ଫିଲ୍ମ ଶୁଟିଂ ପାଇଁ ୧୬ ଟନ୍‌ ଟମାଟୋ, ମୂଲ୍ୟ ୧ କୋଟି ଟଙ୍କା

ମୁମ୍ବାଇ: ବର୍ତ୍ତମାନ ଟମୋଟୋର ଦର ଆକାଶଛୁଅଁା ରହିଛି। ସେଥିପାଇଁ ଲୋକେ ଟମାଟୋ କିଣିବାକୁ ସେତେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବଜାରରେ ଟମାଟୋ କିଲୋ ପ୍ରତି ଦର ୧୫୦ ଟଙ୍କାରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ମଧ୍ୟ ତା’ର ଦର ଅଧିକ ରହିଛି। ଏହା ମଧ୍ୟରେ ଜୋୟା ଅକ୍‌ତରଙ୍କ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୋବାରା’କୁ ୧୨ ବର୍ଷ ପୂରିଥିବାବେଳେ ସେ ଟମାଟୋକୁ ନେଇ କିଛି ରୋଚକ ତଥ୍ୟ ଦେଇଛନ୍ତି। ସିନେମାରେ ଫର୍‌ହାନ ଅକତର୍‌, ହ୍ରିତିକ୍‌ ରୋଶନ, ଅଭୟ ଦେଓଲ, କ୍ୟାଟ୍ରିନ କୈଫ୍‌ଙ୍କ ସମେତ ଅନେକେ ନଜରକୁ ଆସିଥିଲେ; ଯେଉଁଥିରେ ୩ ଅବିବାହିତ ବେଷ୍ଟଫ୍ରେଣ୍ଡଙ୍କ ଜୀବନ ଯାତ୍ରା ବିଷୟରେ ଦେଖିବାକୁ ମିଳିଛି। ଫିଲ୍ମର କିଛି ଅଂଶ ସ୍ପେନ୍‌ରେ ଶୁଟିଂ କରାଯାଇଥିଲା। ସେଠାରେ ହୋଲି ସଦୃଶ ଟମାଟିନା ନାମକ ଏକ ଉତ୍ସବ ପାଳନ କରାଯାଏ; ଯେଉଁଥିରେ ଟମାଟୋର ବ୍ୟବହାର ହୋଇଥାଏ। ତେବେ ଫିଲ୍ମରେ ମଧ୍ୟ ଏକ ଗୀତରେ ଏହି ଉତ୍ସବ ପାଳୁଥିବା ଦେଖିବାକୁ ମିଳିଛି। ଏଥିରେ ୩ ସାଙ୍ଗକୁ ଟମାଟୋ ଫିଙ୍ଗିବା ସହ ସେଥିରେ ଖେଳୁଥିବା ନଜର ଆସିଛନ୍ତି। ଶୁଟିଂ ବେଳେ ଏହି ମୁଭିରେ ମୋଟ ୧୬ ଟନ୍‌ ଟମାଟୋ ବ୍ୟବହର କରାଯାଇଥିଲା। ଏହାର ମୂଲ୍ୟ ଥିଲା ୧ କୋଟି ଟଙ୍କା । ସ୍ପେନ୍‌ରେ ମିଳୁଥିବା ଟମାଟୋ ସେ ସମୟରେ କଞ୍ଚା ଥିବାରୁ ପର୍ତ୍ତୁଗାଲରୁ ୧୬ଟନ୍‌ ଟମାଟୋ ଅଣାଯାଇଥିବା ଫିଲ୍ମର ପ୍ରଯୋଜକ ରିତେଶ ସିଦ୍ଧୱାନି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri