ପଟ୍ଟାମୁଣ୍ଡାଇରେ ୧୬ ସମବାୟ ସମିତି ନେଉନି ସାର

ପଟ୍ଟାମୁଣ୍ଡାଇ,୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶ୍ରାବଣ ମାସରେ ଆଶାନୁରୂପ ବର୍ଷା ହେଲାନାହିଁ। ଖାଲୁଆ କିସମ ଜମିରେ ଯେଉଁଠି ବି ରୁଆ, ବେଉଷଣ କାମ ହେଉଛି ସେଠି ଜମିରେ ପକାଇବାକୁ ସାର ଚାଷୀ ପାଉନାହାନ୍ତି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ବ୍ଲକ କୃଷି ବିଭାଗର ରିପୋର୍ଟ ଅନୁସାରେ, ଚଳିତ ଖରିଫ ଋତୁରେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଞ୍ଚାୟତରେ ୧୧,୭୦୦ ହେକ୍ଟର ଜମିରେ ଶାରଦ ଧାନ ଫସଲ ହେଉଛି। ସେଥିମଧ୍ୟରୁ ଏଯାବତ ଖାଲୁଆ କିସମ ୩ ହଜାର ହେକ୍ଟର ଜମିରେ ରୁଆପୋତା କାମ ସରିଛି। ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡି ରହିଛି। ତଳିଧାନ, ବୁଣା ଜମିରେ ସାର ପକାଇବା ପାଇଁ ଚାଷୀ ସାର ପାଉ ନ ଥିବା ଅଭିଯୋଗ ହେଉଛି। ଚଳିତ ବର୍ଷ ମାର୍କଫେଡ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି। ତେବେ ବ୍ଲକର ୧୬ ଟି ସମବାୟ ସମିତିରେ ସାର ପହଞ୍ଚତ୍ ପାରି ନ ଥିବାରୁ ଚାଷୀ ସାର ପାଇପାରୁନାହାନ୍ତି। ମାର୍କଫେଡ ସାର ଆବଣ୍ଟନ କରୁ ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରୁ ଚଢା ଦରରେ ସାର କିଣିବାକୁ ପଡୁଛି।
କୃଷକ ନେତା ବିଜୟ ଦାସ କହଛନ୍ତି, ସରକାର ଚାଷ ଓ ଚାଷୀଙ୍କର ଉନ୍ନତି ଆଣିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେଜଣ ଅସାଧୁ ବ୍ୟକ୍ତିଙ୍କ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସାରର କୃତ୍ରିମ ଅଭାବ ଦେଖାଯାଇଛି। ବିଶେଷ କରି ବର୍ତ୍ତମାନ ଶାରଦ ଧାନ ରୁଆ ସମୟରେ ଚାଷୀମାନେ ଗ୍ରୋମର, ଡିଏପି, ୟୁରିଆ ଓ ପଟାସ ପ୍ରଭୃତି ସାରର ଆବଶ୍ୟକତା ରହିଛି। ଏହି ସାର ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଉଚ୍ଚା ଦରରେ ବଜାରରେ ବିକ୍ରି ହେଉଛି। ଡିଏପି ୧୩୦୦ ସ୍ଥାନରେ ୧୭୦୦, ୟୁରିଆ ୨୫୪ ସ୍ଥାନରେ ୪୫୦, ପଟାସ ୧୭୦୦ ସ୍ଥାନରେ ୨୦୦୦ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ସବୁ ସାର ଗୁଡିକ ମାର୍କଫେଡ ଜରିଆରେ ସମବାୟ ସମିତି ଗୁଡିକୁ ଆସିଲା ପରେ ଚାଷୀମାନେ କିଣିଥାନ୍ତି। ମାର୍କଫେଡ ଗୋଦାମରୁ ପଟ୍ଟାମୁଣ୍ଡାଇରେ ଥିବା ୧୬ଟି ସମବାୟ ସମିତିରୁ କେହି ବି ସାର ଉଠାଇ ନ ଥିବା ଜଣାପଡିଛି। ଏହି ଗୋଦାମଟି ବହୁ ସମୟରେ ବନ୍ଦ ରହୁଥିବା ଏବଂ ବର୍ତ୍ତମାନ ଏହି ଗୋଦାମରେ ଅତ୍ୟାବଶ୍ୟକ ଗ୍ରୋମର ଓ ଡିଏପି ମହଜୁଦ ନ ଥିବା ସାରର ଚୋରା ଚାଲାଣ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ସାର କଳାବଜାରୀ କରି ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ତେବେ ମାର୍କଫେଡ ସାର କେତେବେଳେ ଆସୁଛି ଏବଂ ବିକ୍ରି ହୋଇଯାଉଛି ତାହା ଜଣାପଡୁ ନାହିଁ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଗୋଟିଏ ପଟରେ ତେଲ ଦର ବୃଦ୍ଧି କାରଣରୁ ଟ୍ରାକ୍ଟରରେ ହଳ ଖର୍ଚ୍ଚ ଦୁଇଗୁଣା ଦେଇ ଚାଷୀମାନେ ଜମି ହଳ, ବେଉଷଣ କରି ଧାନ ତଳି ରୁଆ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। କେନାଲ ପାଣି ବିଲକୁ ନ ମାଡିବା ସାଙ୍ଗକୁ ବର୍ଷା ଅଭାବ ବାଧକ ସାଜିଛି। ସାରର ଅଭାବ ଚାଷୀମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବହୁ ଖର୍ଚ୍ଚାନ୍ତ ହୋଇ ଚାଷୀ ଚାଷ କରିଛନ୍ତି। ଏଭଳି ସମୟରେ କେନାଲକୁ ଉପଯୋଗ କରାଯାଇ ଜମିକୁ ଜଳ ଯୋଗାଣ କରାଯିବା ସହ ସାର, କୀଟନାଶକ ଯୋଗାଇ ଦିଆଗଲେ ଚାଷୀକୂଳ ଉପକୃତ ହୋଇ ପାରନ୍ତେ। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ମାର୍କଫେଡ ଗୋଦାମ ମନେଜର ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରେ, ପଟ୍ଟମୁଣ୍ଡାଇରେ ଥିବା ୧୬ ଟି ସମବାୟ ସମିତିରୁ କେହି ସାର ପାଇଁ ଯୋଗାଯୋଗ କରିନାହାନ୍ତି। କେନ୍ଦ୍ରାପଡ଼ା ଜିଲାର ୯ଟି କେନ୍ଦ୍ରରୁ ୫୯ଟି ସମବାୟ ସମିତିକୁ ସାର ଯୋଗାଇ ଦିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇରୁ କୌଣସି ସମବାୟ ସମିତି ଯୋଗାଯୋଗ କରି ନ ଥିବା ଯୋଗୁ ସେମାନେ ସାର ପାଇ ପାରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri