Posted inଜାତୀୟ

ବିହାର କଂଗ୍ରେସର ୧୬ ବିଧାୟକ ହାଇଦ୍ରାବାଦରେ

ହାଇଦ୍ରାବାଦ୍‌, ୬।୨: ବିହାରରେ ଭାଜପା ସହ ମିଶି ନୀତୀଶ କୁମାର ନୂଆ ସରକାର ଗଠନ କରିଥିବାବେଳେ ଚଳିତ ଫେବୃଆରୀ ୧୨ ତାରିଖରେ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ସେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ଏହି ଆସ୍ଥା ଭୋଟ ପୂର୍ବରୁ କଂଗ୍ରେସକୁ ଘାରିଛି ଘୋଡ଼ା ବେପାର ଭୟ। ଶାସନରେ ଥିବା ଭାଜପା କିମ୍ବା ଜନତା ଦଳ ୟୁନାଇଟେଡ(ଜେଡିୟୁ)ପକ୍ଷରୁ କଂଗ୍ରେସ ବିଧାୟକଙ୍କୁ ଘୋଡ଼ାବେପାର କରି କିଣିବାକୁ ପ୍ରୟାସ କରାଯିବା ନେଇ ଆତଙ୍କିତ ରହିଛି କଂଗ୍ରେସ। ଦଳର ୧୯ ବିଧାୟକଙ୍କ ମଧ୍ୟରୁ ୧୬ ବିଧାୟକଙ୍କୁ ଦିଲ୍ଲୀରୁ ଏକ ଚାର୍ଟାର୍ଡ ବିମାନ ଯୋଗେ ହାଇଦ୍ରାବାଦ ପଠାଇଛି କଂଗ୍ରେସ। ତେବେ ଦଳର ବାକି ୩ ବିଧାୟକ ସିଦ୍ଧାର୍ଥ ସୌରଭ, ଆବିଦୁର ରେହେମାନ ଓ ବିଜୟ ଶଙ୍କର ଦୁବେ ଖୁବଶୀଘ୍ର ହାଇଦ୍ରାବାଦରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ବିହାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଖିଳେଶ ସିଂ। ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେଡ୍ଡୀ ଜିଲାର ଏକ ରିସୋର୍ଟରେ ଆସନ୍ତା ଫେବୃଆରୀ ୧୧ ପର୍ଯ୍ୟନ୍ତ ବିଧାୟକ ମାନେ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାଜପା ସହ ମିଶି ନୂଆ ସରକାରର ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ସହ ୧୨୮ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ଏକ ସମର୍ଥନ ପତ୍ର ବିହାର ରାଜ୍ୟପାଳଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଜାଣନ୍ତୁ କେଉଁ ପ୍ରସ୍ତାବ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ,୬ା୮: ଦେଶରେ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ (ସିବିଜି) ଉତ୍ପାଦନକୁ ତ୍ୱରାନ୍ବିତ କରିବା ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଗୁରୁବାର…

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ୟୁପିଆଇ ଉପରେ ଶୁଳ୍କ ଲାଗୁ ନେଇ ଲୋକ ସଭାରେ ବିଲ୍‌ ପାରିତ

ନୂଆଦିଲ୍ଲୀ, ୭ା୮(ପି.ଟି.): ଗୁରୁବାର ଅପରାହ୍ନ ୨ଟାରେ ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ‘କର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌,…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri