବଳ ବେଗରେ ମାଡ଼ିଚାଲିଛି। ସ୍ପେନ୍‌ର ପବ୍ଲିକ ବ୍ରଡକାଷ୍ଟର ଆରଟିଭିଇ ଅନୁଯାୟୀ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଥିବାବେଳେ ଏପଯର୍‌ୟନ୍ତ ୧୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସିଙ୍କୋ ଭିଲାଜ ଅଞ୍ଚଳରେ ବୁଧବାର ଆରମ୍ଭ ହୋଇଥିବା ଏହି ନିଆଁ ପ୍ରାୟ ୬୦ କିଲୋମିଟର ପରିଧି ଯାଏଁ ବ୍ୟାପିସାରିଛି। ତେବେ ଅତ୍ୟଧିକ ପବନ ବେଗକୁ ନେଇ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡର ମୁକାବିଲା ପାଇଁ ପ୍ରାୟ ୪୦୦ ସ୍ଥଳସେନା ଅଧିକାରୀ ଏବଂ ୧୯ ସ୍ବତନ୍ତ୍ର ବିମାନକୁ ନିୟୋଜିତ କରାଯାଇଛି। ଅଗ୍ନିଶମ ବାହିନୀ ଉଙ୍କାଷ୍ଟିଲୋରେ ଘରଗୁଡ଼ିକର ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍‌ ସେବା ସ୍ବାଭାବିକ କରାଯାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକ ପ୍ରମୁଖ ସଡ଼କପଥ ବନ୍ଦ ରଖାଯାଇଛି।
ସ୍ପେନ୍‌ର ଅନ୍ୟାନ୍ୟ ଅଂଶ ମଧ୍ୟ ଏବେ ନିଆଁର କରାଳ ଗ୍ରାସରେ। ଉତ୍ତର ଭାଗରେ ଥିବା ଗୁଆଡାଲାଜାରାରେ ପ୍ରାୟ ୯୦୦ ହେକ୍ଟର ଜଙ୍ଗଲ ଜଳୁଥିବାବେଳେ ସେଠାରେ ସେନା ମୁତୟନ କରାଯାଇଛି। ସେହିଭଳି ମାଡ୍ରିଡ ନିକଟସ୍ଥ ଲୋଜୋୟୁଏଲାରେ ୭୦ ହେକ୍ଟର ଜମି ଜଳି ନଷ୍ଟ ହୋଇଛି, ଯେଉଁଠାରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।
ଉଚ୍ଚ ତାପମାତ୍ରା, ଶକ୍ତିଶାଳୀ ପବନ, ନିମ୍ନ ଆର୍ଦ୍ରତା, ପ୍ରଚୁର ଉଦ୍ଭିଦରାଜି ଯୋଗୁ ନିଆଁ ଶୀଘ୍ର ବ୍ୟାପିବାରେ ଲାଗିଛି। ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନ ଏବଂ ପରିତ୍ୟକ୍ତ ଗ୍ରାମାଞ୍ଚଳଗୁଡ଼ିକୁ ମଧ୍ୟ ଜଙ୍ଗଲ ନିଆଁର କାରଣ ଦର୍ଶାଇଛନ୍ତି। ମାନବଚାଳିତ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାରମ୍ଭିକ ଗ୍ରୀଷ୍ମ ପ୍ରବାହ ଫଳରେ ସମଗ୍ର ଇଉରୋପରେ ତାପମାତ୍ରା ଉଚ୍ଚ ସ୍ତରରେ ପହଞ୍ଚିଛି, ଯାହା ଜଳ ଅଭାବ, ଫସଲହାନି, ଜଙ୍ଗଲନିଆଁ ଏବଂ ସାଧାରଣ ଅପେକ୍ଷା ହଜାର ହଜାର ମୃତ୍ୟୁର କାରଣ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?