Posted inଫୁରସତ

ଶୌଚାଳୟ ନ ଥିବାରୁ ମାସକରେ ଶାଶୁଘର ଛାଡ଼ିଲେ ୧୬ ବୋହୁ

ଲକ୍ଷ୍ନୌ, ୧୬।୭- ସ୍ବଚ୍ଛ ଭାରତ ମିଶନ ଆଧାରରେ ଗ୍ରାମ ଓ ସହର ସବୁଠାରେ ଶୌଚାଳୟ ନିର୍ମାଣ ହୋଇଥିବା ଉତ୍ତର ପ୍ରଦେଶ ସରକାର ଦାବି କରୁଛନ୍ତି। କିନ୍ତୁ ବାସ୍ତବତା ଏହା ବାହାରେ। ଯାହାର ସଦ୍ୟତମ ଉଦାହରଣ ଉତ୍ତର ପ୍ରଦେଶ କୁଶୀନଗର ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ପଦରୌନା ବ୍ଲକର ଜଗଦୀପୁର ଗ୍ରାମରେ ଗତ ଏକ ମାସ ମଧ୍ୟରେ ୧୬ ଜଣ ବୋହୁ ଶୌଚାଳୟ ନ ଥିବା ଅଭିଯୋଗ କରି ସେମାନଙ୍କ ଶାଶୁଘର ଛାଡ଼ି ବାପଘରକୁ ପଳାଇଛନ୍ତି। ଏଥିସହ ଶୌଚାଳୟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଆଉ ଶାଶୁଘରେ ପାଦଦେବେ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି। ଏହି ମହିଳାମାନଙ୍କୁ ବର୍ଷା ଦିନେ ମଳତ୍ୟାଗ କରିବା ପାଇଁ ବାହାରକୁ ଯିବାକୁ ପଡ଼ୁଥିଲା। ପ୍ରଥମେ ଶାଶୁଘର ଲୋକଙ୍କୁ ଏହି ସମସ୍ୟା କଥା ମହିଳାମାନେ ଜଣାଇଥିଲେ। କିନ୍ତୁ କୌଣସି ସମାଧାନ ନ ହେବାରୁ ସେମାନେ ନିଜ ନିଜ ବାପଘରକୁ ପଳାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜିଲା ପଞ୍ଚାୟତରାଜ ଅଧିକାରୀ ଗ୍ରାମରେ ପହଞ୍ଚତ୍ଥିଲେ। ସେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି ଶୌଚାଳୟ କାହିଁକି ନିର୍ମାଣ ହୋଇନାହିଁ ତାହାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ବୋହୁମାନଙ୍କ ଏହି ନିଷ୍ପତ୍ତିରେ କେବଳ ପରିବାର ନୁହେଁ ପୁରା ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ବହୁ ବୁଝାଇବା ପରେ ମଧ୍ୟ ସେମାନେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ନ ଥିଲେ ଏବଂ ଶାଶୁଘର ଛାଡ଼ି ପଳାଇଥିଲେ। ବିବାହ ପୂର୍ବରୁ ମଧ୍ୟ ମହିଳାମାନେ ସର୍ତ୍ତ ରଖିଥିଲେ ଶୌଚାଳୟ ନିର୍ମାଣ ହେଲାପରେ ସେମାନେ ସେଠାକୁ ଯିବେ। ଏହାପରେ ଶାଶୁଘର ପକ୍ଷରୁ ମଧ୍ୟ ଶୀଘ୍ର ଶୌଚାଳୟ ନିର୍ମାଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଯାହାକୁ ପରେ ପୂରଣ କରା ନ ଯିବାରୁ ବୋହୁମାନେ ଶାଶୁଘର ଛାଡ଼ି ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri